Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ରିଲ୍ସ ଆଗ, ଜୀବନ ପଛ...

Smruti Parija
Browse all articles by Smruti Parija
·1 year ago·1 min read
ରିଲ୍ସ ଆଗ, ଜୀବନ ପଛ...

ଅର୍ଗସ ବ୍ୟୁରୋ: ରିଲ୍ସ...ସେଲ୍ଫି ଆଜିକାଲିକା ପିଲାଙ୍କ ପାଇଁ ସବୁଠୁ ପ୍ରାଧାନ୍ୟ । ଧିରେ ଧିରେ ଏହା ଏକ ଟ୍ରେଣ୍ଡ୍ ରେ ପରିଣତ ହୋଇଛି । ହେଲେ ଏହି ରିଲ୍ସ ପାଇଁ କେତେ ଯେ ନୀରିହ ଜୀବନ ବଳି ପଡୁଛି ତାହାର ଠିକଣା ନାହିଁ । ପ୍ରତିଦିନ ଖବରକାଗଜରେ ଏହି ଭଳି ଖବର ସାମନାକୁ ଆସୁଛି । ଯେ ରିଲ୍ସ ନେଲା ଜୀବନ । ହେଲେ ବି ଲୋକେ ଚେତୁ ନାହାନ୍ତି । ନିଜର ପପୁଲାରିଟି ବଢାଇବା ପାଇଁ ଲୋକେ କିଛି ବି କରିବାକୁ ପ୍ରସ୍ତୁତ । ନିଜ ଜୀବନକୁ ବି ବାଜିରେ ଲଗାଇଦେଉଛନ୍ତି । 

ଠିକ୍ ଏମିତି ଏକ ଭିଡିଓ ସାମନାକୁ ଆସିଛି । ଏମ୍ପାୟାର୍ସ ଷ୍ଟେଟ୍ ବିଲ୍ଡିଂ ଉପରେ ଚଢ଼ି ଜଣେ ଯୁବକ ସେଲଫି ନେଇଛନ୍ତି । ଆଉ ଏହି ସେଲଫି ଫୋଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍ । 

ଏମ୍ପାୟାର୍ସ ଷ୍ଟେଟ୍ ବିଲ୍ଡିଂ । ଭୂମିରୁ  1435 ଫୁଟ୍ ଉଚ୍ଚ । ନ୍ୟୁୟର୍କର ବ୍ୟସ୍ତବହୁଳ ରାସ୍ତାରୁ 1435 ଫୁଟ୍ ଉଚ୍ଚରୁ ନିଜ ସେଲ୍ଫି ଷ୍ଟିକ୍ ଧରି ଭିଡିଓ କରି ଇନଷ୍ଟାରେ ପୋଷ୍ଟ କରିଛନ୍ତି । ଏହା ଦେଖିବାକୁ ଯେତିକି Dangereous ଲାଗୁଛି ସେତିକି ଆଶ୍ଚର୍ଯ୍ୟ କରୁଛି । ତାଙ୍କର ଏହି ଭିଡିଓକୁ 49 ମିଲିଅନରୁ ଅଧିକ ଲୋକ ଦେଖିସାରିଲେଣି । 
ୟୁଜର୍ସ ମଧ୍ୟ ଏହି ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି । କିଏ କହୁଛି ମୋର ହାତ ଗୋଡ ଥରୁଛି ତ କିଏ କହୁଛି ମୋର ଝାଳ ବାହାରୁଛି । ଏତେ ବିପଦପୂର୍ଣ୍ଣ ରିଲ୍ସ ବନାଇବା କଣ ଦରକାର ବୋଲି ଅନେକ ପ୍ରଶ୍ନ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
young-man-climed-empires-state-building-height-of-1435-feet | Argus News