Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପଦ୍ମଶ୍ରୀରେ ସମ୍ମାନିତ ହେଲେ ହରମନପ୍ରୀତ କିନ୍ତୁ କାହିଁକି ରାଷ୍ଟ୍ରପତି ଭବନ ଗଲେନି ରୋହିତ ଶର୍ମା ?

IPL 2026

PadmaShri Controversy / ପଦ୍ମଶ୍ରୀରେ ସମ୍ମାନିତ ହେଲେ ହରମନପ୍ରୀତ କିନ୍ତୁ କାହିଁକି ରାଷ୍ଟ୍ରପତି ଭବନ ଗଲେନି ରୋହିତ ଶର୍ମା ?

Ritu Das
Browse all articles by Ritu Das
·1 hour ago·2 min read
ପଦ୍ମଶ୍ରୀରେ ସମ୍ମାନିତ ହେଲେ ହରମନପ୍ରୀତ କିନ୍ତୁ କାହିଁକି ରାଷ୍ଟ୍ରପତି ଭବନ ଗଲେନି ରୋହିତ ଶର୍ମା ?
IPL

Key Points

ପଦ୍ମଶ୍ରୀ ନେବାକୁ କାହିଁକି ଆସିଲେନି ରୋହିତ ଶର୍ମା?
ହରମନଙ୍କ ବ୍ୟତୀତ ଏହି ଖେଳାଳିଙ୍କୁ ମିଳିଲା ପଦ୍ମଶ୍ରୀ
ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ହରମନପ୍ରୀତ କୌର ରାଷ୍ଟ୍ରପତି ଭବନର ଗଣତନ୍ତ୍ର ମଣ୍ଡପରେ 2026 ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଥିଲେ। ଭାରତ ସରକାର ଜାନୁଆରୀ ୨୫ ତାରିଖରେ ରୋହିତ ଶର୍ମା ଏବଂ ହରମନପ୍ରୀତ କୌରଙ୍କ ସମେତ 131 ପଦ୍ମ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରିଥିଲେ। ମେ ୨୫ ତାରିଖରେ ମୋଟ ୬୬ ଜଣଙ୍କୁ ସମ୍ମାନିତ କରାଯାଇଥିଲା। ହରମନଙ୍କ ଅଧିନାୟକତ୍ୱରେ, ଭାରତୀୟ ମହିଳା କ୍ରିକେଟ ଦଳ ୨୦୨୫ ODI ବିଶ୍ୱକପ୍ ଜିତିଥିଲା।

ହରମନଙ୍କ ବ୍ୟତୀତ ଏହି ଖେଳାଳିଙ୍କୁ ମିଳିଲା ପଦ୍ମଶ୍ରୀ

ସୂଚନାଯୋଗ୍ୟ ଯେ, ରାଷ୍ଟ୍ରପତି ଭବନରେ ପଦ୍ମ ପୁରସ୍କାର ସର୍ବଦା ଭିନ୍ନ ଭିନ୍ନ ପର୍ଯ୍ୟାୟରେ ଏବଂ ଅଲଗା ଅଲଗା ବ୍ୟାଚ୍ କରି ପ୍ରଦାନ କରାଯାଇଥାଏ। ପ୍ରଥମ ପର୍ଯ୍ୟାୟରେ ସୋମବାର ରାଷ୍ଟ୍ରପତି ଦୁଇଟି ପଦ୍ମ ବିଭୂଷଣ, ୬ଟି ପଦ୍ମ ଭୂଷଣ ଏବଂ ୫୮ଟି ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି । ଏହି କ୍ରମରେ ଭାରତୀୟ ମହିଳା କ୍ରିକେଟ୍ ଦଳର ଅଧିନାୟିକା ହରମନପ୍ରୀତ କୌରଙ୍କୁ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି ।

ଏହାସହ ପଢ଼ନ୍ତୁ: କାହିଁକି ୩ ଷ୍ଟାର ଖେଳାଳିଙ୍କୁ ଚପଲରେ ମାରିବାକୁ କହିଲେ ଯୁବରାଜ?

ହରମନପ୍ରୀତଙ୍କ ବ୍ୟତୀତ, ବଳଦେବ ସିଂହ, ଭଗବାନଦାସ ରାଇକୱାର, କେ. ପଞ୍ଜାନିଭେଲ, ସବିତ ପୁନିଆ ଏବଂ ପ୍ରବୀଣ କୁମାର ପଦ୍ମଶ୍ରୀ ପୁରସ୍କାର ପାଇଛନ୍ତି। କିନ୍ତୁ, ରୋହିତ ଶର୍ମା ପ୍ରଥମ ପର୍ଯ୍ୟାୟରେ ପୁରସ୍କାର ପାଇ ନାହାଁନ୍ତି। ତେବେ ରୋହିତ ଶର୍ମା ନିଜର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ଏବଂ ସମୟ ସମସ୍ୟା ଯୋଗୁଁ ପ୍ରଥମ ପର୍ଯ୍ୟାୟର ପୁରସ୍କାର ତାଲିକାରେ ସାମିଲ ହୋଇପାରି ନାହାନ୍ତି। ନିୟମ ଅନୁଯାୟୀ, ଯେଉଁ ବିଜେତାମାନେ ପ୍ରଥମ ତାରିଖରେ ଉପସ୍ଥିତ ରହିପାରନ୍ତି ନାହିଁ, ସେମାନଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ ସମ୍ମାନ ଗ୍ରହଣ କରିବାକୁ ସୁଯୋଗ ଦିଆଯାଏ । ତେଣୁ ରୋହିତ ଶର୍ମା ପରବର୍ତ୍ତୀ ପର୍ଯ୍ୟାୟରେ ରାଷ୍ଟ୍ରପତିଙ୍କଠାରୁ ନିଜର ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିବେ ।

ଆଇପିଏଲ୍-୨୦୨୬ ରେ ବ୍ୟସ୍ତ ଥିଲେ 'ହିଟମ୍ୟାନ୍'

ବର୍ତ୍ତମାନ ରୋହିତ ଶର୍ମା ଆଇପିଏଲ୍ ୨୦୨୬ ସିଜନକୁ ନେଇ ବେଶ୍ ବ୍ୟସ୍ତ ରହିଥିଲେ । ସେ ମୁମ୍ବାଇ ଇଣ୍ଡିଆନ୍ସ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରୁଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ଚଳିତ ସିଜନରେ ଆହତ ସମସ୍ୟା କାରଣରୁ ରୋହିତ ମାତ୍ର ୯ଟି ମ୍ୟାଚ୍ ଖେଳିବାରେ ସଫଳ ହୋଇଥିଲେ । ଏହି ମ୍ୟାଚଗୁଡ଼ିକରେ ୩୫.୩୮ ହାରରେ ସେ ମୋଟ ୨୮୩ ରନ୍ ସଂଗ୍ରହ କରିଛନ୍ତି। 

ଏହାସହ ପଢ଼ନ୍ତୁ: ବିରାଟ-ହେଡ୍ ବିବାଦରେ ନୂଆ ମୋଡ଼…ଟ୍ରାଭିସ୍ ହେଡଙ୍କ ପତ୍ନୀଙ୍କୁ ଟ୍ରୋଲ କଲେ କୋହଲି ଫ୍ୟାନ୍ସ

ଆଇପିଏଲ୍ ଶେଷ ହେବା ପରେ ଏବେ ରୋହିତଙ୍କ ସମ୍ପୂର୍ଣ୍ଣ ନଜର ଆସନ୍ତା ଜୁନ୍ ମାସରେ ଆଫଗାନିସ୍ତାନ ବିପକ୍ଷରେ ହେବାକୁ ଥିବା ଦିନିକିଆ ସିରିଜ୍ ଉପରେ ରହିଛି । କିନ୍ତୁ ସେ ପୂର୍ଣ୍ଣ ଭାବେ ଫିଟ୍ ହେବା ପରେ ହିଁ ମଇଦାନକୁ ଓହ୍ଲାଇବେ ବୋଲି ସୂଚନା ମିଳିଛି । ଏହି ସିରିଜ୍ ପୂର୍ବରୁ ରୋହିତଙ୍କୁ ବିସିସିଆଇର କଡ଼ା ଫିଟନେସ୍ ଟେଷ୍ଟ୍ ପାସ୍ କରିବାକୁ ପଡ଼ିପାରେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Why Rohit Sharma Missed Rashtrapati Bhavan During Padma Awards Ceremony | Argus News