Videos
|
IPL 2026

IPL Controversy / ହାତ ନ ମିଳାଇ ବିବାଦରେ ବିରାଟ…ଟ୍ରାଭିସ ହେଡଙ୍କ ପୋଷ୍ଟ ପରେ ସୋସିଆଲ ମିଡିଆରେ ଝଡ଼

Ritu Das
Browse all articles by Ritu Das
·2 months ago·2 min read
ହାତ ନ ମିଳାଇ ବିବାଦରେ ବିରାଟ…ଟ୍ରାଭିସ ହେଡଙ୍କ ପୋଷ୍ଟ ପରେ ସୋସିଆଲ ମିଡିଆରେ ଝଡ଼
IPL

Key Points

ବିରାଟ କୋହଲି ଏବଂ ହେଡଙ୍କ ବିବାଦ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି
ବିରାଟ କୋହଲି ଏବଂ ହେଡଙ୍କ ବିବାଦ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଶୁକ୍ରବାର ଖେଳାଯାଇଥିବା ମୁକାବିଲା ସମୟରେ ମ୍ୟାଚ ହାରିବା ପରେ ବିରାଟ ହେଡଙ୍କ ସହ ହାତ ମିଶାଇ ନଥିଲେ । ଆରସିବି ଫ୍ୟାନ୍ସ ଏହାକୁ ଦେଖି ଖୁସି ହୋଇଯାଇଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ କୋହଲିଙ୍କୁ ଅନେକ ୟୁଜର୍ସ ସମାଲୋଚନା କରିଛନ୍ତି । ତେବେ ଏହି ବିବାଦ ଟିକେ ଥମିଥିବାବେଳେ ଏବେ ପୁଣି ଚର୍ଚ୍ଚାକୁ ଆସିଛି ହେଡଙ୍କ ସୋସିଆଲ ମିଡିଆ ପୋଷ୍ଟ । ଯାହାକି ଏବେ ବେଶ ଭାଇରାଲ ହେବାରେ ଲାଗିଛି ।

ହେଡ ନିଜର ଇନଷ୍ଟାଗ୍ରାମ ପେଜରେ ସେ ବୋଲିଂ କରୁଥିବା ସମୟର ଫଟୋକୁ ପୋଷ୍ଟ କରିଛନ୍ତି । ଏଥିରେ ସେ ଲେଖିଛନ୍ତି କି, କିପ୍ ଦ ବଡି ଗେସିଙ୍ଗ୍ । ସେ ଏଭଳି ଲେଖି ପୋଷ୍ଟ କରିଥିବାବେଳେ ଏହା ବିରାଟଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଫ୍ୟାନ୍ସମାନେ କହିଛନ୍ତି । ସେ ବିରାଟଙ୍କୁ ସମାଲୋଚନା କରି ଏଭଳି ପୋଷ୍ଟ କରିଥିବା କୁହାଯାଉଛି । ଯାହାକୁ ନେଇ ଅନେକ ହେଡଙ୍କ ସପୋର୍ଟ କରିଥିବାବେଳେ ଅନ୍ୟମାନେ ବିରାଟଙ୍କ ସପୋର୍ଟରେ ବାହାରିଛନ୍ତି। ତେବେ କ୍ରିକେଟ ଏକ ଭଦ୍ର ଲୋକଙ୍କ ଖେଳ ବୋଲି କୁହାଯାଏ । ମାତ୍ର ଏଭଳି ହାତ ନମିଳାଇବା ଖରାପ ବୋଲି କହି ଅନେକ ବିରାଟଙ୍କୁ ଟ୍ରୋଲ ଆରମ୍ଭ କରି ଦେଇଛନ୍ତି ।

ଏହାସହ ପଢ଼ନ୍ତୁ: ବିରାଟ କୋହଲିଙ୍କ ୱିକେଟ୍ ନେବା ବିଷୟରେ କ'ଣ କହିଲେ ସାକିବ ହୁସେନ?


ତେବେ ହେଡ ପୋଷ୍ଟ କରିଥିବା ଶବ୍ଦର ଅର୍ଥ ଜିମ୍ ଏବଂ ଫିଟନେସ ସହ ଜଡ଼ିତ । ଯାହାର ଅର୍ଥ ହେଉଛି ସମାନ ରୁଟିନ୍ ସହ ଅଭ୍ୟସ୍ତ ନ ହେବା ପାଇଁ ଶରୀରକୁ ନିରନ୍ତର ଚ୍ୟାଲେଞ୍ଜ କରିବା । ତେବେ ମ୍ୟାଚରେ ହେଡଙ୍କ ବୋଲିଂ ଏବଂ ପଟିଦାରଙ୍କ ଓ୍ବିକେଟ ନେବା ଚର୍ଚ୍ଚାର ବିଷୟ ପାଲଟିଥିଲା । ହେଡ ଚଳିତ ସିଜିନରେ ପ୍ରଥମ ଓଭର ପକାଇଥିଲେ ଏବଂ ଓ୍ବିକେଟ ନେଇଥିଲେ । ତାହା ପୁଣି ଆରସିବି ଅଧିନାୟକଙ୍କର ।

ମ୍ୟାଚ ସମୟରେ ବିରାଟ ହେଡଙ୍କୁ କହିଥିଲେ କି, ତୁମେ ବୋଲିଂ କର । ଯଦିଓ ଏହାକୁ ମଜାରେ ବୋଲି କୁହାଯାଉଥିଲା ମାତ୍ର ଏହା ଆକ୍ରମଣାତ୍ମକ ଥିଲା । ତେବେ ହେଡ ବୋଲିଂ କରିବା ପରେ କୋହଲିଙ୍କୁ ଜବାବ ଦେଇଥିଲେ । କହିଥିଲେ ମୁଁ ବୋଲିଂ କରିବା ବେଳକୁ ତୁମେ ଆଉଟ୍ ହୋଇଯାଇଥିଲ । ତେବେ ପ୍ରକୃତ ଲଢ଼େଇ ମ୍ୟାଚ ସରିବା ପରେ ହୋଇଥିଲା । ଯେତେବେଳେ ହେଡ ହ୍ୟାଣ୍ଡସେକ ପାଇଁ ହାତ ବଢ଼ାଇଥିଲେ ସେତେବେଳେ ବିରାଟ ଅଣଦେଖା କରିଥିଲେ । ଏହାର ଭିଡିଓ ବେଶ ଭାଇରାଲ ହୋଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Virat Kohli Travis Head Handshake Controversy Sparks Massive Online Debate | Argus News