Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

New York Mayor / ଜିତିଗଲେ ଭାରତୀୟ ବଂଶୋଦ୍ଭବ, ଟ୍ରମ୍ପଙ୍କୁ ଲାଗିଲା ବଡ଼ ଝଟ୍‌କା

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·2 min read
ଜିତିଗଲେ ଭାରତୀୟ ବଂଶୋଦ୍ଭବ, ଟ୍ରମ୍ପଙ୍କୁ ଲାଗିଲା ବଡ଼ ଝଟ୍‌କା

Key Points

ଜୋହରନ୍ ସୁନ୍ଦରଗଡ଼ର ପୂର୍ବତନ ଜିଲ୍ଲାପାଳ ଅମୃତଲାଲ ନାୟାରଙ୍କ ନାତି।
୧୯୫୮ରେ ଅମୃତଲାଲ ସୁନ୍ଦରଗଡ଼ ଜିଲ୍ଲାପାଳ ଥିଲେ।

ଆମେରିକାର ସବୁଠାରୁ ବଡ଼ ଏବଂ ପ୍ରଭାବଶାଳୀ ସହର ନ୍ୟୁୟର୍କରେ ଇତିହାସ ରଚିଛନ୍ତି ଭାରତୀୟ ବଂଶୋଦ୍ଭବ ଡେମୋକ୍ରାଟିକ ପ୍ରାର୍ଥୀ ଜୋହରାନ ମାମଦାନି । ମେୟର ନିର୍ବାଚନରେ ସେ ଏକ ବଡ଼ ବିଜୟ ହାସଲ କରିଛନ୍ତି। ଏହି ବିଜୟ ସହିତ, ସେ ଗତ ୧୦୦ ବର୍ଷ ମଧ୍ୟରେ ନ୍ୟୁୟର୍କର ସବୁଠାରୁ କମ ବୟସ୍କ, ପ୍ରଥମ ଭାରତୀୟ-ଆମେରିକୀୟ ଏବଂ ପ୍ରଥମ ମୁସଲିମ ମେୟର ହୋଇଛନ୍ତି। ତେଣୁ କୁହାଯାଉଛି ଇତିହାସ ରଚିଲେ ଭାରତୀୟ ବଂଶୋଦ୍ଭବ ଜୋହରାନ ମମ୍‌ଦାନୀ।

୩୪ ବର୍ଷୀୟ ଜୋହରାନ ପୂର୍ବତନ ରାଜ୍ୟପାଳ ଆଣ୍ଡ୍ରିୟୁ କୁଓମୋଙ୍କୁ ପରାସ୍ତ କରିଥିଲେ, ଯିଏ ସ୍ୱାଧୀନ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଜୋହରାନ ୭ବର୍ଷ ବୟସରେ ନ୍ୟୁୟର୍କ ସହରରେ ରହିବା ଆରମ୍ଭ କରିଥିଲେ। ତାଙ୍କ ପିତା, ମହମୁଦ ମମଦାନୀ ଜଣେ ପ୍ରସିଦ୍ଧ ଉଗାଣ୍ଡା ଲେଖକ ଏବଂ ତାଙ୍କ ମାଆ, ମୀରା ନାୟାର, ଜଣେ ପୁରସ୍କାରପ୍ରାପ୍ତ ଭାରତୀୟ-ଆମେରିକୀୟ ଚଳଚ୍ଚିତ୍ର ନିର୍ମାତା ଯିଏ "ମନସୁନ ୱେଡିଂ" ଏବଂ "ଦି ନେମସେକ୍" ଭଳି ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି ।.

ଟ୍ରମ୍ପଙ୍କ ପାଇଁ ଏକ ବଡ଼ ଝଟ୍‌କା

ଜୋହରାନ ମାମଦାନିଙ୍କ ଏହି ବିଜୟ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଏକ ବଡ଼ ଝଟ୍‌କା । କାରଣ ମାମଦାନିଙ୍କ ବିରୁଦ୍ଧରେ ଟ୍ରଅମ୍ପ ନିରନ୍ତର ବୟାନ ଦେଇ ଆସୁଥିଲେ । ଟ୍ରମ୍ପ ତାଙ୍କୁ ଜଣେ ପାଗଳ କମ୍ୟୁନିଷ୍ଟ ବୋଲି ମଧ୍ୟ କହିଥିଲେ ଏବଂ ର୍ନିବାଚନ ପୂର୍ବରୁ ଚେତାବନୀ ମଧ୍ୟ ଦେଇଥିଲେ ଯେ ଯଦି ମାମଦାନୀ ଜିତିଯାଆନ୍ତି, ତେବେ ନ୍ୟୁୟର୍କର ଫେଡେରାଲ ପାଣ୍ଠି ହ୍ରାସ ପାଇବ ।

ଏବେ, ମମ୍‌ଦାନୀଙ୍କୁ ଆମେରିକାର ସବୁଠାରୁ ବଡ଼ ସହରବାସୀଙ୍କ ଦାବି ପୂରଣ କରିବାକୁ ପଡିବ ଏବଂ ପ୍ରଚାର ସମୟରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ପଡିବ। ଏହି ବିଜୟ ସହିତ ମମ୍‌ଦାନୀ ସହରର ପ୍ରଥମ ମୁସଲିମ୍ ମେୟର, ଦକ୍ଷିଣ ଏସୀୟ ବଂଶୋଦ୍ଭବ ଭାବେ ପ୍ରଥମ ବ୍ୟକ୍ତି ଏବଂ ଏହି ପଦବୀରେ ଥିବା ପ୍ରଥମ ଆଫ୍ରିକୀୟ-ଆମେରିକୀୟ ଭାବରେ ଇତିହାସ ସୃଷ୍ଟି କରିଛନ୍ତି। ମମ୍‌ଦାନୀ ଜାନୁଆରି ୧ ତାରିଖରେ କାର୍ଯ୍ୟଭାର ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ସେ ଏହି ଶତାବ୍ଦୀର ସବୁଠାରୁ କମ ବୟସ୍କ ମେୟର ହେବେ ବୋଲି କୁହାଯାଉଛି।

ସୁନ୍ଦରଗଡ଼ର ପୂର୍ବତନ ଜିଲ୍ଲାପାଳ ଅମୃତଲାଲ ନାୟାରଙ୍କ ନାତି ମମ୍‌ଦାନୀ

ଜୋହରନ୍ ସୁନ୍ଦରଗଡ଼ର ପୂର୍ବତନ ଜିଲ୍ଲାପାଳ ଅମୃତଲାଲ ନାୟାରଙ୍କ ନାତି। ୧୯୫୮ରେ ଅମୃତଲାଲ ସୁନ୍ଦରଗଡ଼ ଜିଲ୍ଲାପାଳ ଥିଲେ। ଜଣେ ବିଚାରବନ୍ତ, ଦୂରଦୃଷ୍ଟିସମ୍ପନ୍ନ ଜିଲ୍ଲାପାଳ ଭାବେ ସୁନ୍ଦରଗଡ଼ରେ ଲୋକପ୍ରିୟ ଥିବା ଶ୍ରୀ ନାୟାର ନିଜ ଉଦ୍ୟମରେ ଗଣଚାନ୍ଦାରେ ସୁନ୍ଦରଗଡ଼ରେ ଉଚ୍ଚଶିକ୍ଷା ପାଇଁ ପ୍ରତିଷ୍ଠା କରିଥିଲେ ମହାବିଦ୍ୟାଳୟ, ଯାହା ଆଜି ବିଶେଷ ରୂପେ ଅନୁସୂଚିତ ଜାତି ଓ ଜନଜାତିଙ୍କ ଉଚ୍ଚଶିକ୍ଷା କ୍ଷେତ୍ରରେ ଏକ ମାଇଲ୍‌ଖୁଣ୍ଟ ହୋଇରହିଛି। ଗୁଜରାଟର ମୂଳବାସିନ୍ଦା ଅମୃତଲାଲ ଜିଲ୍ଲାପାଳ ଥିବା ସମୟରେ ରାଉରକେଲାରେ ଜନ୍ମ ହୋଇଥିଲେ ତାଙ୍କ ଝିଅ ପ୍ରସିଦ୍ଧ ଭାରତୀୟ ଚଳଚ୍ଚିତ୍ର ନିର୍ମାତା ମୀରା ନାୟାର। ‘ସଲାମ ବମ୍ବେ’ ଭଳି ଚର୍ଚ୍ଚିତ ଚଳଚ୍ଚିତ୍ର ତିଆରି କରି ପଦ୍ମଭୂଷଣ ସମ୍ମାନ ପାଇଥିବା ମୀରାଙ୍କ ଏକମାତ୍ର ପୁଅ ଜୋହରନ୍‌ ଉଗାଣ୍ଡା ରାଷ୍ଟ୍ରର କମ୍ପାଲା ସହରରେ ୧୯୯୧ ଅକ୍ଟୋବର ୧୮ରେ ଜନ୍ମଗ୍ରହଣ କରିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
New York Mayor | Zohran Mamdani's win a setback for Trump, 'Dhoom Machale' moment wins hearts | Argus News