Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ହସିନାଙ୍କୁ ଚେତାଇଦେଲେ ୟୁନୁସ

Sangram Tripathy
Browse all articles by Sangram Tripathy
·1 year ago·2 min read
ହସିନାଙ୍କୁ ଚେତାଇଦେଲେ ୟୁନୁସ


ଅର୍ଗସ ବ୍ୟୁରୋ:ବାଂଲାଦେଶରେ ଥମିଛି ହିଂସା ହେଲେ ଥମୁନି ବୟାନବାଜି ରାଜନୀତି।ହସିନାଙ୍କୁ ଚେତାଇଦେଇଛନ୍ତି ୟୁନୁସ,ଦେଇଛନ୍ତି କଡ଼ାନିର୍ଦ୍ଦେଶ। କହିଛନ୍ତି ହୋଇଯାଅ ଚୁପ୍ ।ଭାରତରେ ହସିନା ଦେଉଥିବା ରାଜନୀତି ବୟାନ ଅଣବନ୍ଧୁତ୍ୱର ପରିଚୟ। ଭାରତ ଓ ବାଂଲାଦେଶକୁ ଅସହଜ ଅନୁଭବ ହେବା ଭଳି ବୟାନ ଠାରୁ ହସିନା ଦୂରେଇ ରୁହୁନ୍ତୁ ବୋଲି କହିଛନ୍ତି ୟୁନୁସ । ଭାରତ ଓ ବାଂଲାଦେଶକୁ ଅସହଜ ଅନୁଭବ ହେବା ଭଳି ବୟାନ ଠାରୁ ସେ ଦୂରେଇ ରୁହୁନ୍ତୁ। ଯେ ପର୍ଯ୍ୟନ୍ତ ତାଙ୍କୁ ଫେରାଇ ଅଣାଯିବାକୁ ଅନୁରୋଧ ଭାରତ ପାଖରେ ପହଞ୍ଜିନି ସେ ପର୍ଯ୍ୟନ୍ତ ହସିନା ସେଠାରେ ଚୁପ ରୁହନ୍ତୁ ବୋଲି ୟୁନୁସ କହିଛନ୍ତି। ସେ ଆହୁରୀ ମଧ୍ୟ କହିଛନ୍ତି, ଭାରତ ଓ ବାଂଲାଦେଶ ମଧ୍ୟରେ ଥିବା ସମ୍ପର୍କ ବେଶ ନିବିଡ଼,ତେଣୁ ସେ ଏଭଳି ବୟାନବାଜି ବନ୍ଦ କରନ୍ତୁ,ଭାରତରେ ରହି ଶେଖ ହସିନା ଦେଉଥିବା ବୟାନ ଆଦୌ ଗ୍ରହଣୀୟ ନୁହେଁ। ସେ ବର୍ତ୍ତମାନ ଭାରତରେ ଅଛନ୍ତି। ସେଠାରେ ରହି ଏପରି ବୟାନ ଦେବା ଅନେକ ସମସ୍ୟା ସୃଷ୍ଟି କରିବ। ଯଦି ସେ ଚୁପ ରହିବେ, ତାହେଲେ ଆମେ ସବୁ କିଛି ଭୁଲି ଯିବୁ। ଲୋକମାନେ ମଧ୍ୟ ତାଙ୍କୁ କ୍ଷମା କରିଦେବେ ବୋଲି କହିଛନ୍ତି ୟୁନୁସ। କିନ୍ତୁ ଏ ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ହସିନା ।

ସରକାରୀ ଚାକିରିରେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ପ୍ରଥମେ ବାଲାଂରେ ଦେଖାଦେଇଥିଲା ବ୍ୟାପକ ହିଂସା। ସ୍ଥିତି ଏମିତି ହୋଇଥିଲା ଯେ ବାଧ୍ୟ ହୋଇ ଦେଶ ଛାଡିଥିଲେ ପ୍ରଧାନମନ୍ତ୍ରୀ ଶେଖ୍ ହସିନା,ଶେଷରେ ଇସ୍ତାଫା ମଧ୍ୟ ଦେଇଥିଲେ ପଦରୁ। ପରେ ପରେ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ କାର୍ଯ୍ୟ କରୁଛି ମଧ୍ୟବର୍ତ୍ତୀକାଳୀନ ସରକାର । ନିକଟରେ ଦେଶର ହୋଇଥିବା ଆତଙ୍କବାଦୀ କାର୍ଯ୍ୟକଳାପ, ହତ୍ୟା ଓ ଭଙ୍ଗାରୁଜା ଘଟଣାର ତଦନ୍ତ କରି ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ ଅଗଷ୍ଟ ୧୩ରେ ହସିନା ନ୍ୟାୟ ପାଇଁ ଦାବି କରିଥିଲେ। ଆଶାନ୍ତ ବାଂଲାଦେଶ ସ୍ଥିତିଆସିଛି ନିୟନ୍ତ୍ରଣଙ୍କୁ,କିନ୍ତୁ ସରୁନି କ୍ଷମତା ପାଇଁ ମହାଲଢେଇ । ଆଗକୁ ନିର୍ବାଚନ ହେବାକୁ ଥିବାବେଳେ କିଏ ମାରିବ ବାଜି,ଏବେ ଠୁ ଆରମ୍ଭ ହୋଇଗଲାଣି କ୍ଷମତା ପାଇଁ ଅଙ୍କକଷା। ୟୁନୁସଙ୍କୁ ଟକ୍କର ଦେଇପାରିବେ ତ ହସିନାଙ୍କ ଆୱାମୀ ଲିଗ,ଦେଖିବାକୁ ଗଲେ ବାଂଲାଦେଶରେ ନିର୍ବାଚନ ହେଲେ  ବିଏନପି  ଏବଂ ଆୱାମୀ ଲିଗ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ। କିନ୍ତୁ ଏଥର କିନ୍ତୁ ନିର୍ବାଚନ ହେଲେ ବିଏନପି ପଲାଭାରି ରହିବ ବୋଲି ଚର୍ଚ୍ଚା ହେଉଛି। କାରଣ ବିଏନପି ଦଳ ପଛରେ କୁଆଡେ ଛାତ୍ରସଂଙ୍ଗଠନର ବଡ଼ ସମର୍ଥନ ରହିଛି ବୋଲି କୁହାଯାଉଛି। କେବଳ ଦେଖିବାକୁ ବାକି ଆଗକୁ କାହାର ହେବ ବାଲାଂଦେଶ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Yunus warned Hasina to be quiet | Argus News