Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କୂଅର ପାଣି ପିଇଲେ ହୋଇଯିବେ ଗର୍ଭବତୀ!

International

କୂଅର ପାଣି ପିଇଲେ ହୋଇଯିବେ ଗର୍ଭବତୀ!

Ritu Das
Browse all articles by Ritu Das
·1 year ago·2 min read
କୂଅର ପାଣି ପିଇଲେ ହୋଇଯିବେ ଗର୍ଭବତୀ!

ଅର୍ଗସ ବ୍ୟୁରୋ: ଏକ ରହସ୍ୟମୟୀ କୂଅ। ଏହାର ପାଣି ପିଇଲେ ମହିଳାମାନେ ଗର୍ଭବତୀ ହୋଇପାରୁଛନ୍ତି। କଥାଟା ଆପଣ ବିଶ୍ବାସ କରିପାରୁ ନ ଥିଲେ ବି ଏହା ଏକଦମ ସତ। ମା’ ହେବା ବିଶ୍ୱର ସବୁଠାରୁ ସୁନ୍ଦର ଅନୁଭବ। ସାଧାରଣତଃ ମାତୃତ୍ୱ ଲାଭ କରିବା ପରେ ଯାଇ ଜଣେ ମହିଳା ତାଙ୍କ ଜୀବନକୁ ସଂପୂର୍ଣ୍ଣ ଅନୁଭବ କରିଥାନ୍ତି। ତେବେ ଆଜିକା ଜୀବନଶୈଳୀରେ ପ୍ରାୟ ମହିଳା ଗର୍ଭବତୀ ହେବାକୁ ସକ୍ଷମ ହେଉ ପାରୁ ନାହାନ୍ତି। ଆଉ ଏହି ସମସ୍ୟା ଏବେ ବିଶ୍ୱର ସମସ୍ୟା ଭାବେ ବୃଦ୍ଧି ପାଇବାରେ ଲାଗିଛି।

ସମସ୍ୟା ଯୋଗୁ ମହିଳାମାନେ ସାଧାରଣତଃ ଉଦାସ ହୋଇ ବହୁ ଡାକ୍ତରଙ୍କ ପରାମର୍ଶ ନେବା ସହ ଭଗବାନଙ୍କର ପୂଜାର୍ଚ୍ଚନା କରିଥାନ୍ତି। ତେବେ ସମ୍ପ୍ରତି ଚାଇନାର ୟୁନାନ୍‌ ଅଞ୍ଚଳରେ ଅବସ୍ଥିତ ଏକ କୂଅକୁ ନେଇ ବହୁ ଆଲୋଚନା ହେଉଛି। ଏହି କୂଅଟି ପ୍ରେଗ୍ନାନ୍ସି ୱେଲ୍‌ ବା ଗର୍ଭବତୀ କୂଅ ଭାବରେ ଜଣାଶୁଣା। କୁହାଯାଏ, ଏହି କୂଅର ପାଣି ପିଇବା ପରେ ମହିଳାମାନେ ଗର୍ଭବତୀ ହୋଇଥାନ୍ତି। ଚାଇନାର ଏହି ଗର୍ଭବତୀ କୂଅ ଧୀରେ ଧୀରେ ଲୋକପ୍ରିୟ ହେବାରେ ଲାଗିଛି। ଉକ୍ତ ସ୍ଥାନରେ ୨ଟି କୂଅ ରହିଛି। 

ସେଥିମଧ୍ୟରୁ ଗୋଟିଏର ପାଣି ପିଇଲେ ପୁଅ ଏବଂ ଅନ୍ୟଟିର ପାଣି ପିଇଲେ ଝିଅ ଜନ୍ମ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଯଦି କୌଣସି ମହିଳା ଉଭୟ କୂଅରୁ ଏକସଙ୍ଗେ ପାଣି ପିଅନ୍ତି, ତେବେ ତାଙ୍କର ଯାଆଁଳା ସନ୍ତାନ ଜନ୍ମ ହୋଇଥାଏ। ବିଶ୍ୱର ଅନେକ ଦେଶରୁ ମହିଳାମାନେ ସନ୍ତାନପ୍ରାପ୍ତି ନିମନ୍ତେ ଏହି ସ୍ଥାନକୁ ଆସି ଉକ୍ତ ରହସ୍ୟମୟ କୂଅର ପାଣି ପିଇଥାନ୍ତି।

ଏହି କୂଅର ପାଣି ପିଇଲେ ମହିଳାମାନେ ଗର୍ଭବତୀ ହେବା କୌଣସି ଚମତ୍କାର ଘଟଣା ନୁହେଁ ବରଂ ଏହା ପଛରେ ବିଜ୍ଞାନ ଲୁଚି ରହିଛି ବୋଲି କେତେଜଣ ସ୍ଥାନୀୟ ବୈଜ୍ଞାନିକ କହିଛନ୍ତି। ଏହି ରହସ୍ୟମୟ କୂଅର ପାଣିରେ ଏଭଳି ଉପାଦାନ ରହିଛି, ଯାହା ମହିଳାଙ୍କ ଶରୀରର ହରମୋନ୍‌ ନିୟନ୍ତ୍ରଣ କରିଥାଏ। ଗର୍ଭବତୀ ହେବା ପାଇଁ ମହିଳାଙ୍କ ଶରୀରରେ ହରମୋନ୍‌ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଯଦି ଜଣେ ମହିଳା ଖୁସିରେ ରହିବା ସହ ଚାପଗ୍ରସ୍ତ ନ ଥାନ୍ତି ତେବେ ଏହି ପାଣି ପିଇବା ପରେ ଗର୍ଭବତୀ ହେବାର ସମ୍ଭାବନା ଯଥେଷ୍ଟ ବୃଦ୍ଧି ପାଇଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି। ତେବେ ତର୍କ ଅନୁଯାୟୀ, ଉକ୍ତ କୂଅର ଜଳ ମହିଳାମାନଙ୍କୁ ଗର୍ଭବତୀ କରାଇବାରେ ସାହାଯ୍ୟ କରିଥାଏ। ଏଯାଏ ଅନେକ ମହିଳା ଏହି କୂଅ ପାଣି ପିଇ ସନ୍ତାନପ୍ରାପ୍ତିର ସୌଭାଗ୍ୟ ଲାଭ କରିପାରିଛନ୍ତି।

ଅଧିକ ପଢ଼ନ୍ତୁ ବିଦେଶ ଖବର 

 

Sponsored
You will become | Argus News