Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମା'ଙ୍କୁ ମୁଖାଗ୍ନି ଦେବାପରେ ପୁଣି ପଡ଼ିଆକୁ ଓହ୍ଲାଇଲେ ଏହି କ୍ରିକେଟର…ଦେଶ ପ୍ରତି କର୍ତ୍ତବ୍ୟ କଲେ

IPL 2026

Emotional Story / ମା'ଙ୍କୁ ମୁଖାଗ୍ନି ଦେବାପରେ ପୁଣି ପଡ଼ିଆକୁ ଓହ୍ଲାଇଲେ ଏହି କ୍ରିକେଟର…ଦେଶ ପ୍ରତି କର୍ତ୍ତବ୍ୟ କଲେ

Ritu Das
Browse all articles by Ritu Das
·5 days ago·2 min read
ମା'ଙ୍କୁ ମୁଖାଗ୍ନି ଦେବାପରେ ପୁଣି ପଡ଼ିଆକୁ ଓହ୍ଲାଇଲେ ଏହି କ୍ରିକେଟର…ଦେଶ ପ୍ରତି କର୍ତ୍ତବ୍ୟ କଲେ
India

Key Points

ଚେନ୍ନାଇର ମୁକେଶ ଚୌଧୁରୀ ମା' ଙ୍କୁ ହରାଇବା ପରେ ମଧ୍ୟ ୱାଙ୍ଖଡେ ମୈଦାନକୁ ଓହ୍ଲାଇ ଦଳ ପାଇଁ ଏକ ବଡ଼ ଉଦାହରଣ ପାଲଟିଛନ୍ତି।
ବିରାଟ କୋହଲିଙ୍କ ବିଷୟରେ ଏକ ପ୍ରସିଦ୍ଧ ଏବଂ ହୃଦୟସ୍ପର୍ଶୀ କାହାଣୀ ଅଛି, ଯିଏ ତାଙ୍କ ପିତାଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କ ଦିଲ୍ଲୀ ଦଳ ପାଇଁ ରଣଜୀ ଟ୍ରଫି ମ୍ୟାଚରେ ତାଙ୍କର କର୍ତ୍ତବ୍ୟ ନିର୍ବାହ କରିଥିଲେ । ଏହା ପୂର୍ବରୁ, ସଚିନ ତେନ୍ଦୁଲକରଙ୍କ ପିତାଙ୍କର ୧୯୯୯ ବିଶ୍ୱକପ୍ ସମୟରେ ଦେହାନ୍ତ ହୋଇଥିଲା । ସେ ତାଙ୍କ ପିତାଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବା ପରେ, ସେ ତୁରନ୍ତ ଟିମ୍ ଇଣ୍ଡିଆ ପାଇଁ ପଡ଼ିଆକୁ ଫେରିଥିଲେ । ଠିକ୍ ସେମିତି ଚେନ୍ନାଇର ମୁକେଶ ଚୌଧୁରୀ ମା' ଙ୍କୁ ହରାଇବା ପରେ ମଧ୍ୟ ୱାଙ୍ଖଡେ ମୈଦାନକୁ ଓହ୍ଲାଇ ଦଳ ପାଇଁ ଏକ ବଡ଼ ଉଦାହରଣ ପାଲଟିଛନ୍ତି। ମା'ଙ୍କ ବିୟୋଗ ପରେ ବି ମୁମ୍ବାଇ ବିପକ୍ଷ ମ୍ୟାଚ ଖେଳିଲେ ଏବଂ ଡି କକ୍‌ଙ୍କ ୱିକେଟ ନେଇଥିଲେ। 

ଏହାସହ ପଢ଼ନ୍ତୁ: ବୁମରାହ-ହାଜେଲଉଡ୍ ଯାହା କରିପାରିଲେ ନାହିଁ, ଏହି ବୋଲର ବୈଭବଙ୍କ ବିପକ୍ଷରେ ଏମିତି କଲେ…

ରାଜସ୍ଥାନର ଭିଲୱାରାର ବାମହାତୀ ପେସର ମୁକେଶ ଚୌଧୁରୀ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ନେଟ୍ ବୋଲର ଭାବରେ ତାଙ୍କ ଆଇପିଏଲ କ୍ୟାରିୟର ଆରମ୍ଭ କରିଥିଲେ । ୨୦୨୨ରେ ସୁଯୋଗ ମିଳିଥିଲା, ସେ ୧୩ ମ୍ୟାଚରେ ୧୬ ୱିକେଟ୍ ନେଇ ଚେନ୍ନାଇର ପ୍ରମୁଖ ୱିକେଟ୍ ଟେକର ହୋଇଥିଲେ । ଗତ ବୁଧବାର ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ମୁକେଶଙ୍କ ମା'ଙ୍କ ଦେହାନ୍ତ ହୋଇଥିଲା । ଏହା ପରେ ମୁକେଶ ମା'ଙ୍କ ଶେଷକୃତ୍ୟ ସାରି ଚେନ୍ନାଇ ଶିବିରରେ ଯୋଗ ଦେଇଥିଲେ । ମୁମ୍ବାଇ ବିପକ୍ଷରେ ଖେଳିଥିଲେ ଏବଂ ୱିକେଟ୍ ନେଇଥିଲେ । ଚେନ୍ନାଇ-ମୁମ୍ବାଇ ମ୍ୟାଚରେ ମୁକେଶଙ୍କ ଏହି ପ୍ରତିବଦ୍ଧତାକୁ ନେଇ ବେଶୀ ଚର୍ଚ୍ଚା । ସୋସିଆଲ ମିଡିଆରେ ତାଙ୍କୁ ପ୍ରଂଶସାର ସୁଅ ଛୁଟିଛି । ମୁକେଶଙ୍କୁ ସାଲ୍ୟୁଟ୍ କରୁଛି ଚେନ୍ନାଇ ସୁପରକିଙ୍ଗସ ଏବଂ ସୋସିଆଲ ମିଡିଆ ୟୁଜର୍ସ । ଚେନ୍ନାଇ ମୁକେଶଙ୍କ ମା'ଙ୍କ ସମ୍ମାନର୍ଥେ କଳା ପଟି ପିନ୍ଧି ମ୍ୟାଚ ଖେଳିଥିଲା ।

ମୁକେଶ ଗତ ଦୁଇଟି ସିଜିନରେ କେବଳ ତିନୋଟି ମ୍ୟାଚ୍ ଖେଳିଛନ୍ତି। ଏପର୍ଯ୍ୟନ୍ତ ୧୮ଟି ମ୍ୟାଚ୍ ରେ ତାଙ୍କ ନାମରେ ୨୦ଟି ୱିକେଟ୍ ଅଛି । ୱାଙ୍ଖେଡେ ଷ୍ଟାଡିୟମରେ ଚେନ୍ନାଇ ବିପକ୍ଷରେ ମୁମ୍ବାଇ ପାଇଁ ଖେଳି ମୁକେଶ ୪ ଓଭରରେ ୭.୭୫ ଇକୋନୋମି ରେଟ୍ ରେ ୩୧ ରନ୍ ଦେଇଥିଲେ ଏବଂ କ୍ୱିନ୍ ଡି କକଙ୍କ ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇଥିଲେ । ଏହି ସିଜିନର ଶେଷ ମ୍ୟାଚରେ ମୁକେଶ ହାଇଦ୍ରାବାଦ ବିପକ୍ଷରେ ୨୧ ରନ୍ ଦେଇ ଦୁଇଟି ୱିକେଟ୍ ନେଇଥିଲେ । ଡି କକ୍ଙ୍କ ୱିକେଟ୍ ନେବା ପରେ ମୁକେଶ ଆକାଶକୁ ଚାହିଁ ନୀରବ ସେଲିବ୍ରେସନ କରିଥିଲେ । ମନେ ହେଉଥିବା ସେ ତାଙ୍କ ମା' ଙ୍କୁ ମନେ ପକାଉଛନ୍ତି । ଚେନ୍ନାଇର ଏହି ବିଜୟକୁ ମୁକେଶଙ୍କୁ ଉତ୍ସର୍ଗ କରିଛନ୍ତି କ୍ୟାପଟେନ ଋତୁରାଜ ଗାଏକ୍ୱାଡ । ସେ କହିଛନ୍ତି ମୁକେଶ ଜାଣିଥିଲେ ତାଙ୍କୁ ଦଳର ଆବଶ୍ୟକତା ଅଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Cricketer returns after mother funeral shows dedication to nation | Argus News