Virat Kohli / ଆଇପିଏଲ ଚାଲୁଥିବା ବେଳେ ଧୁରନ୍ଧର-୨ ମୁଭି ଦେଖି ଏମିତି ରିଆକ୍ସନ ଦେଲେ ବିରାଟ କୋହଲି...ସବୁଠି ଚର୍ଚ୍ଚା
·2 hours ago·2 min read

Key Points
ଆଇପିଏଲ ଚାଲୁଥିବାବେଳେ ବିରାଟ କୋହଲି କହିଲେ ଏମିତି
ପ୍ରଥମଥର ଏମିତି ମୁଭି ଦେଖିଲି
ମୁଭିକୁ ନେଇ ପୋଷ୍ଟ ଶେୟାର କଲେ କୋହଲି...
ପ୍ରଥମଥର ଏମିତି ମୁଭି ଦେଖିଲି
ମୁଭିକୁ ନେଇ ପୋଷ୍ଟ ଶେୟାର କଲେ କୋହଲି...
ଫିଲ୍ମ ଧୁରନ୍ଧର ୨ ରିଲିଜ ପରେ ବକ୍ସ ଅଫିସରେ ତେହଲକା ମଚାଉଛି। ମୁଭିଟି ଭାରତରେ ହଜାର କୋଟିରୁ ଅଧିକ କଲେକ୍ସନ କରିଛି। ଏହି ଫିଲ୍ମ ଏବେ ଅଟକିବାର ନାଁ ନେଉନି। ଫ୍ୟାନ୍ସଙ୍କୁ ପସନ୍ଦ ଆସୁଛି ଏହି ମୁଭି। ଏହି ମୁଭିକୁ ଖାଲି ଫ୍ୟାନ୍ସମାନେ ନୁହେଁ ଭାରତୀୟ କ୍ରିକେଟ ଟିମର ସୁପରଷ୍ଟାର ବିରାଟ କୋହଲି ମଧ୍ୟ ଏହି ମୁଭିର ପ୍ରଶଂସା କରିଛନ୍ତି।
ଫିଲ୍ମକୁ ନେଇ ଏମିତି କହିଲେ ବିରାଟ
ଏବେ ଦେଶରେ ଆଇପିଏଲ ଚାଲିଛି। ଆଉ ଆଇପିଏଲରେ ଧୁମ ମଚାଉଛି ଆରସିବି। ଆରସିବିର ଷ୍ଟାର ଏବେ ଧୁରନ୍ଧର ପଛରେ ଦିଓ୍ବାନା। ମୁଭିକୁ ଭୁରି ଭୁରି ପ୍ରଶଂସା କଲେ କିଙ୍ଗ କୋହଲି। କ୍ରିକେଟର ବିରାଟ କୋହଲିଙ୍କ ହୃଦୟରେ ମଧ୍ୟ ସ୍ବତନ୍ତ୍ର ସ୍ଥାନ ପାଇଛି ଏହି ଫିଲ୍ମ। କୋହଲି ସୋସିଆଲ ମିଡିଆରେ ଫିଲ୍ମର ପ୍ରଶଂସା କରି ଏକ ପୋଷ୍ଟ ଶେୟାର କରିଛନ୍ତି।
ଏହାସହ ପଢ଼ନ୍ତୁ: ଆଜି IPLରେ ହେବ ଅସଲ ଲଢ଼େଇ....ବୈଭବ ଆଜି ବିଶ୍ୱର ଶ୍ରେଷ୍ଠ ପେସ୍ ବୋଲର ବୁମରାଙ୍କୁ ଭେଟିବେ
ଧୁରନ୍ଧର ୨ ଦେଖି କୋହଲି କହିଛନ୍ତି, ମୁଁ ଆଜି ଏମିତି ଫିଲ୍ମ ଦେଖିଛି, ସତରେ କହିପାରିବି ଯେ ପ୍ରଥମ ଥର ପାଇଁ ମୁଁ ଭାରତରେ ଏପରି ସିନେମାଟିକ୍ ଦୃଶ୍ୟ ଅନୁଭବ କରିଛି। ଏହା ପ୍ରତ୍ୟେକ ଭାବନାକୁ ଜାଗ୍ରତ କରିଥିଲା ଏବଂ ପ୍ରାୟ ଚାରି ଘଣ୍ଟା ପାଇଁ, ମୁଁ ମୋ ଆସନରୁ ଗୋଟିଏ ମୁହୂର୍ତ୍ତ ପାଇଁ ମଧ୍ୟ ହଲି ନ ଥିଲି।
ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କ ବିଷୟରେ କୋହଲି ଲେଖିଛନ୍ତି, ତୁମର ପ୍ରତିଭା, ତୁମେ ଯାହା ସୃଷ୍ଟି କରିଛ ଫିଲ୍ମରେ ସ୍ପଷ୍ଟ ଭାବରେ ଝଲସୁଛି। ତୁମକୁ ସଲାମ। କୋହଲି ରଣବୀର ସିଂହଙ୍କ ପ୍ରଶଂସା କରି କହିଛନ୍ତି, ସମସ୍ତ ଅଭିନେତା ନିଜ ନିଜ ଭୂମିକାରେ ଭଲ ପ୍ରଦର୍ଶନ କରିଛନ୍ତି, କିନ୍ତୁ ରଣବୀର – ଏହି ଫିଲ୍ମ ସହିତ ଏକ ସମ୍ପୂର୍ଣ୍ଣ ନୂତନ ସ୍ତରକୁ ପହଞ୍ଚିଛନ୍ତି। ତାଙ୍କ ଅଭିନୟ ପ୍ରକୃତରେ ଚମତ୍କାର।
ରଣବୀରଙ୍କ ପର୍ଫମାନ୍ସକୁ ନେଇ ଏମିତି କହିଲେ...
ବିରାଟଙ୍କ ବ୍ୟତୀତ ଅନୁଷ୍କା ଶର୍ମା ମଧ୍ୟ ଧୁରନ୍ଧର ୨ ଦେଖି ତାଙ୍କର ପ୍ରତିକ୍ରିୟା ଶେୟାର କରିଛନ୍ତି। ସେ ମଧ୍ୟ ଫିଲ୍ମଟିର ମଜା ଉଠାଇଛନ୍ତି। ସେ ରଣବୀର, ଆଦିତ୍ୟ ଧର, ରାକେଶ ବେଦୀ ଏବଂ ଆର. ମାଧବନଙ୍କ ଭଳି ଷ୍ଟାରମାନଙ୍କୁ ସେମାନଙ୍କ ଅଭିନୟ ପାଇଁ ପ୍ରଶଂସା କରିଛନ୍ତି। ଏହା ସହିତ, ସେ ଫିଲ୍ମଟି ହାସଲ କରିଥିବା ସଫଳତା ପାଇଁ ସମଗ୍ର କଳାକାର ଏବଂ କ୍ରୁକୁ ଅଭିନନ୍ଦନ ଜଣାଇଛନ୍ତି।
ଧୁରନ୍ଧର ୨ ମୁଭି ବିଷୟରେ ଏମିତି କହିଲେ...
ଧୁରନ୍ଧର ୨ ମାର୍ଚ୍ଚ ୧୯ ତାରିଖରେ ସିନେମା ହଲରେ ମୁକ୍ତିଲାଭ କରିଥିଲା ଏବଂ ସେବେଠାରୁ ଏହା ଚର୍ଚ୍ଚାର ବିଷୟ ହୋଇଛି। ମାତ୍ର ୧୮ ଦିନରେ ଏହା ବିଶ୍ୱବ୍ୟାପୀ ୧,୬୦୦ କୋଟିରୁ ଅଧିକ ଆୟ କରିଛି। ଏହି ଫିଲ୍ମଟି ସର୍ବକାଳୀନ ଚତୁର୍ଥ ସର୍ବାଧିକ ଆୟକାରୀ ଭାରତୀୟ ଫିଲ୍ମ ହେବାର ରେକର୍ଡ ମଧ୍ୟ ହାସଲ କରିଛି।
ପ୍ରକାଶ ଥାଉ କି, ଏହି ଫିଲ୍ମରେ ରଣବୀର ସିଂହ, ସଞ୍ଜୟ ଦତ୍ତ, ଅର୍ଜୁନ ରାମପାଲ, ସାରା ଅର୍ଜୁନ ଏବଂ ରାକେଶ ବେଦୀ ପ୍ରମୁଖ ଭୂମିକାରେ ନଜର ଆସିଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories