Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଆରମ୍ଭ ହୋଇଛି ବିଶ୍ବର ସବୁଠାରୁ ବଡ଼ କ୍ରୀଡ଼ା ମହାକୁମ୍ଭ

Ritu Das
Browse all articles by Ritu Das
·1 year ago·2 min read
ଆରମ୍ଭ ହୋଇଛି ବିଶ୍ବର ସବୁଠାରୁ ବଡ଼ କ୍ରୀଡ଼ା ମହାକୁମ୍ଭ

ଅର୍ଗସ ବ୍ୟୁରୋ: ପ୍ରତୀକ୍ଷାର ଘଟିଛି ଅନ୍ତ। ବିଶ୍ବର ସବୁଠାରୁ ବଡ଼ କ୍ରୀଡା ମହାକୁମ୍ଭ, ପ୍ୟାରିସ୍ ଅଲିମ୍ପିକ୍ସ-୨୦୨୪ର ଆଜି ଶୁଭ ଉଦଘାଟନ। ଏହି ବିଶାଳ କ୍ରୀଡ଼ା ପ୍ରତିଯୋଗିତା ଯେମିତି ସ୍ବତନ୍ତ୍ର ,ଏହାର ଓପନିଙ୍ଗ ସେରିମନି ମଧ୍ୟ ଚଳିତ ଥର ହେବ ଅନନ୍ୟ।୧୮୯୬ରେ ଆରମ୍ଭ ହୋଇଥିବା ଏହି କ୍ରୀଡ଼ା ମହାକୁମ୍ଭର ଶୁଭ ଉଦଘାଟନୀ ପାଭିଲିୟନ ଭିତରେ ନହୋଇ ୧୨୮ ବର୍ଷର ଇତିହାସରେ ପ୍ରଥମ ଥର ଲାଗି ହେବ ପ୍ୟାରିସର ସିନ୍ ନଦୀ କୂଳରେ।

୩୩ତମ ଅଲିମ୍ପିକ୍ସ ଗେମକୁ ଅଭୁଲା ରଖିବା ପାଇଁ ଫ୍ରାନ୍ସ କରିଛି ସବୁ ପ୍ରକାର ତୟାରି। ୯୪ଟି ନୌକାରେ ସିନ୍ ନଦୀ କୂଳରେ ପ୍ୟାରେଡ଼ କରିବେ ୧୦ ହଜାର ୫୦୦ରୁ ଉର୍ଦ୍ଧ୍ବ ଆଥେଲିଟ୍ସ। ୨ ଘଣ୍ଟା ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସେରିମନିରେ ୬ କିଲୋମିଟର ପର୍ଯ୍ୟନ୍ତ ପ୍ୟାରେଡ଼ ଅନୁଷ୍ଠିତ ହେବ। ଖେଳାଳି ପୁରା ସହର ବୁଲି ଟ୍ରୋକେଡାରୀ ଗାର୍ଡ଼େନ ପହଁଚିବା ପରେ ଆରମ୍ଭ ହେବ ଫାଇନାଲ୍ ଶୋ'। ଆଉ ଶୋ ଦେଖିବାକୁ ୩ ଲକ୍ଷରୁ ବି ଅଧିକ ଲୋକଙ୍କ ସମାଗମ ହେବା ସମ୍ଭାବନା। 

ଅଲମ୍ପିକ ପ୍ୟାରେଡ଼ ଅଫ ନେସନ୍ସରେ ପ୍ରତିଥର ୫ଟି ସ୍ଥାନ ସ୍ଥିର ଥାଏ। ୧୮୯୬ରେ ମଡ଼ର୍ଣ୍ଣ ଅଲମ୍ପିକ୍ସର ଆରମ୍ଭ ୟୁନାନ ରୁ ହୋଇଥିବାରୁ ପ୍ୟାରେଡ଼ ଅଫ ନେସନ୍ସରେ ପ୍ରଥମ ସ୍ଥାନରେ ଗ୍ରୀସ୍ ରହିବ। ଏହାପରେ ଦ୍ବିତୀୟ ସ୍ଥାନରେ ଅଲମ୍ପିକର ରିଫ୍ୟୁଜି ଟିମ ରହିଥାଏ। ଭାରତର ଅଲମ୍ପିକ ଦଳ ୮୪ ନମ୍ବରରେ ରହିବ। 
୧୧୭ ଜଣ ସଦସ୍ୟ ବିଶିଷ୍ଟ ଭାରତୀୟ ଅଲମ୍ପିକ ଦଳର ଫ୍ଲାଇଂ ବିଅରର ଷ୍ଟାର ସଟଲର୍ ପି ଭି ସିନ୍ଧୁ ଏବଂ ଟେବୁଲ ଟେନିସ୍ ଖେଳାଳି ଶରତ କମଳ  ତ୍ରିରଙ୍ଗା ଧରି ଆଗରେ ଚାଲିବେ। ପି ଭି ସିନ୍ଧୁ ଭାରତୀୟ ଦଳର ଏକମାତ୍ର ମହିଳା ଖେଳାଳି ଯିଏକି ଦୁଇଥର ଅଲମ୍ପିକ ମେଡାଲ୍ ହାତେଇଛନ୍ତି। ଓପନିଙ୍ଗ ସେରିମନି ସ୍ଥାନୀୟ ସମୟ ୭ଟା ୩୦ ଏବଂ ଭାରତୀୟ ସମୟ ରାତି ୧୧ଟାରେ ଆରମ୍ଭ ହେବ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ପ୍ୟାରିସ ଅଲିମ୍ପିକ୍ସରେ ଆରମ୍ଭରୁ ଭାରତୀୟ ମହିଳା ତୀରନ୍ଦାଜୀ ଦଳର କମାଲ ଦେଖିବାକୁ ମିଳିଛି । କ୍ୱାର୍ଟରରେ ପ୍ରବେଶ କରିଛି ଭାରତୀୟ ମହିଳା ତୀରନ୍ଦାଜୀ ଦଳ । ପ୍ରତିଯୋଗିତାରେ ଭାରତୀୟ ମହିଳା ଟିମ ରାଙ୍କିଙ୍ଗ ରାଉଣ୍ଡରେ ଦମଦାର ପ୍ରଦର୍ଶନ କରି ସିଧା କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ରାଙ୍କିଙ୍ଗ ରାଉଣ୍ଡରେ ଭାରତୀୟ ଦଳ ୪ର୍ଥ ସ୍ଥାନରେ ନିଜର ଅଭିଯାନ ଶେଷ କରିଛି। ଭାରତୀୟ ଦଳରେ ଡେବ୍ୟୁଡାଣ୍ଟ ଅଙ୍କିତା ଭକତ, ଭଜନ କୌର ଓ ଦୀପିକା କୁମାରୀ ମିଳିତ ଭାବେ ୧୯୮୩ ପଏଣ୍ଟ ହାସଲ କରି କ୍ୱାର୍ଟର ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Sponsored
World's biggest | Argus News