Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
IPL

ପ୍ଲେ ଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି 4ଟି ଟିମ୍‌

Banajyotshna Ray
Browse all articles by Banajyotshna Ray
·1 year ago·1 min read
ପ୍ଲେ ଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି 4ଟି ଟିମ୍‌

Key Points

ଶେଷ ପର୍ଯ୍ୟାୟରେ ଆଇପିଏଲ ଲିଗ୍ ପର୍ଯ୍ୟାୟ

ପ୍ଲେ ଅଫ୍ ପାଇଁ 4ଟି ଟିମ ସିଲେକ୍ଟ

ଶେଷ ପର୍ଯ୍ୟାୟରେ ଆଇପିଏଲ ଲିଗ୍ ପର୍ଯ୍ୟାୟ। ପ୍ଲେ ଅଫ୍ ପାଇଁ 4ଟି ଟିମ ଯୋଗ୍ୟତା ଅର୍ଜନ କରି କରିସାରିଥିବା ବେଳେ 6ଟି ଟିମ ବିଦାୟ ନେଇ ସାରିଲେଣି। ହେଲେ ବର୍ତ୍ତମାନ ପ୍ଲେ ଅଫର ଶୀର୍ଷ 2 ସ୍ଥାନ ପାଇଁ ଲଢେଇ ତୀବ୍ର ହେଉଛି। ବର୍ତ୍ତମାନ ଟେବୁଲ ଟପରେ ଥିବା ଗୁଜୁରାଟ ପାଇଁ କାଳ ପାଲଟିଛି ଲଗାତର ଦୁଇ ପରାଜୟ। ଗୁଜୁରାଟ 14 ମ୍ୟାଚରୁ 18 ପଏଣ୍ଟ ପାଇଁ ତେଣୁ ଟେବୁଲ ଟପରେ ଅଛି। କିନ୍ତୁ ଏବେ ଶୀର୍ଷ 2 ଭିତରେ ରହିବା ପାଇଁ ଗୁଜୁରାଟକୁ ଅନ୍ୟ ଦଳର ବିଜୟ ଓ ପରାଜୟ ତଥା ରନରେଟ୍ ଉପରେ ନିର୍ଭର କରିବାକୁ ପଡିବ। ପଞ୍ଜାବ କିଙ୍ଗସ, ଆରସିବି ଓ ମୁମ୍ବାଇ ପାଖରେ ଏବେବି ଶୀର୍ଷ 2ରେ ରହିବା ଲାଗି ସୁଯୋଗ ରହିଛି।


ପ଼ଞ୍ଜାବର ଶେଷ ମ୍ୟାଚ୍ ମୁମ୍ବାଇ ସହିତ ରହିଛି। ଏହି ମ୍ୟାଚ୍ ଜିତିଲେ ପଞ୍ଜାବ 19 ପଏଣ୍ଟ ସହ କ୍ବାଲିଫାୟାର ଏକରେ ସ୍ଥାନ ପକ୍କା କରିବ। ସେପଟେ ଯଦି ମୁମ୍ବାଇ ଜିତେ ତେବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟିମ 18 ପଏଣ୍ଟ ଏବଂ ଭଲ ରନ ରେଟ ଆଧାରରେ ଟେବୁଲ ଶୀର୍ଷରେ ସ୍ଥାନ ପକ୍କା କରିନେବେ। ସେହିପରି ଆରସିବିର ଶେଷ ମ୍ୟାଚ୍ ରେ ଲକ୍ଷ୍ନୌକୁ ପରାସ୍ତ କଲେ କ୍ବାଲିଫାଏର ଏକରେ ପହଞ୍ଚିବ। ବର୍ତ୍ତମାନ ଆରସିବି 13 ମ୍ୟାଚରୁ 17 ପଏଣ୍ଟ ହାସଲ କରି ତୃତୀୟ ସ୍ଥାନରେ ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
4-playoff-spots-sealed-whats-next-for-rcb-mi-gt-and-pbks-in-ipl-2025 | Argus News