Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - IPLରେ ବଡ଼ ଅଘଟଣ…ଫିଲ୍ଡିଂ ବେଳେ ଦିଲ୍ଲୀ କ୍ୟାପିଟାଲ୍ସର ଲୁଙ୍ଗି ଏନଗିଡିଙ୍କ ମୁଣ୍ଡରେ ଗଭୀର ଆଘାତ

IPL 2026

Cricket Injury / IPLରେ ବଡ଼ ଅଘଟଣ…ଫିଲ୍ଡିଂ ବେଳେ ଦିଲ୍ଲୀ କ୍ୟାପିଟାଲ୍ସର ଲୁଙ୍ଗି ଏନଗିଡିଙ୍କ ମୁଣ୍ଡରେ ଗଭୀର ଆଘାତ

Ritu Das
Browse all articles by Ritu Das
·5 days ago·2 min read
IPLରେ ବଡ଼ ଅଘଟଣ…ଫିଲ୍ଡିଂ ବେଳେ ଦିଲ୍ଲୀ କ୍ୟାପିଟାଲ୍ସର ଲୁଙ୍ଗି ଏନଗିଡିଙ୍କ ମୁଣ୍ଡରେ ଗଭୀର ଆଘାତ
IPL

Key Points

ଦିଲ୍ଲୀ କ୍ୟାପିଟାଲ୍ସର ଦ୍ରୁତ ବୋଲର ଲୁଙ୍ଗି ଏନଗିଡିଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଛି
ନୂଆଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମ୍‌ରେ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ମ୍ୟାଚ୍ ଚାଲିଥିଲା। ଠିକ୍ ଏହି ସମୟରେ ଏକ ବଡ଼ ଅଘଟଣ ଦେଖିବାକୁ ମିଳିଛି। ଦିଲ୍ଲୀ କ୍ୟାପିଟାଲ୍ସର ଦ୍ରୁତ ବୋଲର ଲୁଙ୍ଗି ଏନଗିଡିଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଛି। ପଞ୍ଜାବ କିଙ୍ଗସ୍ ଇନିଂସ ଆରମ୍ଭ ସମୟରେ ଏହି ଘଟଣା ଘଟିଥିଲା। ଯେତେବେଳେ ଏନଗିଡି ଏକ କ୍ୟାଚ୍ ନେବାର ଚେଷ୍ଟା କରିବା ସମୟରେ ତଳେ ତଳେ ପଡ଼ିଯାଇଥିଲେ। ମୁଣ୍ଡରେ ଗୁରୁତର ଆଘାତ ଲାଗିଛି। ଏହି କାରଣରୁ ସେ ପଡିଆରେ ପଡି ରହିଥିଲେ। ଆଉ ଉଠିପାରି ନ ଥିଲେ।



ଏହାପରେ ତୁରନ୍ତ ଦୁଇ ଟିମ୍‌ର ଖେଳାଳି ମେଡିକାଲ ସହାୟତା ପାଇଁ ଇଶାରା କରିଥିଲେ। ଷ୍ଟାଡିୟମରେ ଉପସ୍ଥିତ ହଜାର ହଜାର ଦର୍ଶକଙ୍କ ଭିତରେ ହଠାତ ନୀରବତା ଖେଳି ଯାଇଥିଲା। ଏହାପରେ ଫିଲ୍ଡକୁ ଫିଜିଓଥେରାପିଷ୍ଟ ଆସିବା ପରେ ତୁରନ୍ତ ଆମ୍ବୁଲାନ୍ସ ଡକାଇ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ତାଙ୍କ ମୁଣ୍ଡ ଏବଂ ବେକରେ କେତେ ଗଭୀର ଆଘାତ ଲାଗିଛି ତାହା ସ୍ପଷ୍ଟ ହୋଇପାରିନି। ମ୍ୟାଚକୁ କିଛି ସମୟ ପାଇଁ ରୋକିବାକୁ ପଡିଥିଲା। ଯେଉଁ ମ୍ୟାଚ୍ ସ୍ବାଭାବିକ ଉତ୍ସାହ ସହିତ ଆଗକୁ ବଢୁଥିଲା, ତାହା କ୍ଷଣକରେ ଚିନ୍ତାର କାରଣ ପାଲଟିଗଲା।



ଏହାସହ ପଢ଼ନ୍ତୁ: ଅଭ୍ୟାସ ବେଳେ DC ଖେଳାଳି ହେଲେ ରକ୍ତ ଜୁଡୁବୁଡୁ… ଷ୍ଟାଡିୟମରେ ଖେଳିଗଲା ଆତଙ୍କ

ତେବେ ଆଶ୍ବସ୍ତିର କଥା ଏନଗିଡି ଆଘାତ ପରେ ବି ମେଡିକାଲ ଷ୍ଟାଫଙ୍କ ସହ କଥା ହେଉଥିଲେ। ଏହାର ଅର୍ଥ ସେ ହୋସରେ ଥିଲେ। ଏନଗିଡି ବାହାରକୁ ଯିବା ପରେ ଦିଲ୍ଲୀ କ୍ୟାପିଟାଲ୍ସକୁ ନିୟମ ଅନୁସାରେ, କନସିଏସନ୍ ସବଷ୍ଟିଚ୍ୟୁଟ୍ ଅନୁମତି ମିଳିଥିଲା। ଅର୍ଥାତ ତାଙ୍କ ସ୍ଥାନରେ ଶ୍ରୀଲଙ୍କାର ବୋଲର ଦୁଶମନ୍ଥାର ଚମିର ମୈଦାନକୁ ଆସିଥିଲେ। ଚମିରା ପୂର୍ବରୁ ଟିମରେ ଥିଲେ ଦ୍ରୁତ ବୋଲର ଭାବରେ ଖେଳୁଥିଲେ। ଆଇପିଏଲ୍ ନିୟମ ଅନୁସାରେ, ଯଦି କୌଣସି ଖେଳାଳିଙ୍କ ମ୍ୟାଚ୍ ବେଳେ ମୁଣ୍ଡରେ କିମ୍ବା ବେକରେ ଆଘାତ ଲାଗେ ଓ କନସିଏସନ୍ ହେବାର ଆଶଙ୍କା ଥାଏ, ତେବେ ଟିମକୁ କନସିଏସନ୍ ରିପ୍ଲେସମେଣ୍ଟ ଅନୁମତି ଦିଆଯାଇଥାଏ। ଏଭଳି ସ୍ଥିତିରେ ଦିଲ୍ଲୀ କ୍ୟାପିଟାଲ୍ସର ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବରେ ନିୟମ ଅନୁରୂପ ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Lungi Ngidi suffers serious head injury during IPL fielding incident | Argus News