IPL Update / ଆଇପିଏଲ ଇତିହାସରେ KKRର ଲଜ୍ଜାଜନକ ପରାସ୍ତ: ୫ଓ୍ବିକେଟରେ ଜିତିଲା ଗୁଜୁରାଟ
·2 hours ago·2 min read

Key Points
ବିଜୟ ଖାତା ଖୋଲି ପାରିଲାନି କୋଲକାତା ନାଇଟ୍ ରାଇଡର୍ସ
୫ ଓ୍ବିକେଟରେ ଜିତିଲା ଗୁଜୁରାଟ ଜାଏଣ୍ଟ୍ସ
୫ ଓ୍ବିକେଟରେ ଜିତିଲା ଗୁଜୁରାଟ ଜାଏଣ୍ଟ୍ସ
ବିଜୟ ଖାତା ଖୋଲି ପାରିଲାନି କୋଲକାତା ନାଇଟ୍ ରାଇଡର୍ସ । ୫ ଓ୍ବିକେଟରେ ଜିତିଲା ଗୁଜୁରାଟ ଜାଏଣ୍ଟ୍ସ । ୧୮୧ ରନର ବିଜୟ ଲକ୍ଷ୍ୟକୁ ୨ ବଲ ବାକି ଥାଇ ଜିତି ନେଇଛି ଗୁଜୁରାଟ । ଅଧିନାୟକ ଶୁଭମନ ଗିଲ ଅର୍ଦ୍ଧଶତକୀୟ ପାଳି ଖେଳି ଦଳକୁ ବିଜୟ କରାଇଛନ୍ତି । କୋଲକାତା ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ସର୍ବାଧିକ ୨ଟି ଓ୍ବିକେଟ ନେବାରେ ସଫଳ ହୋଇଥିଲେ । ତଥାପି ଦଳ ଜିତି ପାରିନାହିଁ । ୫ ମ୍ୟାଚ ଖେଳିଥିବା କୋଲକାତା ଚଳିତବର୍ଷ ଗୋଟିଏ ବି ମ୍ୟାଚ ଜିତିପାରିନାହିଁ।
୧୮୦ ରନକୁ ପିଛା କରୁଥିବା ଗୁଜୁରାଟ ପ୍ରଥମରୁ ଭଲ ଆରମ୍ଭ କରିଥିଲା । ଓପନର ସାଇ ସୁଦର୍ଶନ ୧୬ ବଲରୁ ୨୨ ରନ କରିଥିବାବେଳେ ଅଧିନାୟକ ଶୁଭମନ ଗିଲ୍ ୫୦ ବଲରୁ ୮୬ ରନ କରିଥିଲେ । ବାକି ଖେଳାଳିଙ୍କ ମଧ୍ୟରେ ବଟଲର ୨୫, ସୁନ୍ଦର ୧୩, ଫିଲ୍ମପ୍ସ ୧୯ ରନ କରିଥିଲେ । କୋଲକାତା ପକ୍ଷରୁ ବୈଭବ ଅରୋରା, ସୁନୀଲ ନାରାୟଣ ଏବଂ ରମଣଦୀପ ଗୋଟିଏ ଲେଖାଏଁ ଓ୍ବିକେଟ ଅକ୍ତିଆର କରିଛନ୍ତି।
ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲା କୋଲକାତା । ଦଳ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସମା୍ନା କରିଥିଲା । ଅଲଆଉଟ୍ ହୋଇ ଦଳ ୧୮୦ ରନ କରିବାରେ ସକ୍ଷମ ହୋଇଥିଲା । ଅଧିନାୟକ ଆଜିଙ୍କ୍ୟ ରାହାଣେ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ । ଆଲେନଙ୍କ ବଦଳରେ ଖେଳିବାର ସୁଯୋଗ ପାଇଥିବା ସେଫର୍ଟ ୧୪ ବଲରୁ ୧୯ ରନ କରିବାରେ ସକ୍ଷମ ହୋଇଥିଲେ । ଦଳର ୭ ଜଣ ଖେଳାଳି ଦୁଇ ଅଙ୍କ ଛୁଇଁ ପାରିନାହାନ୍ତି । ଗ୍ରୀନ୍ କୋଲକାତା ପକ୍ଷରୁ ଏକାକି ପାଳି ସମ୍ଭାଳିଥିବାବେଳେ ସେ ୫୫ ବଲରୁ ୭୯ ରନ କରିବାରେ ସକ୍ଷମ ହୋଇଥିଲେ । ସେପଟେ ଗୁଜୁରାଟ ପକ୍ଷରୁ ରାବାଡ଼ା ସର୍ବାଧିକ ୩ ଓ୍ବିକେଟ୍ ଅକ୍ତିଆର କରିଥିଲେ ।
ଆଜିର ମ୍ୟାଚରେ ପୁଣି ବିଫଳ ହୋଇଥିଲେ ଷ୍ଟାର ଫିନିସର ରିଙ୍କୁ ସିଂହ । ସେ ୨ ବଲରୁ ମାତ୍ର ୧ ରନ୍ କରି ଆଉଟ୍ ହୋଇଥିଲେ । ରମଣଦୀପ ୧୭, ପାଓ୍ବେଲ ୨୭ ରନ କରିବାରେ ସକ୍ଷମ ହୋଇଛନ୍ତି । ଦଳର ବାକି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନାହାନ୍ତି । ସେପଟେ ଗୁଜୁରାଟ ପକ୍ଷରୁ ସିରାଜ ଏବଂ ଅଶୋକ ଶର୍ମା ୨ଟି ଲେଖାଏଁ ଓ୍ବିକେଟ୍ ନେଇଥିବାବେଳେ ପ୍ରସିଦ୍ଧ କ୍ରିଷ୍ଣା ଏବଂ ରସିଦ ଖାନ ଗୋଟିଏ ଲେଖାଏଁ ଓ୍ବିକେଟରେ ସନ୍ତୁଷ୍ଟ ହୋଇଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories