Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
IPL 2026

IPL Controversy / ରାଜସ୍ଥାନ ରୟାଲ୍ସ ମ୍ୟାନେଜର୍‌ଙ୍କୁ ବିସିସିଆଇ ଛାଟ: ୪୮ ଘଣ୍ଟାରେ ଜବାବ ରଖିବାକୁ ନିର୍ଦ୍ଦେଶ

Ritu Das
Browse all articles by Ritu Das
·3 months ago·2 min read
ରାଜସ୍ଥାନ ରୟାଲ୍ସ ମ୍ୟାନେଜର୍‌ଙ୍କୁ ବିସିସିଆଇ ଛାଟ: ୪୮ ଘଣ୍ଟାରେ ଜବାବ ରଖିବାକୁ ନିର୍ଦ୍ଦେଶ
India

Key Points

ମ୍ୟାଚ୍‌ ସମୟରେ ବୈଭବଙ୍କ ସହ ଭିଣ୍ଡର ବି ‘ଡଗ୍‌ଆଉଟ୍‌’ରେ ଉପସ୍ଥିତ ଥିଲେ
ଏହି ସମୟରେ ସେ ଏକ ଫୋନ ବ୍ୟବହାର କରୁଥିବା ଦେଖାଯାଇଥିଲା
ଏହା ଟିଭିରେ ଦେଖାଯିବା ପରେ ବଡ଼ ବିବାଦ ସୃଷ୍ଟି ହୋଇଥିଲା


ଆଇପିଏଲ ୨୦୨୬ରେ ସବୁଠାରୁ ଶକ୍ତିଶାଳୀ ଟିମ ହେଉଛି ରାଜସ୍ଥାନ ରୟାଲ୍ସ। ଚାରୋଟି ଯାକ ମ୍ୟାଚ ଜିତି ଆରଆର ପଏଣ୍ଟ ଟେବୁଲର ସବୁଠାରୁ ଟପ୍‌ରେ ରହିଛି। ଏପଟେ ଆରଆର ଟିମ ନାଁରେ ଏକ ବଡ଼ ଅଭିଯୋଗ ଆସିଛି। ଭଲ ଖେଳିଲେ ବି BCCI ନୋଟିସ କରିଛି ଆଉ ୪୮ ଘଣ୍ଟା ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛି। ଦୁର୍ନୀତି ନିବାରଣ ଆଇନର ଉଲ୍ଲଙ୍ଘନ ଅଭିଯୋଗରେ ରାଜସ୍ଥାନ ରୟାଲ୍ସର ମ୍ୟାନେଜର ରୋମି ଭିଣ୍ଡର୍‌ଙ୍କୁ ନୋଟିସ୍‌ ଜାରି କରିଛି ବିସିସିଆଇର ଦୁର୍ନୀତି ନିବାରଣ ବିଭାଗ। ସେ ଖେଳାଳିମାନଙ୍କ ‘ଡଗ୍‌ଆଉଟ୍‌’ରେ ଥିବାବେଳେ ଫୋନ୍‌ ବ୍ୟବହାର କରୁଥିବା ଦେଖାଯାଇଥିଲା।

ଏହାସହ ପଢ଼ନ୍ତୁ: କୋହଲିଙ୍କ IPL 2026 ସିଜିନ୍ ବିପଦରେ କି? RCB କ୍ୟାପଟେନ ରଜତ ପାଟିଦାର ଦେଲେ ବଡ଼ ଅପଡେଟ…


ଗତ ଶୁକ୍ରବାର ବିପକ୍ଷ ମ୍ୟାଚ୍‌ ସମୟରେ ବୈଭବ ସୂର୍ଯ୍ୟବଂଶୀ ଓ ଅନ୍ୟ କିଛି ଖେଳାଳିଙ୍କ ସହ ଭିଣ୍ଡର ବି ‘ଡଗ୍‌ଆଉଟ୍‌’ ଉପସ୍ଥିତ ଥିଲେ। ଏହି ସମୟରେ ସେ ଏକ ଫୋନ ବ୍ୟବହାର କରୁଥିବା ଦେଖାଯାଇଥିଲା। ଏହା ଟିଭି ପରଦାରେ ଦେଖାଯିବା ପରେ ବଡ଼ ବିବାଦ ସୃଷ୍ଟି ହୋଇଥିଲା। ଏପରିକି ପୂର୍ବତନ ଆଇପିଏଲ୍‌ ଅଧ୍ୟକ୍ଷ ଲଳିତ ମୋଦୀ ମଧ୍ୟ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ବିବାଦ ବଢିବା ପରେ ଆଇପିଏଲ୍‌ ପରିଚାଳନା ପରିଷଦ ସକ୍ରିୟ ହେବା ସହ ତଦନ୍ତ କରିବାକୁ ବିସିସିଆଇର ଦୁର୍ନୀତି ନିବାରଣ ଓ ସୁରକ୍ଷା ୟୁନିଟ୍‌ (ଏସିଏସୟୁ)କୁ କହିଛି। ଏହା ପରେ ଏସିଏସୟୁ ପକ୍ଷରୁ ଭିଣ୍ଡରଙ୍କୁ ଏକ ନୋଟିସ୍‌ ଜାରି କରି ୪୮ ଘଣ୍ଟାରେ ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଭିଣ୍ଡରଙ୍କୁ ୪୮ ଘଣ୍ଟାରେ ଜବାବ ରଖିବାକୁ ନିର୍ଦ୍ଦେଶ
ସୂଚନାଯୋଗ୍ୟ ଯେ ଆଇପିଏଲ୍‌ର ଆଇନ ଅନୁସାରେ ଖେଳାଳିଙ୍କ ଡଗ୍‌ଆଉଟ୍‌ରେ ମୋବାଇଲ୍‌ ଫୋନ କିମ୍ବା ଅନ୍ୟ କୌଣସି ପ୍ରକାରର ଯୋଗାଯୋଗ ଉପକରଣ ରଖିବା ନିଷିଦ୍ଧ। ତେବେ କେବଳ ଲାପ୍‌ଟପ୍‌ ଓ ଟାବଲେଟ୍‌ ତଥ୍ୟ ଅନୁଶୀଳନ ଲାଗି ବ୍ୟବହାର କରାଯାଇପାରିବ। ମ୍ୟାଚ୍‌ ଫିକ୍ସିଂ ପରି ସମସ୍ୟାରୁ ଦୂରେଇ ରହିବାକୁ ଏହି ନିୟମ ରହିଛି। ବିଶେଷକରି ୨୦୧୩ରେ ଆଇପିଏଲ୍‌ ସ୍ପଟ୍‌ ଫିକ୍ସିଂ ଅଭିଯୋଗ ଆସିବା ପରେ ଏହି ନିୟମକୁ କଡ଼ାକଡ଼ି କରାଯାଇଥିଲା।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
BCCI Suspends Rajasthan Royals Manager Seeks Reply Within 48 Hours | Argus News