Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରାଜସ୍ଥାନ ରୟାଲ୍ସକୁ ୪୪ ରନ୍‌ରେ ହରାଇଲା ସନରାଇଜର୍ସ ହାଇଦ୍ରାବାଦ

IPL

ରାଜସ୍ଥାନ ରୟାଲ୍ସକୁ ୪୪ ରନ୍‌ରେ ହରାଇଲା ସନରାଇଜର୍ସ ହାଇଦ୍ରାବାଦ

Sushanta Sahoo
Browse all articles by Sushanta Sahoo
·1 year ago·1 min read
ରାଜସ୍ଥାନ ରୟାଲ୍ସକୁ ୪୪ ରନ୍‌ରେ ହରାଇଲା ସନରାଇଜର୍ସ ହାଇଦ୍ରାବାଦ

ଆଇପିଏଲ୍‌ର ୧୮ ତମ ସଂସ୍କରଣରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ସନରାଇଜର୍ସ ହାଇଦ୍ରାବାଦ । ରବିବାର ପ୍ରଥମ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ୪୪ ରନ୍‌ରେ ପରାଜିତ ହୋଇଛି । ହୋମ୍ ଗ୍ରାଉଣ୍ଡ ରାଜୀବ ଗନ୍ଧୀ ଷ୍ଟାଡିୟମ୍‌ରେ ପ୍ରଥମେ ବ୍ୟାଟିଂ ହାଇଦ୍ରାବାଦ ୨୦ ଓଭରରେ ୬ ୱିକେଟ୍ ହରାଇ ୨୮୬ ରନ୍ ସ୍କୋର କରିଥିଲା । ଆଉ ୨୮୭ ରନ୍‌ର ପିଛା କରୁଥିବା ରାଜସ୍ଥାନ ରୟାଲ୍ସ ୨୪୨ ରନ୍‌ରେ ସୀମିତ ରହିଥିଲା ।


ସିମରଜିତ ସିଂହ ଓ ହର୍ଷଲ ପଟେଲ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । ଆଇପିଏଲ୍ ଇତିହାସରେ ହାଇଦ୍ରାବାଦ ଦ୍ଵିତୀୟ ବଡ଼ ସ୍କୋର୍ କରିବାରେ ସକ୍ଷମ ହୋଇଛି । ପଦାର୍ପଣ ମ୍ୟାଚ୍‌ରେ ଈଶାନ କିଶନ ଶତକ କରିଛନ୍ତି । ୪୫ ବଲ୍‌ରେ ୬ ଛକ୍କା ଓ ୧୦ ଚଉକା ସହାୟତାରେ ଶତକ ମାରିଛନ୍ତି ଈଶାନ କିଶନ । ଏଥିସହ ହାଇଦ୍ରାବାଦ ପାଇଁ ଆଇପିଏଲ୍‌ରେ ପ୍ରଥମ ଶତକ ମାରିଥିବା ଭାରତୀୟ ହେଉଛନ୍ତି ଈଶାନ ।


୨୮୭ ରନ୍‌ର ପିଛା କରୁଥିବା ରାଜସ୍ଥାନ ରୟାଲ୍ସ ପକ୍ଷରୁ ଧ୍ରୁବ ଜୁରେଲ ୭୦ ଓ ସଞ୍ଜୁ ସ୍ୟାମସନ ୬୭ ରନ୍‌ର ପାଳି ଖେଳିଥିଲେ । ଶିମରୋନ୍ ହେଟମାୟର ୪୨ ରନ୍ ଓ ଶୁବମ ଦୁବେ ୩୪ ରନ୍ କରିଥିଲେ । ତଥାପି ରାଜସ୍ଥାନକୁ ସପଳତା ମିଳି ନଥିଲା । ହାଇଦ୍ରାବାଦ ପକ୍ଷରୁ ଟ୍ରେବିସ୍ ହେଡ୍ ୬୭, ହେନରିକ କ୍ଲାସନ ୩୪, ନୀତିଶ ରେଡ୍ଡୀ ୩୯ ଓ ଅଭିଷେକ ଶର୍ମା ୨୪ ରନ୍ କରିଥିଲେ । ରାଜସ୍ଥାନ ପକ୍ଷରୁ ତୁଷାର ଦେଶପାଣ୍ଡ ୩ ଓ ମହୀଶ ତିକ୍ଷଣା ୨ଟି ୱିକେଟ୍ ନେଇଥିବା ବେଳେ ଈଶାନ କିଶନ ପ୍ଲେୟର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
2025 IPL: Sunrisers Hyderabad Beat Rajasthan Royals by 44 runs | Argus News