Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମୁମ୍ବାଇକୁ ହରାଇ ପ୍ଲେଅଫରେ ରାଜସ୍ଥାନ ରୟାଲ୍ସ…ବିଦା ହେଲେ କୋଲକତା, ପଞ୍ଜାବ

IPL 2026

IPL Update / ମୁମ୍ବାଇକୁ ହରାଇ ପ୍ଲେଅଫରେ ରାଜସ୍ଥାନ ରୟାଲ୍ସ…ବିଦା ହେଲେ କୋଲକତା, ପଞ୍ଜାବ

Ritu Das
Browse all articles by Ritu Das
·6 hours ago·2 min read
ମୁମ୍ବାଇକୁ ହରାଇ ପ୍ଲେଅଫରେ ରାଜସ୍ଥାନ ରୟାଲ୍ସ…ବିଦା ହେଲେ କୋଲକତା, ପଞ୍ଜାବ
IPL

Key Points

ଲିଗ ପର୍ଯ୍ୟାୟର ସବୁଠାରୁ ବଡ଼ ସସପେନ୍ସ ଶେଷରେ ଶେଷ ହୋଇଛି
ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୩୦ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି

ଲିଗ ପର୍ଯ୍ୟାୟର ସବୁଠାରୁ ବଡ଼ ସସପେନ୍ସ ଶେଷରେ ଶେଷ ହୋଇଛି। ୱାଙ୍ଖଡେ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରି ଫାଇନାଲ ପ୍ଲେଅଫ୍ ସ୍ଥାନ ସୁରକ୍ଷିତ କରିଛି। ଏହି ବିଜୟ ସହିତ ରାଜସ୍ଥାନ କେବଳ ନିଜ ସ୍ଥାନ ସୁରକ୍ଷିତ କରିନାହିଁ ବରଂ ସମଗ୍ର ପଏଣ୍ଟ ଟେବୁଲକୁ ମଧ୍ୟ ସଫା କରିଛି। ମୁମ୍ବାଇର ପରାଜୟ ପ୍ରୀତି ଜିଣ୍ଟାଙ୍କ ପଞ୍ଜାବ କିଙ୍ଗ୍ସ (PBKS) ଏବଂ କୋଲକାତା ନାଇଟ୍ ରାଇଡର୍ସ (KKR)ର ଆଶାକୁ ଧୂଳିସାତ୍ କରିଦେଇଛି ଏବଂ ଉଭୟ ଦଳ ଆନୁଷ୍ଠାନିକ ଭାବରେ ଟୁର୍ଣ୍ଣାମେଣ୍ଟର ପ୍ଲେଅଫ୍‌ରୁ ବାଦ୍ ପଡ଼ିଛନ୍ତି।

ଜୋଫ୍ରା ଆର୍ଚ୍ଚରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ରବିବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୩୦ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି ବିଜୟ ସହ ରାଜସ୍ଥାନ ୧୬ ପଏଣ୍ଟ ସହ ପ୍ଲେଅଫ୍‌ରେ ଅନ୍ତିମ ତଥା ଚତୁର୍ଥ ଦଳ ଭାବେ ସ୍ଥାନ ପକ୍କା କରିଛି। ଅନ୍ୟପକ୍ଷରେ ପଞ୍ଜାବ କିଙ୍ଗ୍ସ ଓ କୋଲକାତା ନାଇଟ୍‌ ରାଇଡର୍ସ ଟୁର୍ନାମେଣ୍ଟରୁ ବିଦାୟ ନେଇଛନ୍ତି। ଆସନ୍ତା ବୁଧବାର ଏଲିମିନେଟର ମ୍ୟାଚ୍‌ରେ ରାଜସ୍ଥାନ, ସନରାଇଜର୍ସ ହାଇଦ୍ରାବାଦ୍‌କୁ ଭେଟିବ।

ଏହାସହ ପଢ଼ନ୍ତୁ: ସଚ୍ଚିନଙ୍କୁ ଗର୍ବିତ କଲେ ପୁଅ ଅର୍ଜୁନ: ଏମିତି ପୋଷ୍ଟ ଲେଖିଲେ ପୂର୍ବତନ ଖେଳାଳି...

ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ପାଓ୍ବାରପ୍ଲେରେ ୫୪ ରନ ମଧ୍ୟରେ ପ୍ରମୁଖ ୩ ଉଇକେଟ ହରାଇଥିଲା। ଯଶସ୍ବୀ ଜୟସ୍ବାଲ ୨୭ (୧ ଚୌକା ଓ ୩ ଛକା) ରନ କରିଥିବା ବେଳେ ବୈଭବ ସୂର୍ଯ୍ୟବଂଶୀ (୪) ଓ ଅଧିନାୟକ ରିୟାନ ପରାଗ (୧୪) ଫେଲ ହୋଇଥିଲେ। ଏହାପରେ ଧ୍ରୁବ ଜୁରେଲ ୨୬ ବଲରେ ୩୮ (୩ ଚୌକା ଓ ୨ ଛକା), ଦାସୁନ ଶନକା ୧୫ ବଲରେ ୨୯ (୩ ଛକା), ଆର୍ଚ୍ଚର ୧୫ ବଲରେ ୩୨ (୧ ଚୌକା ଓ ୩ ଛକା) ଓ ରବୀନ୍ଦ୍ର ଜାଡେଜା ୧୧ ବଲରେ ଅପରାଜିତ ୧୯ (୩ ଚୌକା) ରନ କରିଥିଲେ। ଫଳରେ ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ ହରାଇ ୨୦୫ ରନ କରିଥିଲା।

ଜବାବରେ ମୁମ୍ବାଇ ମାତ୍ର ୫.୧ ଓଭରରେ ୩୮ ରନ ମଧ୍ୟରେ ୪ ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। ଏଭଳି ସ୍ଥିତିରେ ସୂର୍ଯ୍ୟକୁମାର ଯାଦବ ଏବଂ ଓ୍ବିଲ ଜ୍ୟାକ୍ସ (୩୩ ରନ, ୧୮ ବଲ, ୩ ଚୌକା ଓ ୨ ଛକା) ପଞ୍ଚମ ଉଇକେଟରେ ୬୩ ରନ ଯୋଡ଼ି ଦଳୀୟ ସ୍ଥିତିରେ ସୁଧାର ଆଣିଥିଲେ। ଏହାପରେ ସୂର୍ଯ୍ୟକୁମାର(୬୦ ରନ, ୪୨ ବଲ, ୩ ଚୌକା ଓ ୪ ଛକା), ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା(୩୪ ରନ, ୧୫ ବଲ, ୩ ଚୌକା ଓ ୨ ଛକା)ଙ୍କ ସହ ମିଶି ୨୫ ବଲରେ ଦ୍ରୁତ ୪୮ ରନ ଯୋଡ଼ିବା ସହ ଦଳ ପାଇଁ ବିଜୟ ସୁଯୋଗ ସୃଷ୍ଟି କରିଥିଲେ। ହେଲେ କ୍ରମାଗତ ବ୍ୟବଧାନରେ ଦୁହେଁ ଆଉଟ୍‌ ହେବାରୁ ମୁମ୍ବାଇ ୨୦ ଓଭରରେ ୯ ଉଇକେଟ ହରାଇ ୧୭୫ ରନ କରିବାରେ ସକ୍ଷମ ହୋଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Rajasthan Royals Reach Playoffs After Mumbai Defeat, KKR PBKS Eliminated | Argus News