IPL Update / ଗୁଜରାଟକୁ ହରାଇବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଆରସିବି…ଆଜିର ମ୍ୟାଚରେ ବର୍ଷାର ସମ୍ଭାବନା...!
·6 hours ago·2 min read

Key Points
ଅହମ୍ମଦାବାଦରେ କେମିତି ରହିବ ପାଗ?
ଅହମ୍ମଦାବାଦରେ ଆଜି ପାଗ ପୁରା ସଫା ରହିବ
ମ୍ୟାଚ ସମୟରେ ତାପମାତ୍ରା ପାଖାପାଖି ୩୨ ଡିଗ୍ରୀ ରହିବ

IPL 2026 ରେ ଆଜି ଗୁଜରାଟ ଟାଇଟାନ୍ସ ଏବଂ RCB ମଧ୍ୟରେ ହାଇଭୋଲଟେଜ ମ୍ୟାଚ ହେବ। ଏହି ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଏହି ସିଜନରେ ଉଭୟ ଦଳ ଉତ୍କୃଷ୍ଟ ଫର୍ମରେ ଅଛନ୍ତି। RCB ଏପର୍ଯ୍ୟନ୍ତ ଛଅଟି ମ୍ୟାଚ୍ ଜିତିଛି, ଯେତେବେଳେ ଗୁଜରାଟ ମଧ୍ୟ ଚାରୋଟି ଜିତିଛି। ବର୍ଷା ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ରେ ବାଧା ସୃଷ୍ଟି କରିବ କି ନାହିଁ ଚାଲନ୍ତୁ ଜାଣିବା।
ଅହମ୍ମଦାବାଦରେ କେମିତି ରହିବ ପାଗ?
ଅହମ୍ମଦାବାଦରେ ଆଜି ପାଗ ପୁରା ସଫା ରହିବ। ମ୍ୟାଚ ସମୟରେ ତାପମାତ୍ରା ପାଖାପାଖି ୩୨ ଡିଗ୍ରୀ ରହିବ। ବର୍ଷା ହେବାର କୌଣସି ସମ୍ଭାବନା ନାହିଁ। ଗରମ ଅଧିକ ହୋଇପାରେ।
ଏହାସହ ପଢ଼ନ୍ତୁ: PBKS ମାଲିକାଣୀ ପ୍ରୀତି ଜିଣ୍ଟା ରାଗିଗଲେ….କହିଲେ…"ମହିଳାମାନେ କାହାର ସମ୍ପତ୍ତି ନୁହନ୍ତି”
ବେଙ୍ଗାଲୁରୁ ପାଇଁ ଶୀର୍ଷ ସ୍ଥାନରେ ପହଞ୍ଚିବାର ସୁଯୋଗ ରହିଛି । ୧୨ ପଏଣ୍ଟ ଅର୍ଜନ କରି ସାରିଥିବା ବେଙ୍ଗାଲୁରୁ ମୁକାବିଲା ଜିତିଲେ ଟେବୁଲ ଟପ୍ପର ପଞ୍ଜାବ କିଙ୍ଗ୍ସକୁ ପଛରେ ପକାଇ ପାରିବ । ଗତ ୨୪ ତାରିଖରେ ଉଭୟ ଦଳ ଚିନ୍ନାସ୍ୱାମୀ ଷ୍ଟାଡ଼ିୟମରେ ପରସ୍ପରକୁ ଭେଟିଥିଲେ । ବେଙ୍ଗାଲୁରୁ ୫ ୱିକେଟରେ ଉକ୍ତ ମ୍ୟାଚ ଜିତିଥିଲା । ଉକ୍ତ ମ୍ୟାଚରେ ସାଇ ସୁଦର୍ଶନ ଶତକ ଅର୍ଜନ କରିଥିଲେ ହେଁ ଜବାବରେ ବିରାଟ କୋହଲି ଓ ଦେବଦତ୍ତ ପାଡିକଲ ବିସ୍ଫୋରକ ବ୍ୟାଟିଂ କରି ଗୁଜରାଟ ଠାରୁ ବିଜୟ ଛଡ଼ାଇ ନେଇଥିଲେ ।
ଗୁରୁବାର ନିଜ ଘରୋଇ ଗ୍ରାଉଣ୍ଡ ଓ ସମର୍ଥକଙ୍କ ଗହଣରେ ଖେଳୁଥିବା ଗୁଜୁରାଟ ଶୃଙ୍ଖଳିତ ବୋଲିଂ କରି ବେଙ୍ଗାଲୁରୁ ବ୍ୟାଟରଙ୍କୁ ଅଟକାଇବାକୁ ଚେଷ୍ଠା କରିବ । ଦଳର ଭାଗ୍ୟ ମୁଖ୍ୟତଃ ରସିଦ ଖାନ, ପ୍ରସିଦ୍ଧ କ୍ରିଷ୍ଣା ଓ ମସମ୍ମଦ ସିରାଜଙ୍କ ବୋଲିଂ ଉପରେ ନିର୍ଭର କରିବ । ଆଇପିଏଲରେ ଉଭୟ ଦଳ ପରସ୍ପରକୁ ୭ଥର ଭେଟିଛନ୍ତି । ଏଥିରୁ ବେଙ୍ଗାଲୁରୁ ୪ଟି ମ୍ୟାଚ ଜିତିଥିବାବେଳେ ୩ଟି ମ୍ୟାଚରେ ପରାଜିତ ହୋଇଛି । ଚମତ୍କାର ଫର୍ମରେ ରହିଥିବା ବେଙ୍ଗାଲୁରୁ ମଧ୍ୟ ଆଧିପତ୍ୟ ଜାରି ରଖିବା ଆଶା କରାଯାଉଛି।
ଗୁଜରାଟ ପକ୍ଷରୁ ଶୁବମନ ଗିଲଙ୍କ ଉପରେ ନଜର ରହିବା ସ୍ୱାଭାବିକ । ସେ ଇତି ମଧ୍ୟରେ ୩୩୦ ରନ ସଂଗ୍ରହ କରିସାରିଛନ୍ତି । ସେହିପରି ସୁଦର୍ଶନଙ୍କୁ ମଧ୍ୟ ଶାନ୍ତ ରଖିବାକୁ ବେଙ୍ଗାଲୁରୁ ରଣନୀତି ପ୍ରସ୍ତୁତ କରିବ । ବେଙ୍ଗାଲୁରୁ ପକ୍ଷରୁ ବିରାଟ କୋହଲି ଓ ରଜତ ପାତିଦାରଙ୍କ ଉପରେ ଦର୍ଶକଙ୍କ ନଜର ରହିବା ନିଶ୍ଚିତ ।
ଆରସିବି ପ୍ଲେଇଂ ଇଲେଭେନ
ବିରାଟ କୋହଲି, ଯାକବ ବେଥେଲ, ଦେବଦତ୍ତ ପଡିକଲ, ରାଜତ ପାଟିଦାର (କ୍ୟାପଟେନ), ଜିତେଶ ଶର୍ମା (WC), ଟିମ ଡେଭିଡ, ରୋମାରିଓ ଶେଫର୍ଡ, କ୍ରୁନାଲ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, ଜୋଶ ହାଜଲେଉଡ, ସୁୟଶ ଶର୍ମା।
ଜିଟି ସମ୍ଭାବ୍ୟ ଏକାଦଶ:
ସାଇ ସୁଦର୍ଶନ, ଶୁବମନ ଗିଲ (କ୍ୟାପଟେନ), ଜୋସ୍ ବଟଲର (wk), ଶାହାରୁଖ ଖାନ, ୱାଶିଂଟନ୍ ସୁନ୍ଦର, ଜେସନ ହୋଲ୍ଡର, ରାହୁଲ ତେୱାଟିଆ, ରସିଦ ଖାନ, କାଗିସୋ ରାବାଡା, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories