Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ସମୁଦ୍ର ମଝିରେ ଘଟିଛି ବଡ଼ ଅଘଟଣ, ଚାଲିଗଲା ୬୮ ଜଣ ପ୍ରବାସୀଙ୍କର ଜୀବନ

Banajyotshna Ray
Browse all articles by Banajyotshna Ray
·11 months ago·1 min read
ସମୁଦ୍ର ମଝିରେ ଘଟିଛି ବଡ଼ ଅଘଟଣ, ଚାଲିଗଲା ୬୮ ଜଣ ପ୍ରବାସୀଙ୍କର ଜୀବନ

Key Points

ଓଲଟି ପଡ଼ିଲା ଯାତ୍ରୀବାହୀ ଡ଼ଙ୍ଗା

ଚାଲିଗଲା ୬୮ ଜଣ ପ୍ରବାସୀଙ୍କର ଜୀବନ 

ଓଲଟି ପଡ଼ିଲା ଯାତ୍ରୀବାହୀ ଡ଼ଙ୍ଗା। ଚାଲିଗଲା ୬୮ ଜଣ ପ୍ରବାସୀଙ୍କର ଜୀବନ। ଏହାସହ ୭୪ ଜଣଙ୍କର ମିଳୁନି ପତ୍ତା। ସମୁଦ୍ର ମଝିରେ ଘଟିଛି ବଡ଼ ଅଘଟଣ। ୟେମେନର ଉପକୂଳ ନିକଟରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି। ରବିବାର ଦିନ ସମୁଦ୍ରରେ ଏକ ଡଙ୍ଗା ବୁଡ଼ିଯିବାରୁ ଅତି କମରେ ୬୮ ଜଣ ଆଫ୍ରିକୀୟ ପ୍ରବାସୀ ପ୍ରାଣ ହରାଇଛନ୍ତି। ଅବଦୁସତ୍ତାର ଏସୋଏଭ କହିଛନ୍ତି ଯେ ଦୁର୍ଘଟଣାରେ ୧୨ ଜଣ ପ୍ରବାସୀ ବଞ୍ଚିଯାଇଛନ୍ତି। 


ଖାନଫର ଜିଲ୍ଲାରେ ୫୪ ଜଣ ପ୍ରବାସୀଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ଅନ୍ୟ ୧୪ ଜଣଙ୍କ ମୃତ ଦେହ ଭାସିଯାଇଥିବା ବେଳେ ଅନ୍ୟ ଏକ ସ୍ଥାନରୁ ଉଦ୍ଧାର କରାଯାଇଛି। ଏସୋଏଭ କହିଛନ୍ତି ଯେ ଡଙ୍ଗା ଦୁର୍ଘଟଣାରେ କେବଳ ୧୨ ଜଣ ପ୍ରବାସୀ ବଞ୍ଚିଛନ୍ତି ଏବଂ ବାକିମାନେ ନିଖୋଜ ଅଛନ୍ତି। ନିଖୋଜ ଲୋକଙ୍କୁ ମୃତ ବୋଲି ଅନୁମାନ କରାଯାଉଛି। ଜାତିସଂଘ ପ୍ରବାସ ସଂସ୍ଥା କହିଛି ଯେ ଏହି ଘଟଣାରେ ଆହୁରି ୭୪ ଜଣ ନିଖୋଜ ଅଛନ୍ତି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ୟେମେନରେ ଆନ୍ତର୍ଜାତୀୟ ପ୍ରବାସ ସଂଗଠନର ମୁଖ୍ୟ ଅବଦୁସତ୍ତାର ଆସୋଭ ଆସୋସିଏଟେଡ୍ ଏନେଇ ପ୍ରେସକୁ କହିଛନ୍ତି ଯେ ୟେମେନର ଅବୟାନ୍ ପ୍ରଦେଶର ଉପକୂଳରେ ୧୫୪ ଜଣ ଇଥିଓପିଆନ୍ ପ୍ରବାସୀଙ୍କୁ ନେଇ ଏକ ଡଙ୍ଗା ଯାତ୍ରା କରୁଥିବା ସମୟରେ ବୁଡ଼ିଯାଇଛି।


ଅଧିକ ପଢ଼ନ୍ତୁ ବିଦେଶ ଖବର:

Sponsored
yemen-tragedy-68-people-dead-74-missing-as-migrant-boat-sinks-in-rough-seas | Argus News