ହସିନାଙ୍କ ରାସ୍ତାରେ ୟୁନୁସ କଣ୍ଟା

ଅର୍ଗସ ବ୍ୟୁରୋ:ବଢୁଛି ହସିନାଙ୍କ ବାଂଲା ଟେନସନ,ଫେରିଲେ ବଢିବ ଅଡୁଆ। ଅଶାନ୍ତ ବାଂଲାଦେଶ ସ୍ଥିତିଆସିଛି ନିୟନ୍ତ୍ରଣଙ୍କୁ,କିନ୍ତୁ ସରୁନି କ୍ଷମତା ପାଇଁ ମହାଲଢେଇ। ଆଗକୁ ନିର୍ବାଚନ ହେବାକୁ ଥିବାବେଳେ କିଏ ମାରିବ ବାଜି,ଏବେ ଠୁ ଆରମ୍ଭ ହୋଇଗଲାଣି କ୍ଷମତା ପାଇଁ ଅଙ୍କକଷା। ୟୁନୁସଙ୍କୁ ଟକ୍କର ଦେଇପାରିବେ ତ ହସିନା,ଏନେଇ ଆରମ୍ଭ ହୋଇଗଲାଣି ଚର୍ଚ୍ଚା। ହସିନାଙ୍କ ଆୱାମୀ ଲିଗ ଦଳ ଦୀର୍ଘ ଦିନଧରି ବାଂଲାଦେଶରେ କ୍ଷମତା ଦଖଲ କରିଆସୁଥିଲା,ଅଧିକ ଦିନ ସରକାର ରହିବା ଫଳରେ ଜନଅସନ୍ତୋଷ ଦେଖାଦେଇଥିଲା। ସ୍ଥିତି ଏମିତି ହୋଇଥିଲା ଯେ ବାଧ୍ୟ ହୋଇ ହସିନାଙ୍କୁ ଦେଶ ଛାଡିବାକୁ ପଡିଥିଲା।
ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପରେ ଏଥର ଛାତ୍ର ସଂଗଠନ ସୁପ୍ରିମକୋର୍ଟକୁ ମଧ୍ୟ କରିଥିଲେ ଟାର୍ଗେଟ। ବାଂଲାଦେଶରେ ସରକାରୀ ଚାକିରିରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ପ୍ରଥମେ ବ୍ୟାପକ ହିଂସା ଦେଖାଦେଇଥିଲା। ପ୍ରଧାନମନ୍ତ୍ରୀ ଶେଖ୍ ହସିନା ପଦରୁ ଇସ୍ତଫା ଦେଇଛନ୍ତି,ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ମଧ୍ୟବର୍ତ୍ତୀକାଳୀନ ସରକାର ବର୍ତ୍ତମାନ କାର୍ଯ୍ୟ କରୁଛି। ଶେଖ୍ ହସିନାଙ୍କୁ ପଦରୁ ହଟାଇବା ଲାଗି ଛାତ୍ର ସଂଗଠନ ହାତ ରହିଥିବା କଥା ଚର୍ଚ୍ଚା ହେଉଛି। ହସିନାଙ୍କ ବିରୋଧି କିନ୍ତୁ ଗୋଟିଏ ଗୁଳିରେ ଦୁଇଟି ଶିକାରକରିଛନ୍ତି,ପ୍ରଥମ ତ ସରକାରୀ ଚାକିରିରେ ସଂରକ୍ଷଣ ବ୍ୟବସ୍ଥା ନାଁରେ ହସିନାଙ୍କୁ କ୍ଷମତାରୁ ହଟାଇଛନ୍ତି,ଜନତାଙ୍କ ବିରୋଧି ବୋଲି ମଧ୍ୟ ଦର୍ଶଇବା ପାଇଁ କୁଆଡେ ଷଡଯନ୍ତ୍ର ହୋଇଥିବା କଥା ହସିନା ମଧ୍ୟ ନିଜେ କହିଛନ୍ତି।
ଦେଖିବାକୁ ଗଲେ ବାଂଲାଦେଶରେ ନିର୍ବାଚନ ହେଲେ ବିଏନପି ଏବଂ ଆୱାମୀ ଲିଗ ମଧ୍ୟରେ କଢା ଟକ୍କର ଦେଖିବାକୁ ମିଳିବ। କିଛି ଦିନ ହେବ ବିଏନପିର ଅଧ୍ୟକ୍ଷା ଖାଲିଦା ଜୟା ମଧ୍ୟ ଜେଲରୁ ମୁକୁଳିଛନ୍ତି ଯାହା ପୂର୍ବରୁ ଛାତ୍ରସଂଙ୍ଗଠନ ଦାବି କରିଆସୁଥିଲେ। ଏଥର କିନ୍ତୁ ନିର୍ବାଚନ ହେଲେ ବିଏନପି ପଲାଭାରି ରହିବ ବୋଲି ଚର୍ଚ୍ଚା ହେଉଛି। ବିଏନପି ଦଳ ପଛରେ କୁଆଡେ ଛାତ୍ରସଂଙ୍ଗଠନର ସମର୍ଥନ ରହିଛି। ବାଂଲାକୁ ଛାରଖାର କରିବା ସହ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେକ ହସିନାଙ୍କୁ ଗାଦିରୁ ହଟାଇବାକୁ କୁଆଡେ ପୂର୍ବପ୍ରସ୍ତୁତି କରିଥିଲେ ଚୀନ ଓ ପାକିସ୍ତାନ। ସଂରକ୍ଷଣ ତାତି ପଛରେ ରହିଥିଲା ରାଜନୀତି,କଳେବଳେ କୌଶଳେ ହସିନା ସରକାରଙ୍କୁ ବଦନାମ କରି କ୍ଷମତାରୁ ହଟାଇବା ଲାଗି ବିରୋଧିଙ୍କ ସହ ପାକିସ୍ତାନର ଗୁଇନ୍ଦା ଆଇଏସଆଇ,ଚୀନ କୁଆଡେ ରଚିଥିଲେ ଷଡଯନ୍ତ୍ର। ସରକାର ବଦଳାଇବା ଲାଗି ଲଣ୍ଡନରୁ ହୋଇଥିଲା ଯୋଜନା, ପାଣ୍ଠି ଯୋଗାଇଥିଲା ଚୀନ ସଂସ୍ଥା ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋରଧରିଛି।
📱 Get Argus News App
✨ପାକିସ୍ତାନ ସେନା ଆଇଏସଆଇ ହସିନାଙ୍କ ସରକାରଙ୍କୁ ସଙ୍କଟରେ ପକାଇ ବିରୋଧୀ ବିଏନପିକୁ ସରକାରକୁ ଆଣିବା ଲକ୍ଷ୍ୟରେ ଷଡଯନ୍ତ୍ର କରିଥିବା କୁହାଯାଉଛି। ଅନ୍ୟପଟେ ଦେଖିବାକୁ ଗଲେ ବିଏନପି ହେଉଛି ପାକିସ୍ତାନ,ଚୀନର ସମର୍ଥକ। ଯଦି ଏକଥା ସତ ହୁଏ ତାହେଲେ ହସିନାଙ୍କ ପାଇଁ ଅଡୁଆ ବଢିବ,ଯଦି ଏଭଳି ସମୟରେ ହସିନା ବାଂଲାଦେଶ ଯାନ୍ତି ସ୍ଥିତି ଅଣାୟତ ହୋଇପାରେ,ହସିନାଙ୍କ ପୁଅ ସାଜିବ ୱାଜେଦ କହିଛନ୍ତି ବାଂଲାଦେଶରେ ନେତୃତ୍ବର ଅଭାବ ରହିଛି । ଯଦି ନିର୍ବାଚନ ହୁଏ ତେବେ ପୁଣି ଆୱାମୀ ଲିଗ ଲଢ଼ିବ ଓ ନିର୍ବାଚନ ଜିତିବ ମଧ୍ୟ। ଅନ୍ତରୀଣସରକାର ନିର୍ବାଚନ ପାଇଁ ନିଷ୍ପତ୍ତି ନେଲେ, ମା’ ହସିନା ବାଂଲାଦେଶ ଫେରିବାକୁ ବିଚାର କରିବେ । ତେବେ ହସିନାଙ୍କ ପୁଅଙ୍କ ପଦକ୍ଷେପ ଆଗକୁ କଣ ହେବ,ନିଜେ ନିର୍ବାଚନ ଲଢିବେ,ନା ପୁଣି ହସିନା ନିର୍ବାଚନ ମଇଦାନକୁ ଓହ୍ଲାଇବେ।