|
logo
Live

Argus News - ପୁଣି ବିବାଦରେ ଫସିଲେ ବିରାଟ….ଜର୍ମାନ ଝିଅର ପ୍ରେମରେ ପଡ଼ିଛନ୍ତି କିଙ୍ଗ କୋହଲି!...ସୋସିଆଲ ମିଡିଆରେ ଝଡ଼

IPL 2026

IPL Controversy / ପୁଣି ବିବାଦରେ ଫସିଲେ ବିରାଟ….ଜର୍ମାନ ଝିଅର ପ୍ରେମରେ ପଡ଼ିଛନ୍ତି କିଙ୍ଗ କୋହଲି!...ସୋସିଆଲ ମିଡିଆରେ ଝଡ଼

Ritu Das
Browse all articles by Ritu Das
·3 hours ago·2 min read
ପୁଣି ବିବାଦରେ ଫସିଲେ ବିରାଟ….ଜର୍ମାନ ଝିଅର ପ୍ରେମରେ ପଡ଼ିଛନ୍ତି କିଙ୍ଗ କୋହଲି!...ସୋସିଆଲ ମିଡିଆରେ ଝଡ଼
IPL

Key Points

ଆଜି ପୁଣି ବିବାଦରେ ଭାରତର ଷ୍ଟାର କ୍ରିକେଟର କିଙ୍ଗ କୋହଲି
ପ୍ରଥମେ ଅବନୀତ ଆଉ ଏବେ ଜର୍ମାନ ଏନଫ୍ଲୁଏନ୍ସରଙ୍କୁ ଲାଇକ କରିଛନ୍ତି
ସୋସିଆଲ ମିଡିଆରେ ହେଉଛନ୍ତି ଟ୍ରୋଲ
ଆଜି ପୁଣିଥରେ ସୋସିଆଲ ମିଡିଆରେ ଝଡ଼ ସୃଷ୍ଟି ହୋଇଛି। ପୁଣି ଥରେ ଭାରତର ଷ୍ଟାର କ୍ରିକେଟର ବିରାଟ କୋହଲି ବଡ଼ ବିବାଦରେ ପଡ଼ିଛନ୍ତି। ପ୍ରଥମେ ଅବନୀତ କୌର ଆଉ ଏବେ ଲିଜଲାଜଙ୍କୁ ଲାଇକ କରି ବିବାଦରେ ଫସିଛନ୍ତି। IPLର ଉତ୍ସାହ ବର୍ତ୍ତମାନ ଭାରତରେ ଦେଖିବାକୁ ମିଳୁଛି। ଏହା ମଧ୍ୟରେ, ବିରାଟ କୋହଲି ପୁଣି ଥରେ ତାଙ୍କ ଇନଷ୍ଟାଗ୍ରାମକୁ ନେଇ ଚର୍ଚ୍ଚାରେ ଅଛନ୍ତି। ତାଙ୍କ 'ଲାଇକ୍'ର ଏକ ସ୍କ୍ରିନସଟ୍ ପୁଣି ଭାଇରାଲ ହୋଇଛି, ଯାହା ଜଣାପଡ଼ିଛି ଯେ, ସେ ଜର୍ମାନ ଏନଫ୍ଳୁଏନ୍ସର ଲିଜଲାଜଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବା ଏକ ଫଟୋଗ୍ରାଫକୁ ଲାଇକ୍ କରିଛନ୍ତି।

ଆଉ ଏଥିପାଇଁ ବିରାଟଙ୍କୁ ଟ୍ରୋଲ କରାଯାଉଛି। କେତେକ ୟୁଜର୍ସ ୨ଟି ଛୁଆ ହେବାପରେ ବିରାଟ କଣ ପତ୍ନୀଙ୍କୁ ଭୁଲିଗଲେ। ଆଉ କିଛି ଜଣ କହିଛନ୍ତି ବିରାଟ ତ ଏବେବି ହ୍ୟାଣ୍ଡସମ ସେ ଝିଅର ବଡ଼ ଭାଗ୍ୟ ଯେ, ବିରାଟ ତାଙ୍କୁ ଲାଇକ କରିଛନ୍ତି। ଏହି ଲାଇକ ସୋସିଆଲ ମିଡିଆରେ ମିମ୍ସର ବନ୍ୟା ସୃଷ୍ଟି କରିଛି, ଯଦିଓ ବିରାଟ ନିଜେ ଏପର୍ଯ୍ୟନ୍ତ ଏହି ବିଷୟରେ କୌଣସି ବୟାନ ଦେଇନାହାନ୍ତି। ବିରାଟ କୋହଲି ଜର୍ମାନ ଏନଫ୍ଲୁଏନ୍ସର ଲିଜଲାଜଙ୍କ ଏକ ଫଟୋକୁ ପସନ୍ଦ କରୁଛନ୍ତି। ଲିଜଲାଜ ଜଣେ ବଡ଼ RCB ପ୍ରଶଂସକ ଏବଂ ଅନେକ ସାକ୍ଷାତକାରରେ ଏହା କହିଛନ୍ତି। ଏହାର ଏକ ସ୍କ୍ରିନସଟ୍ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି।



ଜର୍ମାନ ଏନଫ୍ଲୁଏନ୍ସର ଲିଜଲାଜ ନିଜକୁ ବିରାଟ କୋହଲିଙ୍କ ଜଣେ ବଡ଼ ଫ୍ୟାନ ବୋଲି କୁହନ୍ତି। ଏହି ବିଷୟରେ ସେ ଅନେକଥର ଇଣ୍ଟରଭ୍ୟୁରେ କହିସାରିଛନ୍ତି। ଏହାସହିତ ସେ ଅନେକଥର ଆରସିବି ଜର୍ସିରେ ନଜର ଆସିସାରିଛନ୍ତି। ତାଙ୍କର ଇନଷ୍ଟା ହ୍ୟାଣ୍ଡେଲ lizlaz_tv ନାମରେ ରହିଛି।
୪ଲକ୍ଷରୁ ଅଧିକ ଫଲୋର୍ସ ଅଛନ୍ତି

ଲିଜଲାଜ ଜଣେ ସୋସିଆଲ ମିଡିଆ କ୍ରିଏଟର ହେବାସହ ଜଣେ ଟ୍ରାଭେଲ ବ୍ଲଗର ମଧ୍ୟ। ଏହାସହିତ ସେ ଜଣେ ଲାଇଫ ସେଭିଂ ସ୍ବିମର ମଧ୍ୟ ଅଟନ୍ତି। ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେ ଅନେକଥର ଭାରତୀୟ ସଂସ୍କୃତି ଏବଂ ଭାରତୀୟ ଖାଇବାକୁ ବହୁତ ଭଲ ପାଉଥବା କହିଛନ୍ତି। ସେ ଭାରତୀୟ ସଂସ୍କୃତିକୁ ବହୁ ଊର୍ଦ୍ଧ୍ବରେ ରଖିଛନ୍ତି। ଇନଷ୍ଟାଗ୍ରାମରେ ତାଙ୍କର ୪ଲକ୍ଷ ୨୮ହଜାର ଫଲୋର୍ସ ଅଛନ୍ତି।

ଏହାସହ ପଢ଼ନ୍ତୁ: ଶ୍ରେୟସ ଆୟରଙ୍କ ସୁପର କ୍ୟାଚ୍‌ ହେଲା ଗେମଚେଞ୍ଜର: ସୋସିଆଲ ମିଡିଆରେ ରୋହିତ-ସ୍କାଏଙ୍କ ରିଆକ୍ସନ ଭାଇରାଲ

ଏହି ଘଟଣା ସାମ୍ନାକୁ ଆସିବାପରେ ଫ୍ୟାନ୍ସ ମାନେ ସୋସିଆଲ ମିଡିଆରେ ବିରାଟଙ୍କର ମଜାକ ଉଡ଼ାଇଛନ୍ତି। ତାଙ୍କୁ ନେଇ ସୋସିଆଲ ମିଡିଆରେ ଭିନ୍ନ ପ୍ରକାରର ମିମ କରାଯାଉଛି। ଏହାକୁ ନେଇ ଭିନ୍ନ ଭିନ୍ନ କମେଣ୍ଟ ଦେଖିବାକୁ ମିଳିଛି।

ପୂର୍ବରୁ, ଯେତେବେଳେ ବିରାଟ କୋହଲି ଅବନୀତ କୌରଙ୍କ ଫଟୋକୁ ଲାଇକ୍ କରୁଥିଲେ, ସେ ଏଥିପାଇଁ ଇନଷ୍ଟାଗ୍ରାମର ଆଲଗୋରିଦମକୁ ଦାୟୀ କରିଥିଲେ। ସେ ପରିସ୍ଥିତିକୁ ବ୍ୟାଖ୍ୟା କରିବା ପାଇଁ ଏକ କାହାଣୀ ପୋଷ୍ଟ କରିଥିଲେ। ଏବେ, ଜର୍ମାନ ପ୍ରଭାବଶାଳୀଙ୍କ ଲାଇକ୍ ଉପହାସ କରାଯାଉଛି। ଏହି ଲାଇକ ସାମ୍ନାକୁ ଆସିବାପରେ ବିରାଟ କୋହଲିଙ୍କୁ ମଜାକ ଉଡ଼ାଇଥିଲେ। କେତେକ ୟୁଜର୍ସ କହିଛନ୍ତି ବିରାଟ ଭାଇଙ୍କର ବି ମନ ଅଛି। ବିରାଟଙ୍କ ସପକ୍ଷରେ ବାହାରିଛନ୍ତି ଟିମ ଇଣ୍ଡିଆର ସ୍ପିନର ୟୁଜବେନ୍ଦ୍ର ଚହଲ। ସେହି କମେଣ୍ଟରେ ରିଟ୍ବିଟ କରି ଚହଲ ଲେଖିଛନ୍ତି ଏହା ଆଲଗରିଦିମ ଥିଲା। ଏହି କମେଣ୍ଟକୁ ଲୋକେ ୧୧ହଜାରରୁ ଅଧିକ ଲାଇକ କରିସାରିଲେଣି।




Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
IPL Controversy: ପୁଣି ବିବାଦରେ ଫସିଲେ ବିରାଟ….ଜର୍ମାନ ଝିଅର ପ୍ରେମରେ ପଡ଼ିଛନ୍ତି କିଙ୍ଗ କୋହଲି!...ସୋସିଆଲ ମିଡିଆରେ ଝଡ଼ | Argus News