MSDhoni / IPL ମଧ୍ୟରେ NSG କ୍ୟାମ୍ପ ପରିଦର୍ଶନ କଲେ MS ଧୋନି, କମାଣ୍ଡୋଙ୍କ ସହ ସୁଟିଂ ଅଭ୍ୟାସ କଲେ
·2 days ago·2 min read

Key Points
ପୂର୍ବତନ ଭାରତୀୟ କ୍ୟାପଟେନ ମହେନ୍ଦ୍ର ସିଂ ଧୋନୀ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି
ପୂର୍ବତନ ଭାରତୀୟ କ୍ୟାପଟେନ ମହେନ୍ଦ୍ର ସିଂ ଧୋନୀ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ୨୦୨୬ ଆଇପିଏଲରେ ଗୋଟିଏ ବି ମ୍ୟାଚ ଖେଳି ନ ଥିବା ଧୋନୀ ଚେନ୍ନାଇର NSG (ନ୍ୟାସନାଲ ସିକ୍ୟୁରିଟି ଗାର୍ଡ) ରିଜିଓନାଲ ହବ୍ ପରିଦର୍ଶନ କରିଥିଲେ। ଯେଉଁଠାରେ ତାଙ୍କୁ ଏକ ଭିନ୍ନ ଦୃଷ୍ଟିରେ ଦେଖାଯାଇଥିଲା।
ଏମଏସ ଧୋନୀ ସୈନିକମାନଙ୍କ ସହିତ ସମୟ ବିତାଇଲେ, ଗୁଳିଚାଳନା ଅଭ୍ୟାସ କଲେ ଏବଂ ଫିଟନେସ ବିଷୟରେ ଏକ ମଜାଦାର ପ୍ରଶ୍ନ ପଚାରିଲେ ଯାହା ସେଠାରେ ଉପସ୍ଥିତ ସମସ୍ତଙ୍କ ମୁହଁରେ ହସ ଫୁଟାଇ ଦେଲା। ଧୋନୀ ସେଠାରେ ଥିବା କମାଣ୍ଡୋଜଙ୍କୁ ପଚାରିଲେ,” ମୁଁ ଫିଟ ଲାଗୁଛି ନା”। ଏହା ଶୁଣୁ ଶୁଣୁ ସେଠାରେ ଥିବା ଯବାନ ମାନେ ହସିଥିଲେ। ଏହା ଏବେ ସୋସିଆଲ ମିଡିଆରେ ଦ୍ରୂତ ଗତିରେ ଭାଇରାଲ ହେବାରେ ଲାଗିଛି।
କଳା ଟି-ସାର୍ଟ ଏବଂ ଡେନିମ୍ ଜିନ୍ସ ପିନ୍ଧିଥିବା ଏମଏସ ଧୋନି NSG କର୍ମଚାରୀଙ୍କ ସହିତ ଫିଟନେସ୍, ତାଲିମ ଏବଂ ଗୁଳି ଚାଳନା କୌଶଳ ବିଷୟରେ ଆଲୋଚନା କରିଥିଲେ। ସେ ଅସ୍ତ୍ରଶସ୍ତ୍ର ସହିତ ଗୁଳି ଚାଳନା ଅଭ୍ୟାସରେ ମଧ୍ୟ ଅଂଶଗ୍ରହଣ କରିଥିଲେ ଏବଂ କମାଣ୍ଡୋ ଅଧିକାରୀଙ୍କ ସହିତ ସମୟ ବିତାଇଥିଲେ। ଏମଏସ ଧୋନୀଙ୍କର ଭାରତୀୟଙ୍କ ସେନା ସହିତ ସମ୍ପର୍କ ବିଷୟରେ ପ୍ରାୟତଃ ସମସ୍ତେ ଜାଣିଛନ୍ତି। ତାଙ୍କୁ ୨୦୧୧ ମସିହାରେ ଟେରିଟୋରିଆଲ୍ ସେନାରେ ଲେଫ୍ଟନାଣ୍ଟ କର୍ଣ୍ଣେଲର ସମ୍ମାନଜନକ ପଦବୀରେ ସମ୍ମାନିତ କରାଯାଇଥିଲା। ପରବର୍ତ୍ତୀ ସମୟରେ ସେ ଅନେକ ସାମରିକ ତାଲିମ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି ଏବଂ ଜମ୍ମୁ ଏବଂ କାଶ୍ମୀରରେ ଆର୍ମି ଆଟାଚମେଣ୍ଟର ଅଂଶ ମଧ୍ୟ ରହିସାରିଛନ୍ତି।
ଏହାସହ ପଢ଼ନ୍ତୁ: IPLରେ ଫ୍ଲପ୍ ଶୋ ପରେ ରିଷଭ ପନ୍ତଙ୍କ ପାଇଁ ଖରାପ ଖବର….BCCI ତାଙ୍କୁ ବଡ଼ ଦାୟିତ୍ବରୁ ମୁକ୍ତ କରିବ
ଧୋନୀଙ୍କର ଏହି ଫଟୋ ଏମିତି ସମୟରେ ଆସିଛି ଯେତେବଳେ ପୁରା CSK ଫ୍ୟାନ ଜାଣିବାକୁ ଚାହୁଁଛନ୍ତି ଆଜି ଚେପକରେ ଧୋନୀ ମ୍ୟାଚ ଖେଳିବେ ନା ନାହିଁ। ଚେନ୍ନାଇ ସୁପର କିଙ୍ଗ୍ସର ୨୦୨୬ର ଫାଇନାଲ ମ୍ୟାଚ ଚେପକରେ ଏସଆରଏଚ ବିପକ୍ଷରେ ଅଛି। ମାହୋଲ ପୁରା ଇମୋସନାଲ ରହିଛି। ଫ୍ୟାନ୍ସମାନେ ଆଶା କରୁଛନ୍ତି ଯେ ହୁଏତ "ଥାଲା" ପୁଣି ଥରେ ହଳଦିଆ ଜର୍ସିରେ ନଜର ଆସିବେ।
ଧୋନୀ କାହିଁକି ଖେଳିପାରୁ ନାହାନ୍ତି?
ଏମଏସ ଧୋନୀ ଆଇପିଏଲ ୨୦୨୬ର ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ ଖେଳିପାରି ନାହାନ୍ତି। ସିଜନ ଆରମ୍ଭ ହେବା ପୂର୍ବରୁ ତାଙ୍କର କାଫ ଷ୍ଟ୍ରେନ ହୋଇଥିଲା। ପ୍ରଥମେ ଜଣାପଡ଼ିଥିଲା ଯେ ସେ ପ୍ରଥମ ଦୁଇ ସପ୍ତାହ ଖେଳିପାରିବେ ନାହିଁ। ତଥାପି, ଆଘାତ ଏତେ ଗୁରୁତର ପ୍ରମାଣିତ ହେଲା ଯେ ସେ ଏପର୍ଯ୍ୟନ୍ତ ଫେରି ନାହାଁନ୍ତି। କିନ୍ତୁ ଫ୍ୟାନ୍ସ ମାନେ ଆଜି ତାଙ୍କୁ ଚେପକରେ ଦେଖିବାକୁ ଚାହୁଁଛନ୍ତି।
ଏହି ସମୟରେ, ଏମଏସ ଧୋନିଙ୍କ ଏକ ପାଞ୍ଚ ବର୍ଷ ପୁରୁଣା ବୟାନ ଏବେ ସାମ୍ନାକୁ ଆସିଛି। 2021 ରେ CSK ର ଟାଇଟଲ ପାଳନ ସମୟରେ, ସେ କହିଥିଲେ, "ମୋର ଶେଷ T20 ଚେନ୍ନାଇରେ ହେବ।" ବର୍ତ୍ତମାନ CSK IPL 2026 ରେ ଏହାର ଶେଷ ଘରୋଇ ମ୍ୟାଚ୍ ଖେଳିବାକୁ ଯାଉଥିବାରୁ ପ୍ରଶଂସକମାନେ ଏହି ମ୍ୟାଚ୍ କୁ ଧୋନିଙ୍କ ପାଇଁ ଏକ ସମ୍ଭାବ୍ୟ ବିଦାୟ ମ୍ୟାଚ୍ ଭାବୁଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories