Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
IPL 2026

IPL Controversy / ହାଇଭୋଲଟେଜ ମ୍ୟାଚ୍ ସମୟରେ ଗୋଟିଏ ଭୁଲ ପାଇଁ ବିବାଦରେ ଫସିଲେ ଅଭିଷେକ

Ritu Das
Browse all articles by Ritu Das
·3 months ago·2 min read
ହାଇଭୋଲଟେଜ ମ୍ୟାଚ୍ ସମୟରେ ଗୋଟିଏ ଭୁଲ ପାଇଁ ବିବାଦରେ ଫସିଲେ ଅଭିଷେକ
IPL

Key Points

ବିବାଦରେ ଫସିଲେ ଅଭିଷେକ ଶର୍ମା
ଅସଭ୍ୟ ଶବ୍ଦ କହି ଆଇପିଏଲରେ ହେଲେ ଦଣ୍ଡିତ
ମ୍ୟାଚ ଫିରୁ ୨୫% ଜରିମାନା ଦେବେ
ସନରାଇଜର୍ସ ହାଇଦ୍ରାବାଦର ଷ୍ଟାର ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା କୋଲକାତା ନାଇଟ ରାଇଡର୍ସ ମ୍ୟାଚ ବିପକ୍ଷରେ ଶାନଦାର କମବ୍ୟାକ କରିଛନ୍ତି। ସନ ରାଇଜର୍ସ ହାଇଦ୍ରାବାଦ ଟିମ ଜିତିବା ପରେ ବି ବିବାଦ ଘେରରେ ରହିଛି। କାରଣ ହାଇଦ୍ରାବାଦର ହିରୋ ଅଭିଷେକ ଶର୍ମା ବଡ଼ ଅଡ଼ୁଆରେ ପଡ଼ିଛନ୍ତି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ପକ୍ଷରୁ ଅଭିଷେକଙ୍କୁ ଦୋଷୀ ଭାବେ ଦଣ୍ଡିତ କରାଯାଇଛି।

୨୫% ଜରିମାନା ଦେବେ ଅଭିଷେକ
ଗୁରୁବାର ଇଡେନ ଗାର୍ଡେନ ଥିଲା SRH ଏବଂ କେକେଆର ମ୍ୟାଚ। କୋଲକାତା ବିପକ୍ଷରେ ଅଭିଷେକ ୪୮ ରନର ଜବରଦସ୍ତ ପାଳି ଖେଳିଥିଲେ। ଏସଆରଏଚକୁ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ହେଲେ ଅଡୁଆରେ ପଡିଛନ୍ତି ଷ୍ଟାର ବ୍ୟାଚର ଅଭିଷେକ ଶର୍ମା । ଅର୍ଥ ଦଣ୍ଡରେ ଦଣ୍ଡିତ ହୋଇଛନ୍ତି । ଆଇପିଏଲ ଆଚରଣ ସଂହିତା ଉଲ୍ଲଂଘନ ପାଇଁ ଅଭିଷେକ ଶର୍ମାଙ୍କୁ ତାଙ୍କ ମ୍ୟାଚ୍ ଫିରୁ ଜରିମାନା କରାଯାଇଛି । ମ୍ୟାଚ୍‌ ଫିରୁ ୨୫% କାଟିବା ସହିତ ଗୋଟିଏ ଡିମେରିଟ୍ ପଏଣ୍ଟ ଦିଆଯାଇଛି । ଯାହା ତାଙ୍କ ବିଜୟ ଖୁସିକୁ ପାଣିଚିଆ କରିଛି ।


ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୬ର ଷଷ୍ଠ ମ୍ୟାଚ୍ ୬୫ ରନରେ ଏସଆରଏଚ ଜିତିଛି । କୋଲକାତାର ଲଗାତାର ଦ୍ୱିତୀୟ ପରାଜୟ ହୋଇଛି । ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସ ହାଇଦ୍ରାବାଦ ୮ ୱିକେଟ୍ ହରାଇ ୨୨୬ ରନ କରିଥିଲା । ଟ୍ରାଭିସ୍ ହେଡ୍ ଏବଂ ଅଭିଷେକ ଶର୍ମାଙ୍କ ପ୍ରାରମ୍ଭିକ ଯୋଡ଼ି ଏହି ଦଳକୁ ଭଲ ଆରମ୍ଭ ଦେଇଥିଲେ। ଉଭୟ ଖେଳାଳି ୫.୪ ଓଭରରେ ୮୨ ରନ କରିଥିଲେ । ଅଭିଷେକ ଶର୍ମା ୨୧ଟି ବଲ୍‌ରୁ ୪ ଚୌକା ଓ ୪ଛକା ବଳରେ ୪୮ ରନ୍ କରିଥିଲେ ।

ଏହାସହ ପଢ଼ନ୍ତୁ: SRHର ଧମାକେଦାର ବିଜୟ...KKRକୁ ୬୫ ରନରେ ହରାଇଲା ହାଇଦ୍ରାବାଦ

କୋଲକାତା ଜିତିଲା ହେଲେ ମୁସକିଲରେ ପଡିଛନ୍ତି ଅଭିଷେକ । ଆଇପିଏଲ ଆଚରଣ ସଂହିତା ଉଲ୍ଲଂଘନ କରିଥିବାରୁ ତାଙ୍କ ମ୍ୟାଚ୍ ଫିର ୨୫ ପ୍ରତିଶତ ଜରିମାନା ଏବଂ ଗୋଟିଏ ଡିମେରିଟ୍ ପଏଣ୍ଟ ଦିଆଯାଇଛି । ସେ ଧାରା ୨.୩ ଅନୁଯାୟୀ ଲେବଲ ୧ ଅପରାଧ ସ୍ୱୀକାର କରିଛନ୍ତି ଏବଂ ମ୍ୟାଚ୍ ରେଫରୀଙ୍କ ଦଣ୍ଡ ଗ୍ରହଣ କରିଛନ୍ତି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ତାଙ୍କୁ ଆଚରଣ ସଂହିତା ଉଲ୍ଲଂଘନ କରିଥିବାକୁ ଦୋଷୀ ସାବ୍ୟସ୍ତ କରିଛି । ଏହା ପୂର୍ବରୁ ଗୁଜରାଟ ବିପକ୍ଷରେ ସ୍ଲୋ ଓଭର ବୋଲିଂ ପାଇଁ ପଞ୍ଜାବ କ୍ୟାପ୍ଟେନ୍ ଶ୍ରେୟସ ଆୟର ଅର୍ଥଦଣ୍ଡରେ ଦଣ୍ଡିତ ହୋଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Abhishek faces controversy after mistake during KKR vs SRH | Argus News