Videos
|
International

ଦୁନିଆର ସବୁଠାରୁ ବଡ଼ ଟେଲିସ୍କୋପ

Arpita Mohanty
Browse all articles by Arpita Mohanty
·2 years ago·1 min read
ଦୁନିଆର ସବୁଠାରୁ ବଡ଼ ଟେଲିସ୍କୋପ

ଅର୍ଗସ ବ୍ୟୁରୋ: ନିର୍ମାଣ ହେଉଛି ବିଶ୍ୱର ସବୁଠାରୁ ବଡ଼ ଟେଲିସ୍କୋପ ଯାହା ମହାକାଶରେ ଥିବା ଅନ୍ୟଗ୍ରହଗୁଡ଼ିକର ଅନୁସନ୍ଧାନ କରିବା ସହିତ ଛୋଟରୁ ଛୋଟ ତଥ୍ୟ ଜଣାଇବ। 2028 ମସିହାରେ ପ୍ରଥମଥର ପାଇଁ ଏହି ଟେଲିସ୍କାପ ବ୍ୟବହାର ହେବ। ଦକ୍ଷୀଣ ଆମେରିକାର ଚିଲେର ଆଟାକାମା ମରୁଭୂମିରେ ଥିବା ସେରୋ ଆର୍ମୋଜୋନ୍ସ ପର୍ବତ ଉପରେ ଦୁନିଆର ସବୁଠୁ ବଡ ଟେଲିସ୍କୋପ ନିର୍ମାଣ କରାଯାଉଛି।

2028 ସୁଦ୍ଧା ଏହା ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇଯିବ। ସ୍ପେସ୍ ର ଅନେକ ରହସ୍ୟ ତାସହିତ ଅନ୍ୟ ଜଗତରୁ ଗ୍ରହ, ଜୀବ, ଗ୍ୟାଲେକ୍ସି ଇତ୍ୟାଦି ଆବିଷ୍କାର କରିବ । ଏହି ଟେଲିସ୍କୋପ୍ ର ନାମ ହେଉଛି ଏକ୍ସଟ୍ରିମଲି ଲାର୍ଜ ଟେଲିସ୍କୋପ (ELT) । ଏହା ୟୁରୋପୀୟ ସାଉଥ୍ ଅବଜରଭେଟୋରୀ (ESO) ଦ୍ୱାରା ପରିଚାଳିତ ହେବ | ଏହି ଟେଲିସ୍କୋପ ପାଇଁ ବହୁତ ବଡ଼ ଗମ୍ବୁଜ ତିଆରି କରାଯାଉଛି। ଏହି ଗମ୍ବୁଜର ଏକ ସାଇଡ଼ରେ ସ୍ଲାଇଡ୍ ଦ୍ୱାରା ଖୋଲିବା ଏବଂ ବନ୍ଦ ହେବାର ବ୍ୟବସ୍ଥା କରାଯାଇଛି। ଗମ୍ବୁଜର ସେହି ସ୍ଲାଇଡ଼ ମାଧ୍ୟମରେ ଟେଲିସ୍କୋପ୍ ମହାକାଶରେ ନଜର ରଖିବ। ଏହି ଟେଲିସ୍କାପ ମହାକାଶରେ ଥିବା ଗ୍ରହ ଗୁଡ଼ିକର ସନ୍ଧାନ କରିବା ସହିତ ସୌର ମଣ୍ଡଳର ଅଧ୍ୟୟନରେ ସାହାଯ୍ୟ କରିବ, ତାସହିତ ପ୍ରାଚୀନ ଗ୍ୟାଲେକ୍ସିଗୁଡିକର ମଧ୍ୟ ଆବିଷ୍କାର କରିବ।

ଏହାର ପ୍ରାଥମିକ ଦର୍ପଣ (M1) 128 ଫୁଟ ଚଉଡା ହେବ ଯାହାର ଓଜନ ପ୍ରାୟ 200 ଟନ୍। ଟେଲିସ୍କୋପ ସେଟ୍ କରିବା ପାଇଁ ଗମ୍ବୁଜ ଭିତରେ ବଡ଼ ବଡ଼ କ୍ରେନ୍ ଏବଂ ଯାନ ଲଗାଯାଇଛି। 
ଏହି ଟେଲିସ୍ପୋପରେ ସମୁଦାୟ ପାଞ୍ଚଟି ଦର୍ପଣ ଲଗାଯାଉଛି ଯାହା ଦୁନିଆର ସବୁଠୁ ବଡ ସେଗମେଣ୍ଟେଡ୍ ଦର୍ପଣ। ଏହି ଦର୍ପଣ ଗୁଡ଼ିକର ଆକାର ଭିନ୍ନ ରହିବ ଏବଂ କାମ ବି ଭିନ୍ନ ରହିବ।ଯାହାଫଳରେ ସେମାନେ ମହାକାଶକୁ ବହୁତ ଭଲ ଭାବରେ ଅନୁସନ୍ଧାନ କରିପାରିବେ। ବର୍ତ୍ତମାନ ଏହାର ନିର୍ମାଣ କାର୍ଯ୍ୟ ଲାଗିରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ବିଦେଶ ଖବର

World's biggest telescope is going to be completed by 2028 | Argus News