IPL Update / ଆଜି ସୁପରକିଙ୍ଗସ୍ - ନାଇଟ୍ ରାଇଡର୍ସ ମୁକାବିଲା, ସନ୍ଧ୍ୟାରେ ହାଇଭୋଲଟେଜ ମ୍ୟାଚ
·4 hours ago·2 min read

Key Points
ଚଳିତ ଆଇପିଏଲ୍ର ଆଜି ୨୨ତମ ଲିଗ ମ୍ୟାଚ
ଆଜି ୫ଥର ଚାମ୍ପିଅନ୍ ଚେନ୍ନାଇ ଘରୋଇ ଗ୍ରାଉଣ୍ଡରେ କୋଲକାତାକୁ ଭେଟିବ

ଚଳିତ ଆଇପିଏଲ୍ର ୨୨ତମ ଲିଗ୍ ମ୍ୟାଚରେ ଆଜି ୫ଥର ଚାମ୍ପିଅନ୍ ଚେନ୍ନାଇ ଘରୋଇ ଗ୍ରାଉଣ୍ଡରେ କୋଲକାତାକୁ ଭେଟିବ। ଉଭୟ ପଏଣ୍ଟ ତାଲିକାର ଅନ୍ତିମ୨ ସ୍ଥାନରେ ରହିଥିବାରୁ ଉପରକୁ ଉଠିବାକୁ ଚେଷ୍ଟା ଜାରି ରଖିଛନ୍ତି। ଫଳରେ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।
ପୂର୍ବ ରେକର୍ଡକୁ ଦେଖିଲେ ଆଜି ଚେନ୍ନାଇ ପଲା ଭାରି ରହିବ । ଉଭୟ ଦଳ ପରସ୍ପରକୁ ୩୨ଥର ଭେଟିଛନ୍ତି । ଏଥିରୁ ଚେନ୍ନାଇ ୨୦ଟି ମ୍ୟାଚ ଜିତିଥିବା ବେଳେ କୋଲକାତା ୧୧ଟି ମ୍ୟାଚରେ ବିଜୟୀ ହୋଇଛି ।
ଚେନ୍ନାଇ କ୍ରମାନ୍ୱୟରେ ୩ଟି ମ୍ୟାଚ ପରାଜିତ ହେବା ପରେ ଶନିବାର ଦିନ ଦିଲ୍ଲୀକୁ ହରାଇ ୨ ପଏଣ୍ଟ ଅର୍ଜନ କରିଥିଲା । ଆଜି ମଧ୍ୟ ଦଳ ଘରୋଇ ଗ୍ରାଉଣ୍ଡରେ ଏହି ମ୍ୟାଚ ଖେଳିବ । ତେଣୁ ବିଜୟଧାରା ଜାରି ରଖିବାକୁ ଚେନ୍ନାଇ ପ୍ରୟାସ କରିବ । କୋଲକାତା ୪ଟି ମ୍ୟାଚ ଖେଳିସାରିଥିଲେ ହେଁ କେବଳ ପଞ୍ଜାବ ବିପକ୍ଷ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହେବାରୁ ୧ ପଏଣ୍ଟ ପାଇଛି । ଏକାଧିକ ବୋଲର ଆହତ ଥିବାରୁ ଏହାର ପ୍ରଭାବ କୋଲକାତା ଉପରେ ପଡ଼ୁଛି । ତେଣୁ ଦଳ ଶୃଙ୍ଖଳିତ ବୋଲିଂ ଉପରେ ପ୍ରାଥମିକତା ଦେବ।
ଏହାସହ ପଢ଼ନ୍ତୁ: ସୂର୍ଯ୍ୟବଂଶୀଙ୍କୁ ଆଉଟ୍ କରିବା ପାଇଁ ସପ୍ତାହେ ପୂର୍ବରୁ ହୋଇଥିଲା ପ୍ଲାନିଂ….
ଆଜି ସଞ୍ଜୁଙ୍କ ଉପରେ ଦର୍ଶକଙ୍କ ନଜର ରହିବ । ଗତ ଦିଲ୍ଲୀ ବିପକ୍ଷ ମ୍ୟାଚରେ ସେ ଶତକ ଅର୍ଜନ କରି ଫର୍ମକୁ ଫେରିଛନ୍ତି । କୋଲକାତା ପକ୍ଷରୁ ଅଙ୍ଗକ୍ରୀଶ ରଘୁବଂଶୀ ମଧ୍ୟ ଦମ୍ଦାର ପ୍ରଦର୍ଶନ ଜାରି ରଖିଛନ୍ତି । ଚିପକ ଷ୍ଟାଡ଼ିୟମର ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିବ । ରାତ୍ରିରେ ମ୍ୟାଚ ଖେଳାଯାଉଥିବାରୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ । କାରଣ ସନ୍ଧ୍ୟା ସମୟରେ ନୂଆ ବଲ୍ ସୁଇଂ କରିବ ଓ ରାତ୍ରିରେ କାକର ଯୋଗୁଁ ବ୍ୟାଟିଂ ସହଜ ହେବ ।
ପ୍ଲେଇଂ ଏକାଦଶ: ସଞ୍ଜୁ ସାମସନ, ଋତୁରାଜ ଗାଏକୱାଡ୍ (ଅଧିନାୟକ), ଆୟୂଷ ମାହତ୍ରେ, ଡିୱାଲ୍ଡ ବ୍ରେଭିସ୍, ଶିବମ ଦୁବେ, ସର୍ଫରାଜ ଖାନ, ଜାମି ଓଭରଟନ, ଅକିଲ ହୋସେନ, ଅଂଶୁଲ କାମ୍ବୋଜ, ନୂର ଅହମ୍ମଦ, ଖଲିଲ ଅହମ୍ମଦ, ଗୁରଜନପ୍ରୀତ ସିଂହ ।
କୋଲକାତା: ଆଜିଙ୍କ୍ୟ ରାହାଣେ (ଅଧିନାୟକ), ଫିନ ଆଲେନ, ଅଙ୍ଗକ୍ରୀଶ ରଘୁବଂଶୀ, କାମେରନ ଗ୍ରୀନ, ରିଙ୍କୁ ସିଂହ, ରୋଭମାନ ପାୱେଲ୍, ରମଣଦୀପ ସିଂହ, ସୁନୀଲ ନାରାଏନ, ଅନୁକୂଳ ରୟ/ବରୁଣ ଚକ୍ରବର୍ତ୍ତୀ, ନବଦୀପ ସାଇନି, କାର୍ତ୍ତିକ ତ୍ୟାଗୀ, ବୈଭବ ଆରୋରା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories