|
logo
Live

Argus News - ଟିମ୍ ଇଣ୍ଡିଆରେ ହେବ ବୈଭବଙ୍କ ଏଣ୍ଟ୍ରି…ବିପଦରେ ସଚିନ୍‌ଙ୍କ ରେକର୍ଡ

IPL 2026

Vaibhav Suryavanshi / ଟିମ୍ ଇଣ୍ଡିଆରେ ହେବ ବୈଭବଙ୍କ ଏଣ୍ଟ୍ରି…ବିପଦରେ ସଚିନ୍‌ଙ୍କ ରେକର୍ଡ

Ritu Das
Browse all articles by Ritu Das
·3 hours ago·2 min read
ଟିମ୍ ଇଣ୍ଡିଆରେ ହେବ ବୈଭବଙ୍କ ଏଣ୍ଟ୍ରି…ବିପଦରେ ସଚିନ୍‌ଙ୍କ ରେକର୍ଡ
India

Key Points

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି
ଜୁନ୍ ମାସରେ ଆୟର୍ଲାଣ୍ଡ ଗସ୍ତ ଟି-ଟ୍ୱେଣ୍ଟି ସିରିଜରେ ବୈଭବଙ୍କୁ ସାମିଲ କରାଯାଇପାରେ
ଯଦି ବୈଭଙ୍କୁ ସୁଯୋଗ ମିଳେ ତେବେ ସେ ସଚିନ୍- ଶେଫାଳିଙ୍କୁ ପଛରେ ପକାଇବେ

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ସେ ଖୁବଶୀଘ୍ର ଭାରତୀୟ ଦଳ ପାଇଁ ଖେଳିବାର ସମ୍ଭାବନା ରହିଛି । ବର୍ତ୍ତମାନ ଆଇପିଏଲରେ ବୈଭବଙ୍କ ହାଇଭୋଲଟେଜ ମ୍ୟାଚ ଦେଖି ସ ତାଙ୍କୁ ଭାରତର ସିନିୟର ଦଳ ପାଇଁ ଖେଳିବାର ସୁଯୋଗ ମିଳିପାରେ । ଯଦିଓ କିଛି ସମୟ ବାକି ଅଛି, ଯଦି ଏପରି ହୁଏ, ତେବେ ସେ ତାଙ୍କର ଡେବ୍ୟୁ ସହିତ ନୂତନ ରେକର୍ଡ ସ୍ଥାପନ କରିବେ । ଟିମ୍ ଇଣ୍ଡିଆରେ ବୈଭବଙ୍କ ଏଣ୍ଟ୍ରୀ ବେଶୀ ଦୂର ନୁହେଁ । ଜୁନ୍ ମାସରେ ଆୟର୍ଲାଣ୍ଡ ଗସ୍ତ ଟି-ଟ୍ୱେଣ୍ଟି ସିରିଜରେ ବୈଭବଙ୍କୁ ସାମିଲ କରାଯାଇପାରେ । ଯଦି ବୈଭବ ଟିମ୍ ଇଣ୍ଡିଆ ପାଇଁ ଡେବ୍ୟୁ କରନ୍ତି ତେବେ ସେ ଭାରତୀୟ କ୍ରିକେଟ ଇତିହାସରେ ସବୁଠାରୁ ଯୁବ ଖେଳାଳି ହେବେ। 

ଏକ ରିପୋର୍ଟ ଅନୁଯାୟୀ, ସୂର୍ଯ୍ୟବଂଶୀଙ୍କୁ ଚୟନକର୍ତ୍ତାମାନେ ସଂକ୍ଷିପ୍ତ ତାଲିକାରେ ରଖିଛନ୍ତି । ସେ ଦଳରେ ସାମିଲ ହେବା ପାଇଁ ଦୌଡରେ ଅଛନ୍ତି । ଏହା ଆଇପିଏଲ ୨୦୨୬ ପରେ ତୁରନ୍ତ ହେବାର ସମ୍ଭାବନା ରହିଛି । ଭାରତର ସମ୍ଭାବ୍ୟ ଦ୍ୱିତୀୟ ସ୍ତରରେ ଦଳକୁ ସୁଯୋଗ ଦିଆଯିବ । ଚୟନ କମିଟି ଯୁବ ଖେଳାଳିଙ୍କୁ ଅନ୍ତର୍ଜାତୀୟ ସ୍ତରରେ ସୁଯୋଗ ଦେବାକୁ ଆଗ୍ରହୀ । ଯଦି ସୂର୍ଯ୍ୟବଂଶୀଙ୍କୁ ସିନିୟର ଟିମ୍ ଇଣ୍ଡିଆରେ ସୁଯୋଗ ମିଳେ ତେବେ ସେ ସବୁଠାରୁ ଯୁବ ଖେଳାଳି ହେବେ । ବର୍ତ୍ତମାନ ଏହି ରେକର୍ଡ ସଚିନ ତେନ୍ଦୁଲକରଙ୍କ ନାମରେ ରହିଛି । ଯିଏ କି ୧୬ ବର୍ଷ ୨୦୫ ଦିନ ବୟସରେ ଡେବ୍ୟୁ କରିଥିଲେ । ସମାନ ରେକର୍ଡ ଶେଫାଲି ବର୍ମାଙ୍କ ନାମରେ ବି ଅଛି । ଯିଏକି ୧୫ ବର୍ଷ ୭ ମାସ ବୟସରେ ଭାରତ ପାଇଁ ଖେଳିଥିଲେ । ଯଦି ବୈଭଙ୍କୁ ସୁଯୋଗ ମିଳେ ତେବେ ସେ ସଚିନ୍- ଶେଫାଳିଙ୍କୁ ପଛରେ ପକାଇବେ । ଚଳିତ ଆଇପିଏଲରେ ୫ଟି ମ୍ୟାଚ ଖେଳି ୪୦ ହାରାହାରି ଏବଂ ୨୬୩.୧୫ ଷ୍ଟ୍ରାଇକ୍ ରେଟରେ ୨୦୦ ରନ୍ କରିଛନ୍ତି । ହେଲେ ଗତକାଲି ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଗୋଲଡେନ୍ ଡକରେ ଆଉଟ୍ ହୋଇଥିଲେ ।

ଯଦିଓ ସୂର୍ଯ୍ୟକୁମାର ଯାଦବ ବର୍ତ୍ତମାନ ଭାରତର ଟି-୨୦ ଦଳର ଅଧିନାୟକ, ଆଶା କରାଯାଉଛି ଯେ ତାଙ୍କୁ ଆୟରର୍ଲାଣ୍ଡ ବିପକ୍ଷ ସିରିଜ ପାଇଁ ବିଶ୍ରାମ ଦିଆଯାଇପାରେ ଏବଂ ଜଣେ ଯୁବ ଖେଳାଳିଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇପାରେ। ବୈଭବ ସୂର୍ଯ୍ୟବଂଶୀଙ୍କ ନାମ ମଧ୍ୟ ବିଚାର କରାଯିବାର ସମ୍ଭାବନା ଅଛି । ବୈଭବ ସୂର୍ଯ୍ୟବଂଶୀ ମାର୍ଚ୍ଚ ଶେଷରେ ୧୫ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ଯଦି ତାଙ୍କୁ ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ କରିବାର ସୁଯୋଗ ମିଳେ, ତେବେ ସେ ଭାରତ ପାଇଁ ଖେଳିଥିବା ସବୁଠାରୁ ଯୁବ ଖେଳାଳି ହେବେ।

ପରବର୍ତ୍ତୀ ଟି-ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ଏବେଠୁ ପ୍ରସ୍ତୁତି- ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ଜବରଦସ୍ତ ଫର୍ମରେ ଅଛନ୍ତି। ଯଦି ଏହି ଫର୍ମ ଜାରି ରହେ, ତେବେ ଚୟନକର୍ତ୍ତାମାନେ ତାଙ୍କୁ ଶୀଘ୍ର ସୁଯୋଗ ଦେବା ବିଷୟରେ ବିଚାର କରୁଛନ୍ତି । ଯେହେତୁ ପରବର୍ତ୍ତୀ ଟି-ଟ୍ୱେଣ୍ଟି ବିଶ୍ୱକପ୍ ୨୦୨୮ରେ ଅନୁଷ୍ଠିତ ହେବ । ତେଣୁ ଏହା ପୂର୍ବରୁ ଏକ ନୂଆ ଯୁବ ଦଳ ଗଠନ କରିବାର ଯୋଜନା ଅଛି । ସେମାନେ ପ୍ରାରମ୍ଭରେ କିଛି ଛୋଟ ଦଳ ବିପକ୍ଷରେ ଖେଳିବେ । ଯଦି ସେମାନଙ୍କର ପ୍ରଦର୍ଶନ ଜାରି ରହେ, ତେବେ ସେମାନେ ବଡ଼ ଦଳ ବିପକ୍ଷରେ ମଧ୍ୟ ଖେଳିପାରିବେ ।

ଏଥିସହ ପଢ଼ନ୍ତୁ: IPL 2026 ରେ ହାର୍ଦ୍ଦିକ-କୃଣାଲଙ୍କ ମଧ୍ୟରେ କୋଲ୍ଡ ଓ୍ବାର…ମ୍ୟାଚ୍ ପରେ ହାତ ମିଳାଇଲେନି ପାଣ୍ଡ୍ୟା ବ୍ରଦର୍ସ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Vaibhav Suryavanshi: ଟିମ୍ ଇଣ୍ଡିଆରେ ହେବ ବୈଭବଙ୍କ ଏଣ୍ଟ୍ରି…ବିପଦରେ ସଚିନ୍‌ଙ୍କ ରେକର୍ଡ | Argus News