Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Russia Ukraine War / ରୁଷିଆ-ୟୁକ୍ରେନ ବିବାଦ ମଧ୍ୟରେ ଭାରତକୁ ନେଇ ଦ୍ୱନ୍ଦ

Banajyotshna Ray
Browse all articles by Banajyotshna Ray
·9 months ago·2 min read
ରୁଷିଆ-ୟୁକ୍ରେନ ବିବାଦ ମଧ୍ୟରେ ଭାରତକୁ ନେଇ ଦ୍ୱନ୍ଦ

Key Points

ରୁଷିଆ-ୟୁକ୍ରେନ ବିବାଦ ମଧ୍ୟରେ ଭାରତକୁ ନେଇ ଦ୍ୱନ୍ଦ
କହୁ କହୁ କହିଗଲେ ଜେଲେନସ୍କି
ଭାରତ ମୁଖ୍ୟତଃ ୟୁକ୍ରେନ ପକ୍ଷରେ ଅଛି 


ଆମର ଭୟ ନାହିଁ... ଆମର କିଛି ହବାର ବି ନାହିଁ। ଆଗକୁ ଯାହା ହେବ ଦେଖାଯିବ, କିନ୍ତୁ ବର୍ତ୍ତମାନ ଆମ ପଛରେ ଅଛି ଭାରତ। ଏମିତି କିଛି କହି ଚର୍ଚ୍ଚାରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି । ରୁଷିଆ-ୟୁକ୍ରେନ ଯୁଦ୍ଧ ୨୦୨୨ରେ ଆରମ୍ଭ ହୋଇଥିଲା ରୁଷିଆ ୟୁକ୍ରେନ ଆକ୍ରମଣ କରିଥିଲା। ଅନେକ ଲୋକ ଆହତ ଏବଂ ମୃତାହତ ହୋଇଥିଲେ। ୟୁରୋପ ଏବଂ ଯୁକ୍ତରାଷ୍ଟ୍ର ରୁଷିଆ ଉପରେ ଆର୍ଥିକ ଏବଂ ଶକ୍ତି କଟକଣା ଲଗାଇଥିଲେ। ୟୁକ୍ରେନ ଅନ୍ତର୍ଜାତୀୟ ସହାୟତାରେ ନିଜକୁ ରକ୍ଷା କରିଥିଲା ଏବଂ ରୁଷିଆ ଅଧିକୃତ ଅଞ୍ଚଳଗୁଡ଼ିକର ନିୟନ୍ତ୍ରଣ ବଜାୟ ରଖିବାକୁ ଚାହୁଁଥିଲା।


ଏହି ଯୁଦ୍ଧ ବିଶ୍ୱର ଶକ୍ତି, ଖାଦ୍ୟ ଏବଂ ଅର୍ଥନୀତି ଉପରେ ଏକ ବଡ଼ ପ୍ରଭାବ ପକାଇଛି।ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ, ଭାରତ ଏହି ବିବାଦକୁ ପ୍ରୋତ୍ସାହିତ କରୁଛି କି ନାହିଁ ସେ ବିଷୟରେ ପ୍ରାୟତଃ ପ୍ରଶ୍ନ ଉଠିଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏହାର ସ୍ପଷ୍ଟ ଜବାବ ଦେଇଛନ୍ତି। ସେ କହିଛନ୍ତି, ଭାରତ ମୁଖ୍ୟତଃ ୟୁକ୍ରେନ ପକ୍ଷରେ ଅଛି ଏବଂ କୌଣସି ପ୍ରକାରେ ସଂଘର୍ଷକୁ ପ୍ରୋତ୍ସାହିତ କରୁନାହିଁ। ୟୁକ୍ରେନ ରାଷ୍ଟ୍ରପତି ଏହା ମଧ୍ୟ ସୂଚାଇଛନ୍ତି ଯେ, ଭାରତ ସହିତ ଭଲ ସମ୍ପର୍କ ବଜାୟ ରଖିବା ଉଭୟ ପକ୍ଷ ପାଇଁ ଲାଭଦାୟକ ହେବ। ଅନ୍ତର୍ଜାତୀୟ ସହଯୋଗ, ବିଶେଷକରି ୟୁରୋପ ଏବଂ ଭାରତ ମଧ୍ୟରେ ସହଭାଗୀତା, ଶକ୍ତି ସଙ୍କଟ ଏବଂ ଯୁଦ୍ଧ ସମ୍ବନ୍ଧୀୟ ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା କରିବାରେ ସାହାଯ୍ୟ କରିପାରିବ ବୋଲି ସେ କହିଛନ୍ତି। ଜେଲେନସ୍କିଙ୍କ ଏହି ବାର୍ତ୍ତା ପରେ ହୋସ ଉଡ଼ିଯାଉଛି ଆମେରିକା ରାଷ୍ଟ୍ରପତିଙ୍କର। ଏମିତି କାହିଁକି କହିଲେ ଜେଲେନସ୍କି ତାକୁ ନେଇ ଚିନ୍ତା ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:



ଜେଲେନସ୍କି ଏହା ମଧ୍ୟ କହିଛନ୍ତି ଯେ, ଶକ୍ତି କ୍ଷେତ୍ରରେ କିଛି ସମସ୍ୟା ଅଛି, କିନ୍ତୁ ସେଗୁଡିକର ସମାଧାନ ହୋଇପାରିବ।ଆମର ଶକ୍ତି ସମ୍ବନ୍ଧୀୟ ସମସ୍ୟା ଅଛି, କିନ୍ତୁ ସେଗୁଡିକର ସମାଧାନ ହୋଇପାରିବ। ଭାରତ ଆମ ସହିତ ଠିଆ ହୋଇଛି, ଏବଂ ୟୁରୋପ ମଧ୍ୟ ଭାରତ ସହିତ ଦୃଢ଼ ସମ୍ପର୍କ ସ୍ଥାପନ କରିବା ଉଚିତ।ସେ ୟୁରୋପୀୟ ଦେଶମାନଙ୍କୁ ଭାରତ ସହିତ ସହଯୋଗ ଏବଂ ସମ୍ପର୍କକୁ ଆହୁରି ମଜଭୁତ କରିବାକୁ ଅନୁରୋଧ କରିଛନ୍ତି। ଜେଲେନସ୍କି କହିଛନ୍ତି, ଆମେ ଭାରତୀୟ ସହଯୋଗୀ ଦେଶମାନଙ୍କଠାରୁ ନିଜକୁ ଦୂରେଇ ରଖିବା ଉଚିତ୍‌ ନୁହେଁ, କାରଣ ସେମାନେ ଏହି ସଂଘର୍ଷରେ ୟୁକ୍ରେନ ସହିତ ଠିଆ ହୋଇଛନ୍ତି। ତାଙ୍କର ଏହି ବୟାନ ଏପରି ସମୟରେ ଆସିଛି ଯେତେବେଳେ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି ଏବଂ ଏହାର ପ୍ରଭାବ ବିଶ୍ୱ ସ୍ତରରେ ଅନୁଭୂତ ହେଉଛି। ଅନ୍ୟପଟେ ଜେଲେନସ୍କିଙ୍କ ଏହି ବାର୍ତ୍ତା ପରେ ଆମେରିକା ରାଷ୍ଟ୍ରପତି ଚିନ୍ତାରେ। ଆଉ କେତେ ଦିନ ଏହି ବାଦବିବାଦ ଲାଗି ରହିବ, ତାହା କଳ୍ପନା ବାହାରେ।

ଅଧିକ ପଢ଼ନ୍ତୁ ବିଦେଶ ଖବର:

Related Topics

Explore more stories

Sponsored
Russia Ukraine War | Zelensky Says India Stands With Ukraine Amid Russia-Ukraine War | Argus News | Argus News