World's Richest Man ; ମସ୍କଙ୍କୁ ପଛରେ ପକାଇ ଧନୀ ବ୍ୟକ୍ତି ତାଲିକାରେ ନମ୍ବର ୱାନ୍

Key Points
ମସ୍କଙ୍କ ମୁଣ୍ଡରୁ ଛଡାଇନେଲେ ମୁକୁଟ
ବିଶ୍ଵର ଧନୀ ବ୍ୟକ୍ତି ତାଲିକାରେ ହେଲେ ନମ୍ବର ୱାନ୍
ସମ୍ପତ୍ତି ଜାଣିଲେ ଆପଣ ବି ହୋଇଯିବେ ତାଜୁବ
ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତାଲିକାରେ ଅନେକ ଦିନ ଧରି ରହି ଆସଥିଲେ ଟେସଲା କମ୍ପାନୀର ସିଇଓ ଏଲନ ମସ୍କ । ଏବେ କିନ୍ତୁ ତାଙ୍କ ମୁଣ୍ଡରୁ ସେହି ମୁକୁଟ ଛଡାଇ ନେଇଛନ୍ତି ଲ୍ୟାରି ଏଲିସନ । ଓରାକଲ୍ର କୋ ଫାଉଣ୍ଡର ଲ୍ୟାରି ଏଲିସନ ଏବେ ଏଲନ ମସ୍କଙ୍କୁ ପଛରେ ପକାଇ ଦୁନିଆର ସବୁଠୁ ଧନୀ ଶ୍ରେଣୀର ବ୍ୟକ୍ତି ତାଲିକାରେ ପ୍ରଥମ ସ୍ଥାନ ନେଇଛନ୍ତି । ଗୋଟିଏ ଦିନରେ ଏହି ଅରବପତି ତାଲିକାରେ ହୋଇଯାଇଛି ବିରାଟ ପରିବର୍ତ୍ତନ । ଲ୍ୟାରିଙ୍କ ସମ୍ପତ୍ତି ମାତ୍ର ଗୋଟେ ଦିନରେ ଏଲନ ମସ୍କଙ୍କ ସମ୍ପତ୍ତି ଠାରୁ ଅଧିକ ବଢିଯାଇଛି ।
ବିଶ୍ଵର ବୃହତ କମ୍ପାନୀ ଓରିକେଲ କର୍ପୋରେଶନ ତାର ୩ ମାସରେ ବଢିଥିବା ସମ୍ପତ୍ତି ଘୋଷଣା କରିବା ପରେ ଅରବପତିଙ୍କ ଲିଷ୍ଟରେ ଏକ ବଡ ଝଟକା ଲାଗିଥିଲା । କାରଣ ଓରାକଲ୍ର ଶେୟାର ବଢିବା ପରେ ଏହାର ସହ ପ୍ରତିଷ୍ଠାତା ଲ୍ୟାରି ଏଲିସନଙ୍କ ସମୁଦାୟ ସମ୍ପତ୍ତି ୧୦୧ ଅରବ ଡଲାର ବଢି ଯାଇଥିଲା । ଆଉ ଏଲନ ମସ୍କଙ୍କୁ ପଛରେ ପକାଇ ଧନୀ ତାଲିକାର ପ୍ରଥମରେ ଆସିଥିଲେ ଲ୍ୟାରି ଏଲିସନ ।
ଏଲନ ମସ୍କଙ୍କ ସମୁଦାୟ ସମ୍ପତ୍ତି ୩୮୫ ଅରବ ଡଲାର ଥିବାବେଳେ ବୁଧବାର ଲ୍ୟାରି ଏଲିସନଙ୍କ ସମ୍ପତ୍ତି ୩୯୩ ଅରବ ଡଲାରରେ ପହଞ୍ଚିଥିଲା । ୮୧ ବର୍ଷରେ ମଧ୍ୟ ଏଲସନ୍ ଓରାକଲ୍ର ଚେୟାରମ୍ୟାନ ଏବଂ ଚିଫ୍ ଟେକ୍ନୋଲୋଜି ଅଫିସର ଭାବେ ନିଜର ଦାୟିତ୍ଵ ସମ୍ପାଦନ କରୁଛନ୍ତି । ଆଉ ତାଙ୍କର ସମସ୍ତ ସମ୍ପତ୍ତିର ଅଧିକାଂଶ ଭାଗ ସେ ତାଙ୍କ ଓରାକଲ୍ କମ୍ପାନୀରୁ ହିଁ ଇନକମ କରିଥାନ୍ତି ।
ଏଲିସନ୍ ବହୁତ ଆଲିସାନ୍ ବଙ୍ଗଳା ସହ ହାୱାଇର ଲାନାଇ ଦ୍ଵୀପ କିଣିଛନ୍ତି । ସେହି ଦ୍ଵୀପକୁ ୨୦୧୨ରେ ୩୦ କୋଟି ଆମେରିକା ଡଲାରରେ କିଣିଥିଲେ ଏଲିସନ୍ । ବିଶ୍ଵର ଅନେକ ଅଲଗା ଅଲଗା ସ୍ଥାନରେ ଥିବା ଅରବ ଡଲାରର ପ୍ରପୋର୍ଟି ଏଲିସନ୍ଙ୍କ ନାଁରେ ରହିଛି । ଅନେକ ସମ୍ପତ୍ତିକୁ ସେ ରିସୋର୍ଟ , ଆର୍ଟ ମ୍ୟୁଜିୟମ ଆଦି ତିଆରି କରିବାରେ ଲଗାଇଛନ୍ତି । କାର୍ଲିଫର୍ଣ୍ଣିଆର 'ମାଲିବୁ'ର ୨୦ ସ୍ଥାନରେ ତାଙ୍କର ସମ୍ପତ୍ତି ରହିଛି । ସେଥିରୁ ୧୦ଟି କାର୍ବନ ବିଚ୍ ତାଙ୍କର ଅଟେ । ଏଥିପାଇଁ ସେହି ବିଚ୍କୁ 'ବିଲିୟନିୟର୍ସ ବିଚ୍' ବୋଲି କୁହାଯାଏ ।
ତେବେ ପୂର୍ବରୁ ଲମ୍ବା ସମୟ ଧରି ଟେସଲା ମାଲିକ ଏଲନ ମସ୍କ ଦୁନିଆର ସବୁଠୁ ଧନୀ ବ୍ୟକ୍ତିର ମୁକୁଟ ପିନ୍ଧିଥିଲେ । ହେଲେ ଚଳିତ ବର୍ଷ ଏପର୍ଯ୍ୟନ୍ତ ଟେସଲାର ଷ୍ଟକରେ ହୋଇଥିବା ତୀବ୍ର ହ୍ରାସ ତାଙ୍କ ସମ୍ପତ୍ତି ଉପରେ ସିଧାସଳଖ ପ୍ରଭାବ ପକାଇଛି। ଟେସଲାର ସେୟାର ୧୩% ହ୍ରାସ ପାଇଛି। ଯାହାଦ୍ଵାରା ତାଙ୍କର ସମ୍ପତ୍ତି ଧନୀ ଶ୍ରେଣୀର ପ୍ରଥମ ବ୍ୟକ୍ତି ତାଲିକାରୁ ଖସିଆସିଛି ।