Videos
|
International

୭ ଥର ମୃତ୍ୟୁକୁ ଠକି, ଲଟେରି ଜିତିଲେ ଫ୍ରାନୋ ସେଲାକ୍

Sudeshna Mishra
Browse all articles by Sudeshna Mishra
·1 year ago·2 min read
୭ ଥର ମୃତ୍ୟୁକୁ ଠକି, ଲଟେରି ଜିତିଲେ ଫ୍ରାନୋ ସେଲାକ୍

Key Points

ବିଶ୍ୱର ସବୁଠାରୁ ଭାଗ୍ୟଶାଳୀ ମଣିଷ!

୭ ଥର ମୃତ୍ୟୁକୁ ଠକି, ଲଟେରି ଜିତିଲେ ଫ୍ରାନୋ ସେଲାକ୍ 

୭ଥର ମତ୍ୟୁରୁ ବଞ୍ଚି ଆସିବ ପରେ, ଲୋକେ କହିଲେ,'ଫ୍ରାନୋ ସେଲାକ୍ ଭାଗ୍ୟଶାଳୀ

ଆଜି ସେ “World’s Luckiest Man” ବୋଲି ପରିଚିତ

“୭ ଥର ମୃତ୍ୟୁକୁ ଠକି, ଲଟେରୀ ଜିତିଲେ ଫ୍ରାନୋ ସେଲାକ୍-ସବୁଠାରୁ ଭାଗ୍ୟଶାଳୀ ମଣିଷ!” ଭାବନ୍ତୁ, ଯଦି ଆପଣ ୭ଥର ମୃତ୍ୟୁ ନିକଟକୁ ଆସିଥାନ୍ତେ…କିନ୍ତୁ ପ୍ରତିଥରେ ଆପଣ ଆଶ୍ଚର୍ଯ୍ୟଜନକ ଭାବେ ବଞ୍ଚିଯାଉଥାଆନ୍ତେ! ଲାଗୁଛି ନା,ଏହା କେବଳ ଫିଲ୍ମ କି ଗପରେ ହିଁ ସମ୍ଭବ! ହେଲେ ବାସ୍ତବ ଜୀବନରେ ଏମିତି କିଛି ଦେଖିବାକୁ ମିଳିଛି,ଫ୍ରାନୋ ସେଲାକ୍ ଙ୍କ କାହାଣୀରେ, ଯିଏକି 'ଓ୍ବାର୍ଲଡସ୍ ଲକିଏଷ୍ଟ ମ୍ୟାନ' ବୋଲି ବେଶ ପରିଚିତ।"



1929ରେ କ୍ରୋଏସିଆରେ ଜନ୍ମ ହୋଇଥିବା Frano Selak, ପେଶାରେ ଜଣେ ସଙ୍ଗୀତ ଶିକ୍ଷକ। କିନ୍ତୁ 1957ରେ, ତାଙ୍କ ଜୀବନରେ ଆରମ୍ଭ ହେଲା ଭୟଙ୍କର ଦୁର୍ଘଟଣାର ସିରିଜ୍।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରଥମେ, ସେ ବସ୍‌ ସହିତ ନଦୀରେ ପଡ଼ିଥିଲେ…କିନ୍ତୁ ବଞ୍ଚିଗଲେ।

ପରେ ଟ୍ରେନ୍ ଦୁର୍ଘଟଣା ଘଟିଲା…ପୁଣିଥରେ ସେ ବଞ୍ଚିଗଲେ।

ଦୁଇଥର କାର୍ ବିସ୍ଫୋରଣ...କିନ୍ତୁ ସେ ସୁସ୍ଥ ହୋଇ ଫେରିଆସିଲେ।

ସେହିପରି ପ୍ଲେନ କ୍ରାସରେ-ସେ ବାହାରକୁ ଛିଟିକିପଡିଥିଲେ, କିନ୍ତୁ ଘାସବୁଦା ଉପରେ ପଡି ଜୀବନ ରକ୍ଷା କଲେ।

ଗାଡ଼ି ବଡ଼ ପାଜାଡରୁ ତଳକୁ ଖସିପଡିଥିଲା, କିନ୍ତୁ ଗଛରେ ଅଟକିଗଲା, ଆଉ ଜୀବନ ରକ୍ଷା ପାଇଗଲେ ଫ୍ରାନୋ ସେଲାକ୍ ।

ବସ୍ ଧକ୍କାରୁ ମଧ୍ୟ ସେ ବର୍ତ୍ତିଯାଇଥିଲେ ।

୭ଥର ମତ୍ୟୁରୁ ବଞ୍ଚି ଆସିବ ପରେ, ଲୋକେ କହିଲେ,'ଫ୍ରାନୋ ସେଲାକ୍ ଭାଗ୍ୟଶାଳୀ…


କିନ୍ତୁ କାହାଣୀ ଏତିକିରେ ସରେ ନାହିଁ। ବର୍ଷ 2000ରେ ସେ ଲଟେରି ଜିତିଲେ-ପ୍ରାୟ ଏକ ମିଳିୟନ ଡଲାର! ଯାହା (ଭାରତୀୟ ମୁଦ୍ରାରେ 8 କୋଟି 36 ଲକ୍ଷ ଟଙ୍କା) ସେଥିରେ ବଡ଼ ବଙ୍ଗଳା କିଣିଲେ, କିନ୍ତୁ 2010ରେ ସେ ସବୁ ବିକି, ତାଙ୍କ ପଂଚମ ପତ୍ନୀଙ୍କ ସହ ପୁଣି ଲଗଜୁରିଅସ ଜୀବନଶୈଳୀକୁ ଛାଡ଼ି ସରଳ ଜୀବନକୁ ଫେରିଗଲେ। ସେ ତାଙ୍କ ପ୍ରଭୁଙ୍କୁ ଧନ୍ୟବାଦ ଦେଇ ଧାର୍ମିକ ଅନୂଷ୍ଠାନ ତିଆରି କଲେ।


ଫ୍ରାନୋ ସେଲାକଙ୍କ ଆତ୍ମବିଶ୍ବାସ ତାଙ୍କୁ ଜୀବନର ସବୁଠାରୁ ଭୟଙ୍କର ପରୀକ୍ଷା,ବେଳେ ତାଙ୍କୁ ଭାଗ୍ୟଶାଳୀ କରାଇଦେବାର ନିଚ୍ଛକ ଉଦାହରଣ ସୃଷ୍ଟି କରିଛି।


ଅଧିକ ପଢ଼ନ୍ତୁ ବିଦେଶ ଖବର...

“Frano Selak: The Man Who Cheated Death 7 Times and Won the Lottery” | Argus News