Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ବିଶ୍ବର ପ୍ରଥମ ଉଡନ୍ତା ଟ୍ୟାକ୍ସି

Arpita Mohanty
Browse all articles by Arpita Mohanty
·2 years ago·2 min read
ବିଶ୍ବର ପ୍ରଥମ ଉଡନ୍ତା ଟ୍ୟାକ୍ସି

ଅର୍ଗସ ବ୍ୟୁରୋ : ବିଶ୍ବରେ ଅଧିକାଂଶ ଲୋକ ନିୟମିତ ଭାବରେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଟ୍ୟାକ୍ସିର ବ୍ୟବହାର କରିଥାନ୍ତି। କିନ୍ତୁ କେବେ ଉଡନ୍ତା ଟ୍ୟାକ୍ସି ବିଷୟରେ ଶୁଣିଛନ୍ତି ? ପ୍ୟାରିସରେ ଏକ ଉଡନ୍ତା ଟ୍ୟାକ୍ସି ପ୍ରସ୍ତୁତ ହୋଇଛି ଯାହା ଅଲମ୍ପିକ୍ସ ଦେଖିବାକୁ ଆସୁଥିବା ଦର୍ଶକ ମାନଙ୍କୁ ଆକାଶ ମାର୍ଗରୁ ସହର ବୁଲାଇବ। ୨୦୨୪ରେ ପ୍ୟାରିସରେ ସମର ଅଲମ୍ପିକ୍ସ ହେବାକୁ ଯାଉଛି ଆଉ ଯେଉଁ ଲୋକମାନେ ଏଥିରେ ଯୋଗଦେବେ ସେମାନଙ୍କୁ ଏକ ଏୟାର ଟ୍ୟାକ୍ସି ମାଧ୍ୟମରେ ସେବା ଦେବାକୁ ଫ୍ରାନ୍ସର ଅଧିକାରୀ ମାନେ ପ୍ରସ୍ତୁତ ହେଉଛନ୍ତି। ବିଶ୍ବରେ ପ୍ରଥମ ଥର ପାଇଁ ଏହି ଭଳି ଏକ ବିମାନ ଚଳାଚଳ ଆରମ୍ଭ ହେବାକୁ ଯାଉଛି ଯାହା ଇତିହାସ ସୃଷ୍ଟି କରିବାର ଲକ୍ଷ ରଖିଛି। ଅଲମ୍ପିକ୍ସରେ ଯୋଗ ଦେବାକୁ ଯାଉଥିବା ଲୋକମାନଙ୍କୁ ଏହି ଉଡ଼ନ୍ତା ଟ୍ୟାକ୍ସି ନେଇ ସହର ବୁଲାଇବ। ଜର୍ମାନୀର ଏକ କମ୍ପାନି ଭୋଲୋକୋପ୍ଟର, ଫ୍ରେଞ୍ଚ କର୍ତ୍ତୃପକ୍ଷଙ୍କ ସହିତ ମିଶି ଏହି ଏୟାର ଟ୍ୟାକ୍ସି ସେବା ପ୍ରଦାନ କରିବାକୁ ଯୋଜନା କରିଥିଲା।

ସୂଚନା ଅନୁଯାୟୀ ପ୍ୟାରିସ ଅଲମ୍ପିକ୍ସରେ ଯୋଗ ଦେବାକୁ ଆସିଥିବା ୬ଲକ୍ଷ ଦର୍ଶକଙ୍କୁ ଏହି ଉଡନ୍ତା ଟ୍ୟାକ୍ସି ସେବା ଯୋଗାଇବ। ଏହି ଟ୍ୟାକ୍ସିକୁ ବିମାନବନ୍ଦରରୁ ଅଲମ୍ପିକ୍ସ ଆୟୋଜିତ ହେଉଥିବା ଗାଆଁ ଗୁଡ଼ିକ ମଧ୍ୟରେ ସ୍ଥାନାନ୍ତର କରାଇବା ପାଇଁ ୫ଟି ରୁଟ୍ ଅଫର ହେବ। ଗବେଷକଙ୍କ କହିବା ଅନଯାୟୀ ସହରରେ ହେଉଥିବା ଅତ୍ୟଧିକ ଟ୍ରାଫିକ ସମସ୍ୟା ଏବଂ ଜନସାଧାରଣ ଭିତ୍ତିଭୂମି ଉପରେ ଅତିରିକ୍ତ ଚାପ କମ୍ କରିବାପାଇଁ ଏହିଭଳି ବନ୍ଦୋବସ୍ତ କରାଯାଇଛି। ଭୋଲୋକୋପ୍ଟରର ସିଇଓ ଡାର୍କ ହୋକ୍ କହିଛନ୍ତି ଏହା ସମ୍ପୂର୍ଣ୍ଣ ଭିନ୍ନ ଏବଂ ଲୋକଙ୍କ ପାଇଁ ଏହା ଏକ ନୂଆ ଅନୁଭୂତି ହେବ। ଆଉ କିଛି ବର୍ଷ ଭିତରେ ଲୋକମାନେ ଏହି ଟ୍ୟାକ୍ସିକୁ ଏକ ସାଧାରଣ ପରିବହନ ଭାବରେ ବ୍ୟବହାର କରିବେ।

ପାଇଲଟ୍ ବେଜର୍ନ ଫେହର୍ମ କହିଛନ୍ତି,ଏହି ଉଡନ୍ତା ଟ୍ୟାକ୍ସିରେ ଏକ ସ୍ବତନ୍ତ୍ର ବ୍ୟାଟେରୀ ଟେକ୍ନୋଲୋଜି ରହିଛି ଯାହା ବିମାନ ପରିବହନ କରୁଥିବା ଯାତ୍ରୀଙ୍କ ଦୂରତା ଏବଂ ସଂଖ୍ୟାକୁ ସୀମିତ କରିବ ଯାହାଫଳରେ ଯାତ୍ରା ବେଳେ କୌଣସି ଅସୁବିଧା ହେବନି। ୨୦୨୪ ପ୍ୟାରିସ ଅଲମ୍ପିକ୍ସ ସମୟରେ ଉଡନ୍ତା ଟ୍ୟାକ୍ସି ଏକ ପ୍ରାଥମିକ ପରିବହନ ମାଧ୍ୟମ ହେବାକୁ ଯୋଜନା ଅଛି।
ସମଗ୍ର ବିଶ୍ବ ଆଗାମୀ ଅଲମ୍ପିକ୍ସକୁ ଉତ୍ସାହର ସହିତ ଅପେକ୍ଷା କରିଥିବାବେଳେ ଏହି ସମୟରେ ଉଡନ୍ତା ଟ୍ୟାକ୍ସିର ପରିଚାଳନା ଦର୍ଶକଙ୍କ ଉତ୍ସାହକୁ ଦ୍ଵିଗୁଣିତ କରିଦେବ ବୋଲି ଗବେଷକ ମାନେ ମତ ଦେଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ବିଦେଶ ଖବର

Sponsored
Flying taxi | Argus News