Videos
|
International

Zelenskyy’s India Visit: ଭାରତ ଆସିପାରନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି

Sudeshna Mishra
Browse all articles by Sudeshna Mishra
·1 year ago·1 min read
Zelenskyy’s India Visit: ଭାରତ ଆସିପାରନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି

Key Points

  • ଖୁବ ଶୀଘ୍ର ଭାରତ ଆସିପାରନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି

  • ଦୁଇ ପକ୍ଷରେ ତାରିଖ ନିର୍ଦ୍ଧାରଣ ପାଇଁ ଆଲୋଚନା ଚାଲିଛି

  • 2024ରେ କିଭ୍ ଯାତ୍ରା ସମୟରେ ମୋଦୀ ଦେଇଥିଲେ ଆମନ୍ତ୍ରଣ

ଟ୍ରଖୁବ ଶୀଘ୍ର ଭାରତକୁ ଆସିପାରନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି। ୟୁକ୍ରେନର ରାଷ୍ଟ୍ରଦୂତ ଓଲେକ୍ସାଣ୍ଡର ପୋଲିଶଚୁକ କହିଛନ୍ତି ଯେ, ଦୁଇ ପକ୍ଷ ତାରିଖ ନିର୍ଦ୍ଧାରଣ ପାଇଁ କାମ କରୁଛନ୍ତି।


ପୋଲିଶଚୁକ ଆହୁରି ମଧ୍ୟ କହିଛନ୍ତି, ଯେ “ଭାରତୀୟ ପ୍ରଧାନମନ୍ତ୍ରୀ ଜେଲେନସ୍କିଙ୍କୁ ଆମନ୍ତ୍ରଣ କରିଥିଲେ। ଦୁଇ ପକ୍ଷରେ ଆଲୋଚନା ଚାଲିଛି। ଆମେ ନିଶ୍ଚିତ, ସେ ଭାରତକୁ ଆସିବେ। ଏହା ଆମ ଦୁଇ ଦେଶର ସମ୍ପର୍କରେ ଏକ ବଡ଼ ସଫଳତା ହେବ।"


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ସମ୍ଭାବ୍ୟ ଯାତ୍ରା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 2024 ଅଗଷ୍ଟ 23ର କିଏଭ୍ ଯାତ୍ରା ପରେ ଆସୁଛି। ସେଠାରେ ମୋଦୀ ଜେଲେନସ୍କିଙ୍କୁ ଆମନ୍ତ୍ରଣ କରିଥିଲେ।


ୟୁକ୍ରେନ ରାଷ୍ଟ୍ରଦୁତଙ୍କ କହିବା କଥା, 2023ରୁ ଭାରତ-ୟୁକ୍ରେନ ଆଲୋଚନା ଆଗକୁ ବଢ଼ୁଛି। ସେ ମୋଦୀଙ୍କ ସେହି ମତାମତକୁ ସ୍ମରଣ କରାଇଥିଲେ ଯେ, ଭାରତ “ନିଷ୍ପକ୍ଷ” ନୁହେଁ, କିନ୍ତୁ ଶାନ୍ତି, କୂଟନୀତି ଏବଂ ଆଲୋଚନା ପକ୍ଷରେ।


ନିକଟରେ ଜେଲେନସ୍କି, ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ଶାନ୍ତି ଆଲୋଚନା କରିଥିଲେ, ଯାହାର ପୂର୍ବରୁ ଟ୍ରମ୍ପ ଆଲାସ୍କାରେ ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ସାକ୍ଷାତ କରିଥିଲେ। ଉକ୍ରେନ ଆଶା କରୁଛି ଯେ, ଭାରତ ମଧ୍ୟ ଏହି ଯୁଦ୍ଧର ଶାନ୍ତିପୂର୍ଣ୍ଣ ସମାଧାନରେ ଅଧିକ ଭୂମିକା ନେବ।


Ukraine President Zelenskyy’s India Visit | A New Chapter in India-Ukraine Relations | Argus News