Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

୭୦୦ ବର୍ଷ ପୁରୁଣା ଇତିହାସ, କାହାଣୀ ପଢିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ...

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
୭୦୦ ବର୍ଷ ପୁରୁଣା ଇତିହାସ, କାହାଣୀ ପଢିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ...

Key Points

ଛାଡ଼ପତ୍ର ନାମ ଶୁଣି ଏପରି ଲାଗୁଥିବ ଏ ମନ୍ଦିରରେ ଦମ୍ପତିଙ୍କ ମଧ୍ୟରେ ଛାଡ଼ପତ୍ର ହେଉଥିବ କିମ୍ବା ସମ୍ପର୍କ ଶେଷ ହୋଇଯାଉଥିବ ।

ସାରା ବିଶ୍ୱରେ ଅନେକ ଛୋଟ ବଡ଼ ମନ୍ଦିର ରହିଛି । ପ୍ରତ୍ୟେକ ମନ୍ଦିରର ନିଜସ୍ୱ ଇତିହାସ ଅଛି ଏବଂ ସେଠାରେ ହେଉଥିବା ରୀତିନୀତି ମଧ୍ୟ ଅନନ୍ୟ । ତଥାପି କେତେକ ମନ୍ଦିରର ପରମ୍ପରା ଏତେ ଭିନ୍ନ ଯେ ସାଧାରଣ ମଣିଷ ସେ ବିଷୟରେ ଥରେ ଚିନ୍ତା କରିବାକୁ ବାଧ୍ୟ ହେବ । ଆପଣ ଅନେକ ମନ୍ଦିର ବିଷୟରେ ଶୁଣିଥିବେ, କିନ୍ତୁ ଏପରି ଏକ ମନ୍ଦିର ବିଷୟରେ ଜାଣିଛନ୍ତି କି ଯାହାକୁ ଛାଡ଼ପତ୍ର ମନ୍ଦିର କୁହାଯାଏ । ଏପରିକି ଏହାର ନାମ ଡିଭୋର୍ସ ଟେମ୍ପଲ ବା ଛାଡପତ୍ର ମନ୍ଦିର ।



ଛାଡ଼ପତ୍ର ନାମ ଶୁଣି ଏପରି ଲାଗୁଥିବ ଏ ମନ୍ଦିରରେ ଦମ୍ପତିଙ୍କ ମଧ୍ୟରେ ଛାଡ଼ପତ୍ର ହେଉଥିବ କିମ୍ବା ସମ୍ପର୍କ ଶେଷ ହୋଇଯାଉଥିବ । ହେଲେ ଏହି ମନ୍ଦିରର ଇତିହାସ ପ୍ରାୟ ୭୦୦ ବର୍ଷ ପୁରୁଣା ଆଉ ଏଠାରେ କେହି ଛାଡପତ୍ର ନିଅନ୍ତି ନାହିଁ । ବର୍ତ୍ତମାନ ଆପଣ ନିଶ୍ଚିତ ଭାବରେ ଭାବୁଥିବେ ଯଦି ଏହି ମନ୍ଦିରରେ ଛାଡପତ୍ର ହୁଏନି, ତେବେ ନାମ ଛାଡପତ୍ର ମନ୍ଦିର କାହିଁକି ରଖାଗଲା? ଆସନ୍ତୁ ଏ ମନ୍ଦିରର ଇତିହାସ ସମ୍ପର୍କରେ ଜାଣିବା...


ଛାଡପତ୍ର ମନ୍ଦିର ଜାପାନର କାନାଗାୱା ପ୍ରଦେଶରେ ଅବସ୍ଥିତ । କାନାଗାୱା ଜିଲ୍ଲାର କାମାକୁରା ସହରସ୍ଥିତ ମତସୁଗାଓକା ତକୋଇ ମନ୍ଦିର ଛାଡପତ୍ର ମନ୍ଦିର ଭାବରେ ଜଣାଶୁଣା । ଏହି ମନ୍ଦିର ପ୍ରାୟ ୭୦୦ ବର୍ଷ ପୁରୁଣା । ଏହି ମନ୍ଦିରର ଇତିହାସ ମହିଳାମାନଙ୍କ ସହିତ ଜଡିତ । ଯେଉଁ ମହିଳାମାନଙ୍କର କେହି ନଥିଲେ ସେମାନଙ୍କୁ ଏହି ମନ୍ଦିରରେ ଆଶ୍ରୟ ଦିଆଯାଉଥିଲା । ଏହା ବ୍ୟତୀତ ଯେଉଁମାନେ ଘରୋଇ ହିଂସାର ଶିକାର ହେଉଥିଲେ, ସେମାନଙ୍କ ପାଇଁ ଏହି ମନ୍ଦିର ହିଁ ଘର ଥିଲା । ଯେଉଁଠି ସେ ନିଜକୁ ସୁରକ୍ଷିତ ଓ ନିରାପଦ ମନେ କରୁଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:



କିମ୍ବଦନ୍ତୀ ଅନୁଯାୟୀ, ପ୍ରାୟ ୭୦୦ ବର୍ଷ ତଳେ କାକାସୁନି ନାମ୍ନୀ ଜଣେ ମହିଳା ନିଜ ସ୍ବାମୀ ଦ୍ୱାରା ନିର୍ଯାତିତ ହେଉଥିଲେ । ସେତେବେଳର ସାମାଜିକ ନିୟମ ଅନୁଯାୟୀ, କାକାସୁନ୍ ତାଙ୍କ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇପାରୁ ନଥିଲେ । ତେଣୁ ସେ ଏହି ମନ୍ଦିରରେ ରହିବାକୁ ଲାଗିଲେ । ଏହା ପରଠାରୁ ସ୍ବାମୀଙ୍କ ଠାରୁ ନିର୍ଯାତିତ ହୋଇଥିବା ଅନେକ ମହିଳା ଏହି ମନ୍ଦିରରେ ଆଶ୍ରୟ ନେଇଥିଲେ । ୩ ବର୍ଷ ଧରି ମନ୍ଦିରରେ ରହିବା ପରେ ସେମାନଙ୍କୁ ଛାଡ଼ପତ୍ର ମିଳିପାରୁଥିଲା । ତେବେ ପରେ ଏହି ସମୟ ସୀମାକୁ ହ୍ରାସ କରାଯାଇ ୨ ବର୍ଷ କରାଯାଇଥିଲା ।



Sponsored
You will be amazed if you read the 700-year-old history and stories... | Argus News