|
logo
Live

Argus News - ମୁମ୍ବାଇକୁ ୭ ଓ୍ବିକେଟରେ ହରାଇ ୯ ପଏଣ୍ଟ ସହ ଟେବୁଲ ଟପ୍ପର ହେଲା ପଞ୍ଜାବ

IPL 2026

IPL Update / ମୁମ୍ବାଇକୁ ୭ ଓ୍ବିକେଟରେ ହରାଇ ୯ ପଏଣ୍ଟ ସହ ଟେବୁଲ ଟପ୍ପର ହେଲା ପଞ୍ଜାବ

Ritu Das
Browse all articles by Ritu Das
·1 hour ago·2 min read
ମୁମ୍ବାଇକୁ ୭ ଓ୍ବିକେଟରେ ହରାଇ ୯ ପଏଣ୍ଟ ସହ ଟେବୁଲ ଟପ୍ପର ହେଲା ପଞ୍ଜାବ
India

Key Points

ପୁଣି ହାରିଲା ମୁମ୍ବାଇ
ମୁମ୍ବାଇକୁ ୭ ଓ୍ବିକେଟରେ ହରାଇଛି ପଞ୍ଜାବ
ବିଜୟ ସହ ଟେବୁଲ ଟପ୍ପର ହେଲା ପଞ୍ଜାବ 
ପୁଣି ହାରିଲା ମୁମ୍ବାଇ । ମୁମ୍ବାଇକୁ ୭ ଓ୍ବିକେଟରେ ହରାଇଛି ପଞ୍ଜାବ । ବିଜୟ ସହ ଟେବୁଲ ଟପ୍ପର ହେଲା ପଞ୍ଜାବ । ୧୯୬ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ୧୬.୩ ବଲରେ ଜିତି ନେଇଛି ଶ୍ରେୟସ ବାହିନୀ । ୩ ଓ୍ବିକେଟ୍ ବିନିମୟରେ ଏହି ବିଜୟୀ ସ୍କୋରକୁ ସହଜରେ ହାସଲ କରିଛି । ପ୍ରଭସିମରନ ଏବଂ ଶ୍ରେୟସ ଆୟାର ଅର୍ଦ୍ଧଶତକୀୟ ପାଳି ଖେଳି ଦଳକୁ ବିଜୟ କରାଇଛନ୍ତି । ସେପଟେ ମୁମ୍ବାଇ ଚତୁର୍ଥ ପରାଜୟ ବରଣ କରିଛି ।
୧୯୬ ରନକୁ ପିଛା କରିବାକୁ ଯାଇ ପଞ୍ଜାବ ପ୍ରଥମରୁ ଆକ୍ରମଣାତ୍ମକ ଢ଼ଙ୍ଗରେ ଖେଳ ଆରମ୍ଭ କରିଥିଲା।

ଏହାସହ ପଢ଼ନ୍ତୁ: CSKକୁ ଲାଗିଲା ୪୪୦-ଭୋଲ୍ଟର ଝଟକା…ଖଲିଲ ଅହମ୍ମଦ IPL ୨୦୨୬ରୁ ବାଦ ପଡ଼ିଲେ…



ଦୁଇ ଓପନର ପ୍ରଭସିମରନ ଏବଂ ପ୍ରିୟାଂଶ ବଡ଼ ବଡ଼ ସଟ୍ ଖେଳିଥିଲେ । ପ୍ରିୟାଂଶ ୯ ବଳରେ ୧୫ ରନ କରିଥିଲେ । ପରେ ପ୍ରଭସିମରନ ସିଂହ ୩୯ ବଲରୁ ୮୦ କରିଥିବାବେଳେ ଅଧିନାୟକ ଶ୍ରେୟସ ଆୟାର ୩୬ ବଲରୁ ୬୬ ରନ୍ କରିଛନ୍ତି । ବାକି ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ କୁପର କୋନଲି ୧୭ ଏବଂ ମାର୍କସ ଷ୍ଟୋଇନିସ ୧୦ ରନ୍ କରିଛନ୍ତି । ସେପଟେ ମୁମ୍ବାଇ ପକ୍ଷରୁ ଗଜନଫର ୨ଟି ଓ୍ବିକେଟ ଏବଂ ସାର୍ଦ୍ଦୁଲ ଠାକୁର ଗୋଟିଏ ଓ୍ବିକେଟ୍ ନେବାରେ ସଫଳ ହୋଇଛନ୍ତି ।

ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ପଞ୍ଜାବ । ମୁମ୍ବାଇକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିବାବେଳେ ୬ ଓ୍ବିକେଟରେ ୧୯୫ ରନ କରିଥିଲା ଘରୋଇ ଦଳ ।ଡି-କକ୍ ୬୦ ବଲରୁ ୧୧୨ ରନ କରିଥିଲେ । ଯେଉଁଥିରେ ୭ ଚୌକା ସହ ୮ ଛକା ରହିଥିଲା । ଏହାସହ ନମନ ଧିର ୩୧ ବଲରୁ ୫୦ ରନ କରିଥିଲେ।

ବିସ୍ଫୋରକ ବ୍ୟାଟର ହାର୍ଦ୍ଦିକ ପାଣ୍ଡ୍ୟା ୧୨ଟି ବଲ ଖେଳି ୧୪ ରନ କରିଥିଲେ, ଯେଉଁଥିରେ ଗୋଟିଏ ଛକା ସାମିଲ ଥିଲା। ସେପଟେ ପଞ୍ଜାବ ପକ୍ଷରୁ ଅର୍ଶଦୀପ ୨୨ ରନ୍ ଦେଇ ୩ ଓ୍ବିକେଟ୍ ଅକ୍ତିଆର କରିଥିବାବେଳେ ମାର୍କେ ୟାନସନ ଏବଂ ଶଶାଙ୍କ ସିଂହ ଗୋଟିଏ ଲେଖାଏଁ ଓ୍ବିକେଟ୍ ଅକ୍ତିଆର କରିବାରେ ସଫଳ ହୋଇଥିଲେ।




Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
IPL Update: ମୁମ୍ବାଇକୁ ୭ ଓ୍ବିକେଟରେ ହରାଇ ୯ ପଏଣ୍ଟ ସହ ଟେବୁଲ ଟପ୍ପର ହେଲା ପଞ୍ଜାବ | Argus News