Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଏବେ ହୋଇପାରିବେନି ରାଷ୍ଟ୍ରପତି, ୭୫ ଦିନ କରିବାକୁ ପଡିବ ଅପେକ୍ଷା

International

ଏବେ ହୋଇପାରିବେନି ରାଷ୍ଟ୍ରପତି, ୭୫ ଦିନ କରିବାକୁ ପଡିବ ଅପେକ୍ଷା

Ritu Das
Browse all articles by Ritu Das
·1 year ago·1 min read
ଏବେ ହୋଇପାରିବେନି ରାଷ୍ଟ୍ରପତି, ୭୫ ଦିନ କରିବାକୁ ପଡିବ ଅପେକ୍ଷା

ଅର୍ଗସ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ନିର୍ବାଚନର ଭୋଟ ଫଳ ସ୍ପଷ୍ଟ ହୋଇଛି । ତଥାପି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ସମାରୋହ ୨୦୨୫ ଜାନୁଆରୀ ୨୦ରେ ଅନୁଷ୍ଠିତ ହେବ । ଅର୍ଥାତ ଭୋଟ ଫଳ ଆସିବାର ୭୫ ଦିନ ପରେ ହିଁ ଟ୍ରମ୍ପ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ହୋଇପାରିବେ । ତେବେ କାହିଁକି ତାଙ୍କୁ ୭୫ ଦିନର ରାଜ ମୁକୁଟ ପିନ୍ଧିବାକୁ ୭୫ ଦିନ ସମୟ ଲାଗିବ ଜାଣନ୍ତୁ…

ଶପଥ ପାଇଁ ଦୀର୍ଘ ଦିନ ଲାଗିବା ପଛରେ କାରଣ ରହିଛି । ଆମେରିକାକୁ ୧୭୭୬ରେ ସ୍ବାଧୀନତା ପ୍ରାପ୍ତ ହୋଇଥିଲା । ସେ ସମୟରେ ଅଧିକାଂଶ ଲୋକ ଦୂରଦୂରାନ୍ତ ଅଞ୍ଚଳରେ ବାସ କରୁଥିଲେ । ନିର୍ବାଚନ ପରେ ଭୋଟ ଗଣତି, ଇଲେକ୍ଟରଙ୍କ ବୈଠକ, କଂଗ୍ରେସ ପର୍ଯ୍ୟନ୍ତ ଭୋଟ ପହଞ୍ଚାଇବାରେ ଅଧିକ ସମୟ ଲାଗୁଥିଲା । ତେଣୁ ଭୋଟିଂରୁ ଶପଥ ଗ୍ରହଣ ମଧ୍ୟରେ ଦୀର୍ଘ ଦିନର ବ୍ୟବଧାନ ରଖାଯାଇଥିଲା ।

ଆରମ୍ଭ ସମୟରେ ଏହି ବ୍ୟବଧାନ ଆହୁରି ଅଧିକ ଥିଲା । ୧୭୮୯ରେ ପ୍ରଥମ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ଏପ୍ରିଲ ୩୦ରୁ ହୋଇଥିଲା । ଦ୍ୱିତୀୟ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ୧୭୯୩ ମାର୍ଚ୍ଚ ୪ରୁ ଆରମ୍ଭ ହୋଇଥିଲା ଏବଂ ଏହା ପରମ୍ପରା ହୋଇଯାଇଥିଲା । ନଭେମ୍ବରରେ ନିର୍ବାଚନ ହେବା ପରେ ମାର୍ଚ୍ଚ ପର୍ଯ୍ୟନ୍ତ ବହୁତ ସମୟ ନଷ୍ଟ ହେଉଥିଲା ।କ୍ୟାବିନେଟ ଗଠନ ଲାଗି ଏତେ ସମୟର ଆବଶ୍ୟକତା ନ ଥିଲା । ତେଣୁ ୧୯୩୩ରେ ରାଷ୍ଟ୍ରପତି ଫ୍ରାଙ୍କଲିନ ଡି ରୁଜଭେଲ୍ଟଙ୍କ ଶପଥ ଗ୍ରହଣ ପୂର୍ବରୁ ବିଂଶତମ ସମ୍ବିଧାନ ସଂଶୋଧନ ଜରିଆରେ ଜାନୁଆରୀ ୨୦କୁ ନୂଆ କାର୍ଯ୍ୟକାଳର ଆରମ୍ଭ ତାରିଖ ଧାର୍ଯ୍ୟ ହୋଇଥିଲା । ୨୦୧୩ରେ ବାରାକ ଓବାମା ନିଜ କାର୍ଯ୍ୟକାଳ ଜାନୁଆରୀ ୨୧ ସୋମବାରରୁ ଆରମ୍ଭ କରିଥିଲେ । ତାଙ୍କ ପୂର୍ବରୁ ରାଷ୍ଟ୍ରପତି ଡୱାଇଟ ଡି ଆଇଜନହାୱର ଏବଂ ରୋନାଲ୍ଡ ରିଗନ ମଧ୍ୟ ଜାନୁଆରୀ ୨୧ରୁ କାର୍ଯ୍ୟଭାର ସମ୍ଭାଳିଥିଲେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ବିଦେଶ ଖବର 
 

Sponsored
You can't become | Argus News