Videos
|
International

ଚୀନରେ ବାହାହେବାକୁ ନାରାଜ ପୁଅମାନେ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
ଚୀନରେ ବାହାହେବାକୁ ନାରାଜ ପୁଅମାନେ

ଚୀନରେ ଏବେ ବିବାହ କରିବାକୁ ଅମଙ୍ଗ ହେଉଛନ୍ତି ଯୁବକମାନେ। ପରିସ୍ଥିତି ଏମିତି ହେଲାଣି ଯେ ବାହାହେବାକୁ ଟଙ୍କା ଦେଉଛନ୍ତି ସରକାର, ତଥାପି ବିବାହ କରିବାକୁ ରାଜି ହେଉ ନାହାନ୍ତି ଯୁବକମାନେ। ଏମିତି ଏକ ସମସ୍ୟାକୁ ନେଇ ଏବେ ଚିନ୍ତାରେ ଚୀନ ସରକାର।


ବିବାହ ବଢାଇବା ଓ ପିଲା ଜନ୍ମକୁ ଉତ୍ସାହିତ କରିବାକୁ ସରକାର ଯେତେ ଯୋଜନା ଆଣିଲେ ବି ଫେଲ ମାରୁଛି ସବୁକିଛି। ଦେଶର ଆର୍ଥିକ ମାନ୍ଦାବସ୍ଥା, ବେକାରୀ ସମସ୍ୟା, ଚାକିରିରୁ ଛଟେଇ ଭୟ ପ୍ରମୁଖ କାରଣ ପାଲଟିଥିବା ବେଳେ ସେପଟେ ଅଜଣା ଭୟରେ ଭୟଭୀତ ଚୀନର ଯୁବଗୋଷ୍ଠୀ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଚୀନର ଯୁବକ ମାନେ ଚିନ୍ତା କରୁଛନ୍ତି ସେମାନଙ୍କ ଉପରେ କାମର ବୋଝ ଅଧିକ ରହୁଛି ଯାହା ପାଇଁ ସେ ପରିବାରକୁ ସମୟ ଦେଇ ପାରିବେ ନାହିଁ, ତେଣୁ ବାହାହେଇ ଜଣଙ୍କୁ ମାନସିକ ନିର୍ଯ୍ୟାତନା ଦେବା ଅପେକ୍ଷା ଅବିବାହିତ ରହିବା ଉଚିତ୍ ମଣୁଛନ୍ତି।


୨୦୨୪ର ପ୍ରଥମ ୯ମାସରେ, ୪୭ ଲକ୍ଷ ଲୋକ ବିବାହ ପାଇଁ ପଞ୍ଜିକରଣ କରିଥିଲେ। ଯାହା ୨୦୨୩ ତୁଳନାରେ ହ୍ରାସ ପାଇଛି। ୨୦୨୩ ରେ ୫୬ ଲକ୍ଷରୁ ଅଧିକ ଦମ୍ପତ୍ତି ବିବାହ ପାଇଁ ପଞ୍ଜିକରଣ କରିଥିଲେ। ୨୦୨୪ ରେ ଏହା ୧୬ ପ୍ରତିଶତ ଖସିଥିଲା।


ଚୀନରେ ଏକ ଭିନ୍ନ ପରମ୍ପରା ରହିଛି, ଏଠାରେ ବିବାହ ସମୟରେ ପୁଅ ପକ୍ଷ କନ୍ୟା ପକ୍ଷଙ୍କୁ ଯୌତୁକ ଦେଇଥାନ୍ତି। ଯେଉଁଥିପାଇଁ ଅଧିକାଂଶ ପୁଅ ଏଠାରେ ବିବାହ କରିବାକୁ ରାଜି ହେଉ ନାହାନ୍ତି। ୨୦୨୨ ରେ ଚୀନ ସରକାର ପିଲା ଜନ୍ମକୁ ପ୍ରୋତ୍ସାହିତ କରିବାକୁ ଏକ ପାଇଲଟ୍‌ କାର୍ଯ୍ୟକ୍ରମ ନେଇଛନ୍ତି। ଯାହା ଯୁବକ ମାନଙ୍କୁ ବିବାହ କରିବା ଓ ପରିବାର ବଢାଇବାକୁ ପ୍ରୋତ୍ସାହିତ କରୁଛି।


ଚୀନରେ ସରକାରୀ ନିୟମ ରହିଛି ପିଲା ଜନ୍ମ କରିବା ପାଇଁ ବିବାହ କରିବା ବାଧ୍ୟତାମୂଳକ। ପିଲା ସରକାରୀ ଯୋଜନାର ସୁବିଧା ପାଇବାକୁ ହେଲେ ବାପା ମା'ଙ୍କ ରେଜିଷ୍ଟ୍ରସନ ବିବାହ ସାର୍ଟିଫିକେଟ୍ ଜରୁରୀ ପଡିଥାଏ। ୨୦୧୬ରେ ୧କୋଟି ୮୦ ଲକ୍ଷ ପିଲା ଜନ୍ମ ହୋଇଥିବା ବେଳେ୨୦୨୪ରେ ୯୫ଲକ୍ଷ ପିଲା ଜନ୍ମ ହୋଇଛନ୍ତି । ଅର୍ଥାତ ୮ବର୍ଷ ମଧ୍ୟରେ ସନ୍ତାନ ଜନ୍ମହାର ପ୍ରାୟ ୫୦ପ୍ରତିଶତ କମିଛି । ଚୀନ ସରକାର ନିକଟରେ ବିବାହ କରିବାକୁ ଯୁବକ ମାନଙ୍କୁ ସରକାରୀ ସହାୟତା ଦେବାକୁ ଘୋଷଣା କରିଛନ୍ତି।







Young people are not agreeing to get married in China | Argus News