Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୟ୍ୟୁଟୁବର ଜିମ୍ମୀଙ୍କ ବୟାନ, କହିଲେ...

International

ୟ୍ୟୁଟୁବର ଜିମ୍ମୀଙ୍କ ବୟାନ, କହିଲେ...

Banajyotshna Ray
Browse all articles by Banajyotshna Ray
·1 year ago·2 min read
ୟ୍ୟୁଟୁବର ଜିମ୍ମୀଙ୍କ ବୟାନ, କହିଲେ...

ଅର୍ଗସ ବ୍ୟୁରୋ:  ୟ୍ୟୁଟୁବ ଚ୍ୟାନେଲ। ଆଜିକାଲି ସମସ୍ତଙ୍କର ଗୋଟେ ଗୋଟେ ଚ୍ୟାନେଲ ରହିଛି। ସମସ୍ତେ ନିଜ ନିଜ ଦକ୍ଷତା ସିହାବରେ ବ୍ଲଗ ମାଧ୍ୟମରେ ଲୋକଙ୍କ ପ୍ରିୟଭାଜନ ହୋଇପାରିଛନ୍ତି। ତେବେ ଆପଣ ଜାଣନ୍ତି କି ବିଶ୍ୱର ସବୁଠାରୁ ବଡ ୟୁଟ୍ୟୁବର କିଏ। ଏବଂ ତାହାର କେତେ ସବସ୍କ୍ରାଇବର ରହିଛନ୍ତି। ଆଜ୍ଞା ହଁ, ଆମେ କହୁଛୁ ଆମେରିକାର ମିଷ୍ଟରବିଷ୍ଟଙ୍କ ବିଷୟରେ। ସେ ହେଉଛନ୍ତି ବିଶ୍ୱର ସବୁଠାରୁ ବଡ଼ ୟୁଟ୍ୟୁବ୍ ର।  ଏହି ଚ୍ୟାନେଲରେ ବର୍ତ୍ତମାନ ୩୧୯ ମିଲିୟନ୍ ସବସ୍କ୍ରାଇବର୍ସ ରହିଛନ୍ତି । ତେବେ ମିଷ୍ଟରବିଷ୍ଟ ଏକ ଏମିତି କଥା କହିଛନ୍ତି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସେ କହିଛନ୍ତି କି ତାଙ୍କ ମୃତ୍ୟୁ ପରେ ବି ଚ୍ୟାନେଲ ଜୀବିତ ରହିବ । ହେଲେ କେମେତି ବୋଲି ଫ୍ୟାନ୍ସଙ୍କ ମଧ୍ୟ ଚର୍ଚ୍ଚା ଜୋର। ତାଙ୍କର ମୃତ୍ୟୁ ଯେତେବେଳେ ଘଟିବ, ତା’ପରେ ତାଙ୍କର ୟୁଟ୍ୟୁବ ଚ୍ୟାନେଲ ଜୀବିତ ରହିବ ଓ ତା’ ପରେ ମଧ୍ୟ ପୋଷ୍ଟ ଆସିବ ବୋଲି ବୋଲି ମିଷ୍ଟରବିଷ୍ଟ କହିଛନ୍ତି ।

ମିଷ୍ଟରବିଷ୍ଟ ନିଜର ୟୁଟ୍ୟୁବ ଚ୍ୟାନେଲ ପାଇଁ ସାରା ବିଶ୍ୱରେ ବେଶ୍ ଖ୍ୟାତି ଅର୍ଜନ କରିଥିବା ବେଳେ ତାଙ୍କର ପ୍ରକୃତ ନାମ ହେଉଛି ଜିମ୍ମୀ ଡୋନଲ୍ଡସନ । ଯେଉଁ ସବୁ ଭିଡିଓ ପ୍ରସ୍ତୁତ କରି ରଖାଯାଇଛି ସେଗୁଡ଼ିକ ତାଙ୍କର ମୃତ୍ୟୁ ପରେ ଅପଲୋଡ୍ ହେବ ବୋଲି ଜିମ୍ମୀ କହିଛନ୍ତି । ମିଷ୍ଟରବିଷ୍ଟ କମ୍ପାନୀରେ ରହିଥିବା ଲୋକମାନେ ପୁରୁଣା କମ୍ପ୍ୟୁଟର ବିଷୟରେ ଜ୍ଞାନ ହାସଲ କରିଛନ୍ତି । ଭିଡିଓ କେଉଁଠି ରହିଛି ସେ ବିଷୟରେ ସେମାନେ ଭଲ ଭାବେ ଜାଣିଛନ୍ତି । ସେ ତାଙ୍କର ଦର୍ଶକଙ୍କ ସମ୍ମୁଖରେ ଯେପରି ରହିଥିଲେ ଆଗକୁ ମଧ୍ୟ ସେପରି ରହିବେ । ଏହି ସବୁ ଭିଡିଓ ପ୍ରତ୍ୟେକ ମାସରେ ଗୋଟିଏ ଲେଖାଏଁ ଅପଲୋଡ୍ ହେବ ବୋଲି ଜିମ୍ମୀ କହିଛନ୍ତି । 

ଜିମ୍ମୀଙ୍କ ପାଖରେ ଏବେ ବି ଅନେକ ରେକର୍ଡେଡ କଣ୍ଟେଣ୍ଟ ଉପଲବ୍ଧ ରହିଛି । ତାହାକୁ ଏପରି ଭାବେ ଡିଜାଇନ କରାଯାଇଛି ଯେ ତାଙ୍କର ମୃତ୍ୟୁ ପରେ ବି ସେହି କଣ୍ଟେଣ୍ଟ ତାଙ୍କର ଚ୍ୟାନେଲକୁ ଲାଇଭ୍ ରଖିବ ବୋଲି ଜିମ୍ମୀ କହିଛନ୍ତି । ୨୬ ବର୍ଷୀୟ ୟୁଟ୍ୟୁବର ମିଷ୍ଟରବିଷ୍ଟ ନିଜର ଷ୍ଟ୍ରାଟେଜୀକୁ ନେଇ ଖୁଲାସା କରିଥିବା ବେଳେ ସେ ୧୫ଟି ଭିଡିଓ ପ୍ରସ୍ତୁତ କରି ରଖିଥିବା କହିଛନ୍ତି । , ଜିମ୍ମୀ ୨୦୧୨ରେ ନିଜର ଚ୍ୟାନେଲ ମିଷ୍ଟରବିଷ୍ଟ ଆରମ୍ଭ କରିଥିବା ବେଳେ ୧୨ ବର୍ଷ ମଧ୍ୟରେ ସେ ଟପରେ ପହଞ୍ଚି ପାରିଛନ୍ତି । ଭାରତୀୟ ମ୍ୟୁଜିକ୍ ୟୁଟ୍ୟୁବ ଚ୍ୟାନେଲ ଟି-ସିରିଜକୁ ପଛରେ ପକାଇ ମିଷ୍ଟରବିଷ୍ଟ କିଛି ମାସ ତଳେ ବିଶ୍ୱର ନମ୍ବରୱାନ ଚ୍ୟାନେଲ ହେବାର ସୌଭାଗ୍ୟ ଅର୍ଜନ କରିଥିଲା । ଯାହା ଦ୍ୱାରା ସେ ସମସ୍ତଙ୍କ ପ୍ରିୟ ହୋଇ ବର୍ତ୍ତମାନ ବିଶ୍ୱର ସବୁଠାରୁ ନମ୍ୱର ଓ୍ୱାନ ୟୁଟ୍ୟୁବର ହୋଇପାରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଅଧିକ ପଢ଼ନ୍ତୁ ବିଦେଶ ଖବର: 

Sponsored
YouTube's biggest star, MrBeast, disclosed on Logan Paul's podcast that he has pre-recorded 15 videos to be uploaded posthumously | Argus News