Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସବୁଠାରୁ ପତଳା ଘର

International

ସବୁଠାରୁ ପତଳା ଘର

Arpita Mohanty
Browse all articles by Arpita Mohanty
·1 year ago·2 min read
ସବୁଠାରୁ ପତଳା ଘର

ଅର୍ଗସ ବ୍ୟୁରୋ: ଏମିତି ଏକ ଘର ଅଛି ଯାହା ଦେଖିବାକୁ ଏତେ ପତଳା ଯେ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଘରର ନାଁ ଯେଉଁଛି "ଦ ଗ୍ରଜ"। ଏହା ଲେବାନନ୍ ର ରାଜଧାନୀ ବେରୁଟ୍ ନିକଟରେ ଥିବା ମନାରା ସହରରେ ଅବସ୍ଥିତ । ସାମ୍ନାରୁ ଦେଖିଲେ ଏହା ଆପଣଙ୍କୁ ଏକ ସାଧାରଣ ଘର ପରି ଦେଖାଯିବ । କିନ୍ତୁ ଗୋଟେ ପାର୍ଶ୍ଵରୁ ଦେଖିଲେ ଏହା କେତେ ପତଳା ତାହା ଆପଣ ଜାଣିପାରିବେ। ଏହାର ଗୋଟିଏ ପାର୍ଶ୍ଵର ଚଉଡ଼ା ୪ ମିଟର ହୋଇଥିବା ବେଳେ ଅନ୍ୟ ପାର୍ଶ୍ଵର ଚଉଡ଼ା ମାତ୍ର ୬୦ ସେଣ୍ଟିମିଟର ।

ଦୁଇ ଭାଇଙ୍କ କଳହରୁ ଏହି ଘର ସୃଷ୍ଟି ହୋଇଥିଲା। ୧୯୫୪ ମସିହାରେ ଏହା ନିର୍ମାଣ କରାଯାଇଥିଲା। ଏହାର ରଙ୍ଗ ଗୋଲାପୀ ଅଟେ । ଏଥିରେ ଦୁଇଟି ମହଲା ରହିଥିବା ବେଳେ ପ୍ରତି ମହଲାରେ ୨ଟି ଲେଖାଏଁ ପ୍ରକୋଷ୍ଠ ରହିଛି । ଏହି ଘରକୁ ଯିବା ପାଇଁ ଜଣେ ମଣିଷକୁ ଗୋଟେ ପ୍ରକୋଷ୍ଠ ଦେଇ ଅନ୍ୟ ପ୍ରକୋଷ୍ଠକୁ ଯିବାକୁ ପଡିଥାଏ । ଏହା ସର୍ବମୋଟ ୧୨୦ ବର୍ଗମିଟର ଜମିରେ ନିର୍ମାଣ ହୋଇଛି । ତେବେ ଏହି ଘରଟି ଲୋକଲୋଚନକୁ ସେତେବେଳେ ଆସିଥିଲା ଯେତେବେଳେ ଅର୍ବାନ ପ୍ଳାନର ତଥା ଆର୍କିଟେକ ସନ୍ଦ୍ରା ରିସାନୀ ୨୦୧୪ ମସିହାରେ ନିଜ ବହି ବେରୁଟ୍ ରି-କଲେକ୍ଟେଡ୍ ର ରଚନା କରିବା ସମୟରେ ଏହି ସମ୍ବନ୍ଧରେ ଗବେଷଣା କରିଥିଲେ । ତେବେ ସନ୍ଦ୍ରା କୁହନ୍ତି ଯେ ସେ ପ୍ରଥମେ ନିଜ ବାପାଙ୍କଠାରୁ ଏହି ଅଟ୍ଟାଳିକା ଏବଂ ଏହାର ଇତିହାସ ବିଷୟରେ ଜାଣିଥିଲେ । 

ଏହି ଘର ନିର୍ମାଣ ପଛର କାହାଣୀ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ପ୍ରକୃତରେ ୧୯୫୦ ମସିହା ସମୟରେ ଦୁଇ ଜଣ ଭାଇ ନିଜର ପୈତୃକ ସମ୍ପତ୍ତି ରୂପେ ଏକ ଜମି ପାଇଥିଲେ । ସେହି ଦୁଇ ଭାଇଙ୍କ ମଧ୍ୟରୁ ଜଣେ ଭାଇ ସେହି ଜମିର ଏକ ଛୋଟ ଖଣ୍ଡ ପାଇଥିଲେ ଯେଉଁଥିରେ ସେ ଅସନ୍ତୁଷ୍ଟ ହୋଇଥିଲେ ଏବଂ ନିଜ ଭାଇକୁ ପାନେ ଚଖେଇବାକୁ ସୁଯୋଗ ଖୋଜିଲେ । ଠିକ ସେହି ସମୟରେ ଦ୍ୱିତୀୟ ଭାଇ ଜଣକ ରାସ୍ତାର ଭିତ୍ତିଭୂମିର ବିକାଶ ପାଇଁ ସରକାରଙ୍କୁ ନିଜ ଜମିର କିଛି ଅଂଶ ବିକ୍ରି କରିବାକୁ ରାଜି ହୋଇଥିଲେ । ଅସନ୍ତୁଷ୍ଟ ଭାଇ ଜଣକ ନିଜ ଭାଇର ସେହି ଜମିର ମୂଲ୍ୟ କମ କରାଇବାକୁ ଯାଇ ଏହି ଅଟ୍ଟାଳିକାଟି ନିର୍ମାଣ କରିଥିଲେ । ଏହି ସରୁ ଜମିରେ ସେ ଏମିତି ଅଟ୍ଟାଳିକା ପ୍ରସ୍ତୁତ କରିଥିଲେ ଯେ ଯେମିତି ଦ୍ୱିତୀୟ ଭାଇଙ୍କ ଘରୁ ସାମୁଦ୍ରିକ ଦୃଶ୍ୟ ଦେଖିବା ସମ୍ଭବପର ହେବ ନାହିଁ । ତେବେ ସନ୍ଦ୍ରା ଆହୁରି ମଧ୍ୟ କୁହନ୍ତି ଯେ ଏହି ଅଟ୍ଟାଳିକାକୁ ଦୁଇ ଆର୍କିଟେକ ଭାଇ ସଲାହ ଏବଂ ଫୱଜି ଇଟାନି ନିର୍ମାଣ କରିଥିଲେ । ଏହାକୁ ଏତେ ସୁନ୍ଦର ଭାବେ ନିର୍ମାଣ କରାଯାଇଛି ଯେ ଏଠାରେ ଠିଆ ହେଲେ ସାମୁଦ୍ରିକ ଦୃଶ୍ୟ ବେଶ ସୁନ୍ଦର ଭାବେ ଉପଭୋଗ କରାଯାଇପାରିବ । ଏହା ଏତେ ସୁନ୍ଦର ହେଲେ ବି ଏହାର ମୂଲ୍ୟରେ ବୃଦ୍ଧି ହୋଇନାହିଁ । କିନ୍ତୁ ଏହି ଜମି ଏବେ କାହା ମାଲିକାନାରେ ଅଛି ତାହା ଜଣା ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଭାଇ ପ୍ରତି ଭାଇର ଇର୍ସା ଏବଂ ପ୍ରତିଶୋଧ ପରାୟଣାତା ଯୋଗୁଁ ଏହି ଅଟ୍ଟାଳିକାଟି ପ୍ରସ୍ତୁତ ହୋଇଛି । ଯାହାକୁ ଆରବୀୟ ଭାଷାରେ "ଆଲ୍ ବସା" କହିଥାନ୍ତି ଯାହାର ଅର୍ଥ ହେଉଛି ଈର୍ଷା ।

ଅଧିକ ପଢନ୍ତୁ ବିଦେଶ ଖବର
 

Argus Whatsapp Channel Mobile Top
Sponsored
World's thinnest home | Argus News