Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - RCB ଚାମ୍ପିଅନ୍ ପରେ ବିରାଟଙ୍କ ନିଆରା ଅନ୍ଦାଜ….କୃଣାଲଙ୍କ ପୁଅ ସହ ବଣ୍ଡିଂ ଜିତିଲା ହୃଦୟ

IPL 2026

IPL Final / RCB ଚାମ୍ପିଅନ୍ ପରେ ବିରାଟଙ୍କ ନିଆରା ଅନ୍ଦାଜ….କୃଣାଲଙ୍କ ପୁଅ ସହ ବଣ୍ଡିଂ ଜିତିଲା ହୃଦୟ

Ritu Das
Browse all articles by Ritu Das
·2 hours ago·2 min read
RCB ଚାମ୍ପିଅନ୍ ପରେ ବିରାଟଙ୍କ ନିଆରା ଅନ୍ଦାଜ….କୃଣାଲଙ୍କ ପୁଅ ସହ ବଣ୍ଡିଂ ଜିତିଲା ହୃଦୟ
IPL

Key Points

ବିରାଟ କୋହଲିଙ୍କ ଦଳ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ୨୦୨୬ ଫାଇନାଲ ଟାଇଟଲ ଜିତିଛି
ଏହାମଧ୍ୟରେ କୋହଲି କୃଣାଲଙ୍କ ପୁଅକୁ କାଖେଇ ତା'ସହ ମସ୍ତି କରୁଥିଲେ
ବିରାଟ କୋହଲିଙ୍କ ଦଳ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ୨୦୨୬ ଫାଇନାଲ ଟାଇଟଲ ଜିତିଛି। RCB ଗୁଜରାଟ ଟାଇଟାନ୍ସକୁ ପରାସ୍ତ କରି ଲଗାତାର ଦ୍ୱିତୀୟ ଟ୍ରଫି ଜିତିଛି। ସବୁବେଳେ ପରି, ବିରାଟ କୋହଲି ତାଙ୍କର ପତ୍ନୀ ଅନୁଷ୍କା ଶର୍ମାଙ୍କ ସହିତ RCBର ଐତିହାସିକ ବିଜୟ ପାଳନ କରିଛନ୍ତି। ବିରାଟ ଏବଂ ଅନୁଷ୍କା ପୁଣି ଥରେ ସେମାନଙ୍କର କେମେଷ୍ଟ୍ରିରେ ଫ୍ୟାନ୍ସଙ୍କ ହୃଦୟ ଜିତିଛନ୍ତି। ପ୍ରଶଂସକମାନେ ସେମାନଙ୍କୁ ପାଓ୍ବାରଫୁଲ କପଲ ବୋଲି କହୁଛନ୍ତି।


ବିରାଟ-ଅନୁଷ୍କା ବିଜୟ ଉତ୍ସବ ପାଳନ କଲେ
ଆରସିବିର ଲଗାତାର ଦ୍ୱିତୀୟ ବିଜୟରେ ପ୍ରଶଂସକମାନେ ବହୁତ ଖୁସି ହୋଇଥିଲେ। କିନ୍ତୁ ବିରାଟଙ୍କ ବିଜୟରେ ଅନୁଷ୍କା ଶର୍ମା ସବୁଠାରୁ ଅଧିକ ଖୁସି ମନେହେଉଥିଲେ। ଆରସିବିର ବିଜୟରେ ଅନୁଷ୍କାଙ୍କୁ ଆନନ୍ଦରେ ନାଚୁଥିବାର ଦେଖାଯାଇଥିଲା।

ଏହାସହ ପଢ଼ନ୍ତୁ: RCB ଚାମ୍ପିଅନ୍ ପରେ ବିରୁଷ୍କାଙ୍କ ରୋମାଣ୍ଟିକ୍ ସେଲିବ୍ରେଶନ…ବିରାଟଙ୍କ ମେସେଜ ହେଉଛି ଭାଇରାଲ


କୃଣାଲ ପାଣ୍ଡ୍ୟାଙ୍କ ପୁଅ ସହିତ ବିରାଟଙ୍କ ନିଆରା ବଣ୍ଡିଂ
ବିରାଟ କୋହଲିଙ୍କର କୃଣାଲ ପାଣ୍ଡ୍ୟା ଙ୍କ ପୁଅ ସହ ଏକ ଅଲଗାପ୍ରକାର ବଣ୍ଡିଙ୍ଗ ଦେଖିବାକୁ ମିଳିଥିଲା। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାରି ମାତ୍ରାରେ ଭାଇରାଲ ହେବାରେ ଲାଗିଛି। ଆଇପିଏଲ ଫାଇନାଲ ଜିତିବାପରେ କୋହଲି ଗ୍ରାଉଣ୍ଡରେ ସାଥୀ ଖେଳାଳି କୃଣାଲ ପାଣ୍ଡ୍ୟାଙ୍କ ପୁଅକୁ ଗେହ୍ଲା କରୁଥିବାର ଦେଖିବାକୁ ମିଳିଲା। ବିରାଟ କୃଣାଲଙ୍କ ପୁଅ ସହିତ ଖେଳୁଥିବାର ନଜର ଆସିଥିଲେ। ଦୁହିଁଙ୍କ ମଧ୍ୟରେ ଏକ ସୁନ୍ଦର ବଣ୍ଡିଙ୍ଗ ଦେଖିବାକୁ ମିଳିଥିଲା। ସାଥୀରେ ଅନୁଷ୍କା ଶର୍ମା ମଧ୍ୟ ନଜର ଆସିଥିଲେ। କୃଣାଲଙ୍କ ପୁଅ ସହ ଖେଳିଲାବେଳେ ଅନୁଷ୍କା ମଧ୍ୟ ବହୁତ ଖୁସି ଥିବା ଦେଖିବାକୁ ମିଳିଥିଲା। ଏତେ ବଡ଼ ଷ୍ଟାର କପଲ ହେଇ ବି ଟିକେ ହେଲେ ମନରେ ଗର୍ବ ଅହଙ୍କାର ନାହିଁ।

ବିରାଟଙ୍କୁ କୃଣାଲଙ୍କ ପୁଅ ସହ ଏମିତି ଦେଖି ଫ୍ୟାନ୍ସଙ୍କୁ ଅକାୟ ଏବଂ ଭାମିକାଙ୍କ କଥା ମନେ ପଡ଼ିଗଲା। ଫ୍ୟାନ୍ସମାନେ ସେହି ଦିନକୁ ଅନାଇ ବସିଛନ୍ତି ଯେଉଁଦିନ ସତରେ ଭାମିକା ଏବଂ ଅକାୟଙ୍କୁ ଦେଖିବେ ବହୁତ ସାରା ପାପାରାଜି କ୍ଲିକ ଇନଷ୍ଟାରେ ଭାଇରାଲ ହେବ। କିନ୍ତୁ ବିରାଟ=ଅନୁଷ୍କା ନିଜ ପୁଅ-ଝିଅଙ୍କୁ ଲାଇମଲାଇଟରୁ ବହୁତ ଦୂରରେ ରଖିଛନ୍ତି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Virat's Heartwarming Bond With Krunal's Son Wins Fans' Hearts | Argus News