|
logo
Live

Argus News - ବିରାଟ କୋହଲି ଲିଜଲାଜଙ୍କ ଫଟୋକୁ ଲାଇକ କରିବା ପ୍ରସଙ୍ଗ…ନୀରବତା ଭାଙ୍ଗିଲେ ଜର୍ମାନ ମଡେଲ...

IPL 2026

Social Media Controversy / ବିରାଟ କୋହଲି ଲିଜଲାଜଙ୍କ ଫଟୋକୁ ଲାଇକ କରିବା ପ୍ରସଙ୍ଗ…ନୀରବତା ଭାଙ୍ଗିଲେ ଜର୍ମାନ ମଡେଲ...

Ritu Das
Browse all articles by Ritu Das
·3 hours ago·2 min read
ବିରାଟ କୋହଲି ଲିଜଲାଜଙ୍କ ଫଟୋକୁ ଲାଇକ କରିବା ପ୍ରସଙ୍ଗ…ନୀରବତା ଭାଙ୍ଗିଲେ ଜର୍ମାନ ମଡେଲ...
IPL

Key Points

ଲିଜଲାଜ କୋହଲିଙ୍କ ପ୍ରତି ଦୁଃଖ ପ୍ରକାଶ କରିଛନ୍ତି
ସେ କହିଛନ୍ତି, ଏପରି ଏକ ସାମାନ୍ୟ କଥା ପାଇଁ ତାଙ୍କୁ ଅଯଥାରେ ଟ୍ରୋଲ କରାଯାଉଛି
ଇନଷ୍ଟାରେ ଏବେ ଗୋଟିଏ ଚର୍ଚ୍ଚା ବିରାଟ କୋହଲିଙ୍କ ଫଟୋରେ ଲାଇକ। ଜର୍ମାନ ପ୍ରଭାବଶାଳୀ ଲିଜଲାଜ୍‌ଙ୍କ ଏକ ପୋଷ୍ଟରେ ବିରାଟ କୋହଲିଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲ୍‌ରୁ ପ୍ରଶଂସକମାନେ 'ଲାଇକ୍' ଦେଖିବା ପରେ ସତେ ଯେମିତି ଫ୍ୟାନ୍ସ କ୍ରେଜି ହୋଇଯାଇଛନ୍ତି ଯାହା ପାଇଲେ କହିଛନ୍ତି। ଆଉ ଶୀଘ୍ର ଅନଲାଇନ୍‌ରେ ଏହା ଏକ ଚର୍ଚ୍ଚାର ବିଷୟରେ ପରିଣତ ହୋଇଛି। ଏହି ଲାଇକର ସ୍କ୍ରିନସଟ୍ କିଛି ସେକେଣ୍ଡ ମଧ୍ୟରେ ଚାରିଆଡେ ଭାଇରାଲ ହୋଇଛି।

ଭାରତୀୟ କ୍ରିକେଟର ବିରାଟ କୋହଲି ଏବଂ ଜର୍ମାନ ଅଭିନେତ୍ରୀ ତଥା ଇନ୍‌ଫ୍ଲୁଏନ୍ସର ଲିଜଲାଜେଙ୍କ ମଧ୍ୟରେ ଏହା ହିଁ ଘଟିଥିଲା। ବିରାଟ ଲିଜଲାଜେଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବା ଏକ ଫଟୋକୁ ‘ଲାଇକ’ କରିଥିଲେ। ଏହା ପରେ ଆଲୋଚନାର ଝଡ଼ ସୃଷ୍ଟି କରିଛି। ବର୍ତ୍ତମାନ ଲିଜଲାଜେ ନିଜେ ଏହି ବିଷୟରେ ମତ ରଖିଛନ୍ତି। ଏବେ ମୋତେ କେବଳ ବିରାଟ କୋହଲିଙ୍କ କଥା ଭାବି ଖରାପ ଲାଗୁଛି।

ଏହାସହ ପଢ଼ନ୍ତୁ: ବିରାଟ କୋହଲିଙ୍କୁ ଡିଫେଣ୍ଡ କଲେ ଅମୀଷା...ଜର୍ମାନ ମଡେଲଙ୍କ ଫଟୋକୁ ଲାଇକ କରିବା କଣ ପାପ?

ଲିଜଲାଜ କୋହଲିଙ୍କ ପ୍ରତି ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଏପରି ଏକ ସାମାନ୍ୟ କଥା ପାଇଁ ତାଙ୍କୁ ଅଯଥାରେ ଟ୍ରୋଲ କରାଯାଉଛି। “ସେ ଜଣେ ବହୁତ ବଡ଼ ଷ୍ଟାର। ସେ କଣ କାହାକୁ ଲାଇକ କରିପାରିବେନି। ଯେଉଁମାନେ ତାଙ୍କୁ ଏତେ କଥା କହିଛନ୍ତି ସେମାନେ କଣ ଇନଷ୍ଟାରେ କେବେ କାହାକୁ ଲାଇକ କରିନାହାନ୍ତି।“ ଏହା ବହୁତ ଆଶ୍ଚର୍ଯ୍ୟଜନକ। ମୁଁ ସକାଳେ ଉଠି ଦେଖିଲି ଯେ ମୁଁ ସବୁଠି ଟ୍ରେଣ୍ଡ କରୁଛି। ମୁଁ ଜାଣି ନ ଥିଲି ଯେ, କେବେ ସେ ଫଟୋଟିକୁ ଲାଇକ୍‌ କରିଥିଲେ। ମୁଁ କେବଳ ଖବର ରିପୋର୍ଟ ମାଧ୍ୟମରେ ଏହା ବିଷୟରେ ଜାଣିଲି। ଆଜି ମୋତେ ଅନେକ ମେସେଜ ମିଳିଛି; ଲୋକମାନେ ଏହା ବିଷୟରେ ଅତ୍ୟନ୍ତ ଉତ୍ସାହିତ ଦେଖାଯାଉଛି। ମୁଁ ପ୍ରଥମେ ବହୁତ ଖୁସି ଥିଲି ଯେ, ସେ ମୋ ଫଟୋକୁ ଲାଇକ୍‌ କରିଥିଲେ, କିନ୍ତୁ ପରେ ସେ ଏହାକୁ ଡିସ୍‌ଲାଇକ୍‌ କରିଥିଲେ। ମୁଁ ଏପର୍ଯ୍ୟନ୍ତ ବୁଝିପାରୁନାହିଁ ଯେ, ଏହା କିପରି ଏତେ ବଡ଼ ପ୍ରସଙ୍ଗ ହୋଇଗଲା।

ଏହାସହ ପଢ଼ନ୍ତୁ: ପୁଣି ବିବାଦରେ ଫସିଲେ ବିରାଟ….ଜର୍ମାନ ଝିଅର ପ୍ରେମରେ ପଡ଼ିଛନ୍ତି କିଙ୍ଗ କୋହଲି!...ସୋସିଆଲ ମିଡିଆରେ ଝଡ଼

ଏହା ପ୍ରଥମ ଥର ନୁହେଁ,ବିରାଟ କୋହଲି କାହାର ଫଟୋକୁ ଲାଇକ କରି ଟ୍ରୋଲ ଦ୍ୱାରା ସମାଲୋଚନାର ଶିକାର ହୋଇଛନ୍ତି। ପୂର୍ବରୁ ସେ ଅଭିନେତ୍ରୀ ଅବନୀତ କୌରଙ୍କ ଏକ ଫଟୋକୁ ଲାଇକ କରି ମଧ୍ୟ ଚର୍ଚ୍ଚାରେ ଥିଲେ। କେତେକ ଭାରତୀୟ ଲୋକ ଏମିତି ହେଉଛନ୍ତି କେବଳ ଏଥିପାଇଁ ବିରାଟ କୋହଲି ଭାରତ ଛାଡ଼ି ଲଣ୍ଡନରେ ରହୁଛନ୍ତି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Social Media Controversy: ବିରାଟ କୋହଲି ଲିଜଲାଜଙ୍କ ଫଟୋକୁ ଲାଇକ କରିବା ପ୍ରସଙ୍ଗ…ନୀରବତା ଭାଙ୍ଗିଲେ ଜର୍ମାନ ମଡେଲ... | Argus News