|
logo
Live

Argus News - ପ୍ରଫୁଲ ହିଙ୍ଗେ କିଏ ? ପ୍ରଥମ ଓଭର୍‌ରେ ୩ ୱିକେଟ୍ ନେଇ ରଚିଲେ ଇତିହାସ

IPL 2026

Praful Hinge / ପ୍ରଫୁଲ ହିଙ୍ଗେ କିଏ ? ପ୍ରଥମ ଓଭର୍‌ରେ ୩ ୱିକେଟ୍ ନେଇ ରଚିଲେ ଇତିହାସ

Sushanta Sahoo
Browse all articles by Sushanta Sahoo
·2 hours ago·2 min read
ପ୍ରଫୁଲ ହିଙ୍ଗେ କିଏ ? ପ୍ରଥମ ଓଭର୍‌ରେ ୩ ୱିକେଟ୍ ନେଇ ରଚିଲେ ଇତିହାସ
IPL History Created

Key Points

ସନରାଇଜର୍ସ ହାଇଦ୍ରାବାଦର ପେସ୍ ବୋଲର ପ୍ରଫୁଲ ହିଙ୍ଗେ ଆଇପିଏଲ୍‌ର ପ୍ରଥମ ଓଭର୍‌ରେ ୩ଟି ୱିକେଟ୍ ନେଇ ରେକର୍ଡ କରିଛନ୍ତି । ଆଇପିଏଲ୍‌ର ପ୍ରଥମ ଓଭର୍‌ରେ ୩ଟି ୱିକେଟ୍ ଅକ୍ତିଆର୍ କରିବାରେ ପ୍ରଫୁଲ ହେଉଛନ୍ତି ପ୍ରଥମ ଖେଳାଳି ।
ହାଇଦ୍ରାବାଦ: ଆଇପିଏଲ୍‌ରେ ଇତିହାସ । ପ୍ରଥମ ଓଭର୍‌ରେ ନେଲେ ୩ ୱିକେଟ୍ । ସନରାଇଜର୍ସ ହାଇଦ୍ରାବାଦର ପେସ୍ ବୋଲର ପ୍ରଫୁଲ ହିଙ୍ଗେ ଆଇପିଏଲ୍‌ର ପ୍ରଥମ ଓଭର୍‌ରେ ୩ଟି ୱିକେଟ୍ ନେଇ ରେକର୍ଡ କରିଛନ୍ତି । ଆଇପିଏଲ୍‌ର ପ୍ରଥମ ଓଭର୍‌ରେ ୩ଟି ୱିକେଟ୍ ଅକ୍ତିଆର୍ କରିବାରେ ପ୍ରଫୁଲ ହେଉଛନ୍ତି ପ୍ରଥମ ଖେଳାଳି ।

ସୋମବାର ସନରାଇଜର୍ସ ହାଇଦ୍ରାବାଦ ତାର ହୋମ୍ ଗ୍ରାଉଣ୍ଡ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ରାଜସ୍ଥାନ ରୟାଲ୍ସକୁ ଭେଟିଛି । ଆଉ ଏହି ମ୍ୟାଚ୍‌ରେ ପ୍ରଫୁଲ ହିଙ୍ଗେ ରାଜସ୍ଥାନ ରୟାଲ୍ସର ବ୍ୟାଟିଂ ଲାଇନ୍‌କୁ ଧ୍ଵଂସ କରି ଦେଇଛନ୍ତି । ୨୩ ବର୍ଷୀୟ ଡାହାଣ ହାତୀ ଦ୍ରୁତ ବୋଲର ଆଇପିଏଲ୍‌ରେ ଲେଖିଛନ୍ତି ନୂଆ ଇତିହାସ ।

ଏଥିସହ ପଢ଼ନ୍ତୁ: ଟିମ୍ ଡେଭିଡଙ୍କ ଉପରେ ଆସିପାରେ ବଡ଼ କାର୍ଯ୍ୟାନୁଷ୍ଠାନ.....ଅମ୍ପାୟାରଙ୍କ ସହ ବିବାଦ ଭିଡିଓ ଭାଇରାଲ

ବିଦର୍ଭ ଟିମ୍‌ର ଖେଳାଳି ପ୍ରଫୁଲ ଆଇପିଏଲ୍ ଡେବ୍ୟୁ ମ୍ୟାଚ୍‌ରେ କରିଥିବା ରେକର୍ଡକୁ ନେଇ ଏବେ ସବୁଠୁ ଚର୍ଚ୍ଚା ହେଉଛି । ପ୍ରଥମେ ବୈଭବ ସୂର୍ଯ୍ୟବଂଶୀ ତାପରେ ଧ୍ରୁବ ଜୁରେଲ ଓ ଲୁଆନ-ଡ୍ରେ ପେଟୋରିଓସଙ୍କୁ ପ୍ରଥମ ଓଭର୍‌ରେ ଆଉଟ୍ କରିଛନ୍ତି ପ୍ରଫୁଲ । ଫଳରେ ରାଜସ୍ଥାନ ରୟାଲ୍ସ ପ୍ରଥମ ଓଭର୍‌ରେ ୩ ୱିକେଟ୍ ହରାଇ ମାତ୍ର ୧ ରନ୍ କରିବାରେ ସଫଳ ହୋଇଛି ।

ପ୍ରଫୁଲଙ୍କ ବିସ୍ଫୋରକ ବୋଲିଂ ତାଙ୍କୁ ପଦାର୍ପଣ ମ୍ୟାଚ୍‌ରେ ଲାଇମ୍ ଲାଇଟ୍‌କୁ ଆଣିଛି । ପ୍ରଥମ ଓଭର୍‌ର ଦ୍ଵିତୀୟ ବଲ୍‌ରେ ପ୍ରଫୁଲଙ୍କ ସ୍ଵୀକାର ହୋଇଛନ୍ତି ବୈଭବ ସୂର୍ଯ୍ୟବଂଶୀ । ଏହାପରେ ଚତୁର୍ଥ ବଲ୍‌ରେ ଧ୍ରୁ ଜୁରେଲ୍ ଏବଂ ଷଷ୍ଠ ବଲ୍‌ରେ ଲୁଆନ-ଡ୍ରେ ପେଟୋରିଓସ ପ୍ୟାଭିଲିୟନ୍ ଫେରିଛନ୍ତି ।

ଏଥିସହ ପଢ଼ନ୍ତୁ: ବୈଭବଙ୍କ ବ୍ୟାଟର ପୁଣି ଥରେ ହେବ ଯାଞ୍ଚ: RCB ପ୍ଲେୟର ମାଗିବାରୁ ହଠାତ ରାଗିଗଲେ

ପ୍ରଥମ ଓଭର୍ ଭଳି ନିଜର ଦ୍ଵିତୀୟ ଏବଂ ସନରାଇଜର୍ସ ହାଇଦ୍ରାବାଦ ପାଇଁ ତୃତୀୟ ଓଭର୍ ବୋଲିଂ କରି ପ୍ରଫୁଲ ଚତୁର୍ଥ ସଫଳତା ପାଇଛନ୍ତି । ୨.୬ ବଲ୍‌ରେ ରାଜସ୍ଥାନ ରୟାଲ୍ସ ୯ ରନ୍ କରିଥିବା ବେଳେ ଆଉ ଏକ ଝଟ୍‌କା ଦେଇଛନ୍ତି ପ୍ରଫୁଲ । ରିୟାନ ପରାଗଙ୍କୁ ଆଉଟ୍ କରି ପ୍ରଫୁଲ, ରାଜସ୍ଥାନକୁ ଝଟ୍‌କା ଦେଇଛନ୍ତି ।

ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସ ହାଇଦ୍ରାବାଦ ୬ ୱିକେଟ୍ ହରାଇ ୨୧୬ ରନ୍ କରିଛି । ୨୧୭ ରନ୍‌ର ପିଛା କରି ଆରମ୍ଭରୁ ବ୍ଯାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ରାଜସ୍ଥାନ ରୟାଲ୍ସ । ଯଶ୍ଵସୀ ଜୟସ୍ବାଲ ମାତ୍ର ୧ ରନ୍ କରିଥିବା ବେଳେ ବୈଭବ ସୂର୍ଯ୍ୟବଂଶୀ, ଧ୍ରୁବ ଜୁରେଲ ଓ ଲୁଆନ-ଡ୍ରେ ପେଟୋରିଓସ ଶୂନରେ ଆଉଟ୍ ହୋଇଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Praful Hinge: ପ୍ରଫୁଲ ହିଙ୍ଗେ କିଏ ? ପ୍ରଥମ ଓଭର୍‌ରେ ୩ ୱିକେଟ୍ ନେଇ ରଚିଲେ ଇତିହାସ | Argus News