|
logo
Live

Argus News - ଶ୍ରେୟସ ଆୟରଙ୍କ ସୁପର କ୍ୟାଚ୍‌ ହେଲା ଗେମଚେଞ୍ଜର: ସୋସିଆଲ ମିଡିଆରେ ରୋହିତ-ସ୍କାଏଙ୍କ ରିଆକ୍ସନ ଭାଇରାଲ

IPL 2026

IPL Latest News / ଶ୍ରେୟସ ଆୟରଙ୍କ ସୁପର କ୍ୟାଚ୍‌ ହେଲା ଗେମଚେଞ୍ଜର: ସୋସିଆଲ ମିଡିଆରେ ରୋହିତ-ସ୍କାଏଙ୍କ ରିଆକ୍ସନ ଭାଇରାଲ

Ritu Das
Browse all articles by Ritu Das
·6 hours ago·2 min read
ଶ୍ରେୟସ ଆୟରଙ୍କ ସୁପର କ୍ୟାଚ୍‌ ହେଲା ଗେମଚେଞ୍ଜର: ସୋସିଆଲ ମିଡିଆରେ ରୋହିତ-ସ୍କାଏଙ୍କ ରିଆକ୍ସନ ଭାଇରାଲ
ଶ୍ରେୟସ ଆୟରଙ୍କ ସୁପର କ୍ୟାଚ୍‌ ହେଲା ଗେମଚେଞ୍ଜର: ସୋସିଆଲ ମିଡିଆରେ ରୋହିତ-ସ୍କାଏଙ୍କ ରିଆକ୍ସନ ଭାଇରାଲ

Key Points

ଚଳିତ ଆଇପିଏଲ୍‌ରେ ପଞ୍ଜାବ ଦଳ ଏବେ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି
୫ଟି ମ୍ୟାଚ ଖେଳି ୪ ବିଜୟ ସହ ଦଳ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଛି
ଗତକାଲିର ମ୍ୟାଚ ସରିବାପରେ ହିରୋ ସାଜିଛନ୍ତି ସରପଞ୍ଚ ବାବୁ
ଚଳିତ ଆଇପିଏଲ୍‌ରେ ପଞ୍ଜାବ ଦଳ ଏବେ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। ୫ଟି ମ୍ୟାଚ ଖେଳି ୪ ବିଜୟ ସହ ଦଳ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଛି । ପଞ୍ଜାବ ମୋଟ୍ ୯ ପଏଣ୍ଟ ଅର୍ଜନ କରି ସାରିଛି । ୨୪ତମ ଲିଗ୍ ମ୍ୟାଚରେ ଦଳ ୭ ୱିକେଟ୍ରେ ଘରୋଇ ମୁମ୍ବାଇକୁ ପରାସ୍ତ କରିଥିଲା । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୬ ୱିକେଟ୍ ବିନିମୟରେ ୧୯୫ ରନ ସଂଗ୍ରହ କରିଥିଲା । ଜବାବରେ ପଞ୍ଜାବ ୧୬.୩ ଓଭରରେ ୩ ୱିକେଟ୍ ହରାଇ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା । ମ୍ୟାଚରେ ମୁଖ୍ୟ ଆକର୍ଷଣ ଥିଲା କ୍ୟାପ୍ଟେନ୍ ଶ୍ରେୟସ ଆୟରଙ୍କ କ୍ୟାଚ୍ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କ୍ୟାଚ୍ ଧରି ଶ୍ରେୟସ ସିଜିନରେ ଶ୍ରେଷ୍ଠ କ୍ୟାଚ୍ ଧରିଥିବା କୁହାଯାଉଛି । ତାଙ୍କର ଏହି କ୍ୟାଚ୍ ମ୍ୟାଚର ଗତିପଥ ବଦଳାଇଥିଲା । ଆୟରଙ୍କର କ୍ୟାଚ୍ ଧରିବା ପରେ ରୋହିତ ଶର୍ମା ଏବଂ ସୂର୍ଯ୍ୟକୁମାର ଦେଇଥିବା ରିଆକ୍ସନ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଏହାସହ ପଢ଼ନ୍ତୁ: ପଡ଼ିଆ ମଝିରେ ହାର୍ଦ୍ଦିକ- ବୁମ୍‌ରାହଙ୍କ ମଧ୍ୟରେ ହେଲା ଭୟଙ୍କର ଝଗଡ଼ା… ଚିନ୍ତାରେ ରୋହିତ!

ସୋସିଆଲ ମିଡିଆରେ ରୋହିତ-ସ୍କାଏଙ୍କ ରିଆକ୍ସନ ଭାଇରାଲ
୧୮ ତମ ଓଭରର ତୃତୀୟ ବଲରେ ଶ୍ରେୟାସ ଆୟର କ୍ୟାଚ୍ ଧରିଥିଲେ । ମାର୍କୋ ଜାନସେନଙ୍କ ବଲରେ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ସାମ୍ନାରେ ଏକ ବଡ ସଟ୍ ଖେଳିଥିଲେ । ଲଙ୍ଗ ଅନରେ ଠିଆ ହୋଇଥିବା ଶ୍ରେୟାସ ଆୟର ବଲକୁ ଧରିବା ପାଇଁ ଡେଇଁ ପଡି ସୀମା ଭିତରକୁ ବଲ୍ ଫିଙ୍ଗିଥିଲେ । ଲଙ୍କ ଅପରୁ ଆସି ଜାଭିୟର ବାର୍ଟଲେଟ୍ କ୍ୟାଚକୁ ଆୟରଙ୍କ ହାତରୁ ନେଇଥିଲେ । ଫଳରେ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପ୍ଟେନ ଆଉଟ୍ ହୋଇଥିଲେ । ଶ୍ରେୟସ ଆୟରଙ୍କ ଏହି କ୍ୟାଚ୍ ମୁମ୍ବାଇ ଡଗ୍ ଆଉଟ୍ ପାଖରେ ନେଇଥିଲେ । ତେଣୁ ସେଠାରେ ବସିଥିବା ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବ ଆଶ୍ଚର୍ଯ୍ୟ ହୋଇଥିଲେ । ଦୁହିଁଙ୍କ ରିଆକ୍ସନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ମ୍ୟାଚ୍ ପରେ ଯେତେବେଳେ ଶ୍ରେୟସଙ୍କ ପ୍ରଶ୍ନ ପଚରାଯାଇଥିଲା କି, ଗୋଟିଏ ପର୍ଯ୍ୟାୟରେ ମୁମ୍ବାଇ ୨୦୦+ ରନ୍ ଖୋଜୁଥିଲା, ମ୍ୟାଚକୁ କିପରି କମବ୍ୟାକ୍ କଲ ମ୍ୟାଚକୁ ଫେରିବାର ଚାବି କଣ ଥିଲା ପ୍ରଶ୍ନରେ ଆୟର ମଜାଳିଆ ଡଙ୍ଗରେ ଉତ୍ତର ଦେଇଥିଲେ କି, ମୁଁ ଭାବୁଛି ମୋର କ୍ୟାଚ୍।
ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ପଞ୍ଜାବ । ରୋହିତଙ୍କ ଅନୁପସ୍ଥିତିରେ ରିୟାନ ରିକେଲଟନ ଓ ଡି କକ୍‌ ସତର୍କତାର ସହ ପାଳି ଆରମ୍ଭ କରିଥିଲେ । ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଲୟ ହରାଇ ବସିଥିବା ଅର୍ଶଦୀପ ସିଂହ ଫର୍ମ ଫେରି ପାଇଥିଲେ ଓ ତୃତୀୟ ଓଭରରେ ୨ଟି ୱିକେଟ୍‌ ନେଇ ରୋମାଞ୍ଚ ଭରି ଦେଇଥିଲେ । ରିକେଲଟନ ୨ ରନ କରିଥିବାବେଳେ ସୂର୍ଯ୍ୟକୁମାର ଯାଦବ ଗୋଟିଏ ମାତ୍ର ବଲ୍‌ ଖେଳି ବିଦାୟ ନେଇଥିଲେ । ଘରୋଇ ଦଳ ଏଥର ବିପର୍ଯ୍ୟୟର ସମ୍ମୁଖୀନ ହେବ ବୋଲି ଆଶଙ୍କା କରାଯାଉଥିଲା । ମାତ୍ର ଅପରାଜିତ ଡି କକ୍‌ଙ୍କ ସହ ନମନ ଧିର ଯୋଗ ଦେଇ ସ୍ଥିତି ସୁଧାରିଥିଲେ। ଡି କକ ଶତକ ହାସଲ କରିଥିଲେ ହେଲେ ତାହା ବୃଥା ଯାଇଥିଲା । ମୁମ୍ବାଇ ୭ ୱିକେଟରେ ପରାସ୍ତ ହୋଇଥିଲା ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
IPL Latest News: ଶ୍ରେୟସ ଆୟରଙ୍କ ସୁପର କ୍ୟାଚ୍‌ ହେଲା ଗେମଚେଞ୍ଜର: ସୋସିଆଲ ମିଡିଆରେ ରୋହିତ-ସ୍କାଏଙ୍କ ରିଆକ୍ସନ ଭାଇରାଲ | Argus News