IPL Controversy / ଆଜି IPLରେ ହେବ ଅସଲ ଲଢ଼େଇ....ବୈଭବ ଆଜି ବିଶ୍ୱର ଶ୍ରେଷ୍ଠ ପେସ୍ ବୋଲର ବୁମରାଙ୍କୁ ଭେଟିବେ
·10 hours ago·2 min read

Key Points
ଆଜି ରାଜସ୍ଥାନ ଓ ମୁମ୍ବାଇ ମଧ୍ୟରେ ହାଇଭେୋଲଟେଜ ମ୍ୟାଚ
ବୈଭବ ସୂର୍ଯ୍ୟବଂଶୀ ଆଜି ଯଶପ୍ରୀତ ବୁମରାଙ୍କୁ ସାମ୍ନା କରିବେ
ଦୁହେଁ ଦଳର ଷ୍ଟାର ମ୍ୟାଚର ମୁଖ୍ୟ ଆକର୍ଷଣ

ଆଜି ଆଇପିଏଲ୍ରେ ୧୩ତମ ଲିଗ୍ ମ୍ୟାଚରେ ଆଜି ରାଜସ୍ଥାନ ତା’ର ଦ୍ୱିତୀୟ ଘରୋଇ ଗ୍ରାଉଣ୍ଡ୍ରେ ୫ଥର ଚାମ୍ପିଅନ୍ ମୁମ୍ବାଇକୁ ଭେଟିବ । ମୁମ୍ବାଇ ବିଜୟ ଧାରାକୁ ଫେରିବାକୁ ତତ୍ପର ଥିବା ବେଳେ ରାଜସ୍ଥାନ ପୁଣି ଥରେ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିବାକୁ ସବୁ ଜୋର ଲଗାଇଦେବ। ଫଳରେ ମ୍ୟାଚ ଆଜି ହାଇଭୋଲଟେଜ ରହିବ। ଆଉ ଆଜି ବଡ଼ କଥା ହେଉଛି ବୈଭବଙ୍କୁ ବୁମରାଙ୍କ ସାମ୍ନା କରିବାକୁ ପଡ଼ି। ବୁମରାଙ୍କ ବଲକୁ ଛକା ମାରି ଷ୍ଟାଡିୟମ ବାହାରକୁ ପଠାଇବେ ନା ଆଉଟ ହେବେ ତାହା ଦେଖିବାକୁ ଫ୍ୟାନ୍ସ ପୁରା ଏକ୍ସାଇଟେଡ ଅଛନ୍ତି। ଉଭୟ ପୂର୍ବରୁ କେବେ ସାମ୍ନା ସାମ୍ନି ହୋଇ ନଥିବାରୁ ଏହି ଲଢ଼େଇ ଦେଖିବା ପାଇଁ ଦର୍ଶକ ସନ୍ଧ୍ୟାକୁ ଅପେକ୍ଷା କରିଛନ୍ତି ।
ଆଜିର ଏହି ବଡ଼ ମ୍ୟାଚରେ କଣ ହେବ ତାକୁ ନେଇ ସବୁଠି ଏକ୍ସାଇଟେମଣ୍ଟ। ଉଭୟ ଦଳ ପରସ୍ପରକୁ ୩୧ଥର ଭେଟିଛନ୍ତି । ଏଥିରୁ ମୁମ୍ବାଇ ୧୬ଟି ମ୍ୟାଚ ଜିତିଥିବାବେଳେ ରାଜସ୍ଥାନ ୧୪ଟିରେ ବିଜୟୀ ହୋଇଛି । ଗତ ସିଜନରେ ଉଭୟ ଦଳ ଥରେ ମାତ୍ର ସାମ୍ନା ସାମ୍ନି ହୋଇଥିଲା । ମୁମ୍ବାଇ ଉକ୍ତ ମ୍ୟାଚ ଜିତିଥିଲା । ମାତ୍ର ୨୦୨୪ରେ ରାଜସ୍ଥାନ ମୁମ୍ବାଇକୁ ୨ଥର ପରାଜିତ କରିଥିଲା।
ଏହାସହ ପଢ଼ନ୍ତୁ: ବର୍ଷା ବନ୍ଦ ହେବା ପରେ ମଧ୍ୟ କୋଲକାତାରେ ମ୍ୟାଚ୍ କାହିଁକି ବାତିଲ ହେଲା? କାରଣ ଆଶ୍ଚର୍ଯ୍ୟଜନକ
ଗତ ଶନିବାର ଅନୁଷ୍ଠିତ ଦିଲ୍ଲୀ ବିପକ୍ଷ ମ୍ୟାଚ ଖେଳି ନଥିବା ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ସୁସ୍ଥ ହୋଇ ସାରିଥିବାରୁ ଆଜି ଏକାଦଶକୁ ପ୍ରତ୍ୟାବର୍ତ୍ତନ କରିବେ । ଫଳରେ ଦୀପକ ଚହର ଏକାଦଶରୁ ବାଦ ପଡ଼ିବେ । ସେହିପରି କର୍ବିନ ବସ୍କଙ୍କ ସ୍ଥାନରେ ଟ୍ରେଣ୍ଟ ବୋଲ୍ଟ ଫେରିବେ । ରାଜସ୍ଥାନ ପ୍ରଥମ ଦୁଇଟି ଯାକ ମ୍ୟାଚ ଜିତି ସାରିଥିବାରୁ ଆଜି ବିଜୟ ଏକାଦଶକୁ ଅପରିବର୍ତ୍ତିତ ରଖିବା ଏକ ପ୍ରକାର ନିଶ୍ଚିତ। ଆଜି ଜୋଫ୍ରା ଆର୍ଚର ଓ ତିଳକ ବର୍ମାଙ୍କ ଉପରେ ନଜର ରହିବ । ଆର୍ଚର ସମ୍ପ୍ରତି ଚମତ୍କାର ଲୟରେ ରହିଛନ୍ତି ଓ ଘାତକ ବୋଲିଂ ଜାରି ରଖିଛନ୍ତି । ମାତ୍ର ତିଳକ ବର୍ମାଙ୍କ ବିପକ୍ଷରେ ସେ ସର୍ବଦା ବ୍ୟୟ ବହୁଳ ସାବ୍ୟସ୍ତ ହୋଇଛନ୍ତି । ଗତ ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ତିଳକ ତାଙ୍କ ଓଭରରେ କ୍ରମାନ୍ୱୟରେ ୩ଟି ବିଶାଳ ଛକା ମାରିଥିଲେ । ସେ ଆଜି ପର୍ଯ୍ୟନ୍ତ ଆର୍ଚରଙ୍କ ୨୧ଟି ବଲ୍ର ସାମ୍ନା କରି ୫୪ ରନ ସଂଗ୍ରହ କରିଛନ୍ତି ଓ ଥରେ ମାତ୍ର ଆଉଟ୍ ହୋଇଛନ୍ତି।
ବରସାପୋରା ଷ୍ଟାଡ଼ିୟମ୍ରେ ଖେଳାଯାଇଥିବା ଗୋଟିଏ ମ୍ୟାଚରେ ପେସ୍ ବୋଲରମାନେ ରାଜୁତି କରିଥିଲେ । ଚେନ୍ନାଇ ଉକ୍ତ ମ୍ୟାଚରେ ମାତ୍ର ୧୨୭ ରନ କରି ଅଲ୍ ଆଉଟ୍ ହୋଇ ଯାଇଥିଲା । ଆଜି ମଧ୍ୟ ପିଚ୍ ପେସ୍ ବୋଲରଙ୍କୁ ସହାୟତା କରିବ । ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।
ସମ୍ଭାବ୍ୟ ଦଳ
ମୁମ୍ବାଇ: ରୋହିତ ଶର୍ମା, ର୍ୟାନ ରିକେଲଟନ, ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ନମନ ଧିର, ସେରଫାନ ରଦରଫୋର୍ଡ, ମିଚେଲ ସାଣ୍ଟନର, ସର୍ଦୁଲ ଠାକୁର, ଯଶପ୍ରୀତ ବୁମରା, ମୟଙ୍କ ମାର୍କଣ୍ଡେ, ଟ୍ରେଣ୍ଟ ବୋଲ୍ଟ ।
ରାଜସ୍ଥାନ: ବୈଭବ ସୂର୍ଯ୍ୟବଂଶୀ, ଯଶସ୍ୱୀ ଜୈସ୍ୱାଲ, ଧ୍ରୁବ ଜୁରେଲ, ରିୟାନ ପରାଗ, ସିମରନ ହେତମାୟର, ଡୋନୋଭାନ ଫେରେରା, ରବିନ୍ଦ୍ର ଜାଡ଼େଜା, ଜୋଫ୍ରା ଆର୍ଚର, ନାନ୍ଦ୍ରେ ବର୍ଗର, ସନ୍ଦିପ ଶର୍ମା, ରବି ବିଷ୍ଣୋଇ, ବ୍ରିଜେଶ ଶର୍ମା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories