Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୧୮ ବର୍ଷ ପରେ RCB ଛାଡିଲେ ...ଡ୍ରେସିଂ ରୁମରେ ସମସ୍ତଙ୍କ ଆଖିରେ ଲୁହ...

IPL 2026

Emotional Farewell / ୧୮ ବର୍ଷ ପରେ RCB ଛାଡିଲେ ...ଡ୍ରେସିଂ ରୁମରେ ସମସ୍ତଙ୍କ ଆଖିରେ ଲୁହ...

Ritu Das
Browse all articles by Ritu Das
·11 hours ago·2 min read
୧୮ ବର୍ଷ ପରେ RCB ଛାଡିଲେ ...ଡ୍ରେସିଂ ରୁମରେ ସମସ୍ତଙ୍କ ଆଖିରେ ଲୁହ...
IPL

Key Points

IPL ସିଜନ ମଧ୍ୟରେ ଆରସିବି ଦଳରୁ ଆସିଛି ଏକ ବଡ଼ ଅପଡେଟ
ଦଳକୁ ଛାଡ଼ିଛନ୍ତି ଜଣେ ସିନିୟର ପ୍ଲେୟର
ସେଥିପାଇଁ ଡ୍ରେସିଂ ରୁମରେ ସବୁ ଖେଳାଳିଙ୍କ ସହ ଭାରତୀୟ କ୍ରିକେଟର ସୁପରଷ୍ଟାର ବିରାଟ କୋହଲି ମଧ୍ୟ କାନ୍ଦିପକାଇଛନ୍ତି। “RCB ଟିମ ନୁହେଁ ଏହି ଦଳ ହେଉଛି ଏକ ଇମୋସନ। ଖାସ କରି ବିରାଟ କୋହଲିଙ୍କ ସହିତ ମୁଁ ପ୍ରଥମ ଦିନରୁ ଜଡ଼ିତ ଥିଲି। ମୋତେ ସମସ୍ତେ ବହୁତ ଭଲ ପାଉଥିଲେ। ଆଜି ଏହି ଟିମକୁ ଛାଡ଼ିକି ଯାଉଥିବାରୁ ମୋତେ ବହୁତ କଷ୍ଟ ହେଉଛି। ଦୀର୍ଘ ୧୮ ବର୍ଷ ହେଲା ମୁଁ ଏହି ଟିମର ଏକ ଅଂଶ ଥିଲି ଆଉ ସେଥିପାଇଁ ନିଜକୁ ଖୁବ ଭାଗ୍ୟବାନ ମନେ କରେ।“



IPL 2026 ସିଜିନ୍ ମଧ୍ୟରେ, ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛି ଯେଉଁଥିରେ ଲେଖାଯାଇଛି ଯେ କିପରି ଜଣେ ଅଭିଜ୍ଞ ଖେଳାଳି 18 ବର୍ଷ ପରେ ଦଳ ଛାଡିଲେ। ଭିଡିଓରେ ବିରାଟ କୋହଲିଙ୍କ ଆଖିରୁ ଲୁହ ଆସିଯାଇଥିଲା। ଯାହା କୋହଲିଙ୍କ ଲୁହଭରା ଆଖିକୁ ଦେଖି ଫ୍ୟାନ୍ସ ମାନେ ଜାଣିବାକୁ ଚାହିଁଛନ୍ତି କାହାପାଇଁ କିଙ୍ଗ କୋହଲି କାନ୍ଦିଲେ। ଏହି ମୋମେଣ୍ଟର ଫଟୋ ସୋସିଆଲ ମିଡିଆରେ ସେୟାର ହେବା ଆରମ୍ଭ ହୋଇଛି। ତେଣୁ, ଆସନ୍ତୁ ଜାଣିବା କେଉଁ ଖେଳାଳି ଦଳ ଛାଡିଛନ୍ତି।


ଆରସିବି ଟିମର ମୁଖ୍ୟ ଫିଜିଓ ଇଭାନ୍ ସ୍ପିଚଲି ଫ୍ରାଞ୍ଚାଇଜ୍ ଛାଡିଛନ୍ତି। ଏହି ଅବସରରେ, ସମଗ୍ର ଦଳ ଇଭାନଙ୍କୁ ବିଦାୟ ଦେଇଥିଲା। ବିରାଟ କୋହଲି ତାଙ୍କ ପାଇଁ ଏକ ଇମୋସନାଲ ଭାଷଣ ମଧ୍ୟ ଦେଇଥିଲେ। ଇଭାନ୍ ୨୦୦୮ ମସିହାରୁ ୨୦୨୫ ମସିହା ପର୍ଯ୍ୟନ୍ତ ବେଙ୍ଗାଲୁରୁର ଏକ ଅଂଶ ଥିଲେ।
ଏକ ଯୁଗ ଶେଷ ହୋଇଛି।

RCB ଭିଡିଓର କ୍ୟାପସନରେ କହିଛି, "ଇଭାନ୍ ସ୍ପିଚଲିଙ୍କ ଏକ ଯୁଗ ଶେଷ ହୋଇଛି। RCBରେ ତୁମର କାମ ସବୁବେଳେ ମନେ ରହିବ। ଇଭାନ୍ ସ୍ପିଚଲି 2008 ରୁ 2025 ପର୍ଯ୍ୟନ୍ତ 18 ବର୍ଷ ଧରି ଆମର ମୁଖ୍ୟ ଫିଜିଓ ଥିଲେ। ସେ RCBର OG ମାନଙ୍କ ମଧ୍ୟରୁ ଜଣେ ଥିଲେ। ସେ ଏକ ସ୍ୱତନ୍ତ୍ର ବିଦାୟ ସମାରୋହ ପାଇଁ ବେଙ୍ଗାଲୁରୁ ଆସିଥିଲେ, ଏବଂ ଆମ ସମସ୍ତଙ୍କ ଆଖିରେ ଲୁହ ଥିଲା! ଇଭାନ ସବୁବେଳ ପାଇଁ RCBian ଥିଲେ।

IPL 2026 ରେ ବେଙ୍ଗାଲୁରୁର ଜବରଦସ୍ତ ପ୍ରଦର୍ଶନ

ବର୍ତ୍ତମାନର IPL 2026 ସିଜନରେ ବେଙ୍ଗାଲୁରୁ ଜବରଦସ୍ତ ପ୍ରଦର୍ଶନ କରୁଛି। ସବୁ ଖେଳାଳି ଦଳ ନଅଟି ଲିଗ୍ ମ୍ୟାଚ୍ ଖେଳିଛି, ଛଅଟିରେ ବିଜୟୀ ହୋଇଛି। RCB ବାକି ତିନୋଟିରେ ପରାସ୍ତ ହୋଇଛି। ଦଳର 12 ପଏଣ୍ଟ ଏବଂ ନେଟ୍ ରନ୍ ରେଟ୍ +1.420। ଏହି ସଂଖ୍ୟା ସହିତ, RCB ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ଅଛି।

RCBର ପରବର୍ତ୍ତୀ ମ୍ୟାଚ୍
ରଜତ ପାଟିଦାରଙ୍କ ନେତୃତ୍ୱାଧୀନରେ RCB ସେମାନଙ୍କର ପରବର୍ତ୍ତୀ ଲିଗ୍ ମ୍ୟାଚ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବିପକ୍ଷରେ ମେ’ ୭ତାରିଖ ଗୁରୁବାର ଦିନ ଖେଳିବ। ମ୍ୟାଚଟି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବ। ମ୍ୟାଚଟି ସନ୍ଧ୍ୟା 7:30 ରେ ଆରମ୍ଭ ହେବ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
RCB Emotional Farewell After 18 Years Kohli Breaks Down | Argus News