Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
IPL

BCCIର ପ୍ଲେୟାର କଣ୍ଟ୍ରାକ୍ଟରେ ଶ୍ରେୟସ ଆୟାର-ଇଶାନ କିଷାନ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
BCCIର ପ୍ଲେୟାର କଣ୍ଟ୍ରାକ୍ଟରେ ଶ୍ରେୟସ ଆୟାର-ଇଶାନ କିଷାନ

ବିସିସିଆଇର ବାର୍ଷିକ ପ୍ଲେୟାର କଣ୍ଟ୍ରାକ୍ଟରେ ପୁଣି ସାମିଲ ହେଲେ ଶ୍ରେୟାସ ଆୟାର, ଇଶାନ କିଷାନ । ଏଥିସହ ରିଷଭ ପନ୍ଥଙ୍କ ତାଲିକାରେ ଉନ୍ନତି ଆସିଛି । ତାଙ୍କୁ ଗ୍ରେଡ୍ ଏ'ରେ ସାମିଲ କରାଯାଇଛି । ଗ୍ରେଡ୍ ଏ' ପ୍ଲସରେ ରୋହିତ ଶର୍ମା, ବିରାଟ କୋହଲି, ଜଶପ୍ରୀତ ବୁମ୍ରା ଓ ରବୀନ୍ଦ୍ର ଜାଡେଜା ରହିଛନ୍ତି । ସେମାନଙ୍କୁ ବାର୍ଷିକ ୭କୋଟି ଟଙ୍କା ମିଳିବ ।

ଗ୍ରେଡ ଏ'ରେ ମହମ୍ମଦ ସିରାଜ, କେଏଲ ରାହୁଲ, ଶୁଭମନ୍‌ ଗିଲ୍, ହାର୍ଦ୍ଦିକ ପାଣ୍ଡ୍ୟା, ମହମ୍ମଦ ସାମି, ରିଷଭ ପନ୍ଥ ଅଛନ୍ତି । ସେମାନଙ୍କୁ ବାର୍ଷିକ ୫ କୋଟି ଟଙ୍କା ମିଳିବ । ଗ୍ରେଡ୍ ବି'ରେ ସୂର୍ଯ୍ୟକୁମାର ଯାଦବ, କୁଲଦୀପ ଯାଦବ, ଅକ୍ଷର ପଟେଲ, ଯଶସ୍ୱୀ ଯଶଓ୍ବାଲ, ଶ୍ରେୟାସ ଆୟାରଙ୍କୁ ସାମିଲ କରାଯାଇଛି । ଏହି ଖେଳାଳିମାନେ ବାର୍ଷିକ ୩ କୋଟି ଟଙ୍କା ପାଇବେ । ୧୯ ଜଣ ଖେଳାଳିଙ୍କୁ ଗ୍ରେଡ ସି'ରେ ରଖାଯାଇଛି । ବରୁଣ ଚକ୍ରବର୍ତ୍ତୀ, ଅଭିଷେକ ଶର୍ମା, ହର୍ଷିତ ରାଣା ନୂଆ ମୁହଁ ଭାବେ ବିସିସିଆଇ କଣ୍ଟ୍ରାକ୍ଟରେ ସାମିଲ ହୋଇଛନ୍ତି ।

ଅନ୍ୟପଟେ କୋହଲି ପୁଣି ଏକ ନମ୍ବର ହୋଇଛନ୍ତି । ବିରାଟ ଆଉ ଏକ ନୂଆ ରେକର୍ଡ କରିଛନ୍ତି । ଏଥର ଓ୍ବାର୍ଣ୍ଣରଙ୍କ କୀର୍ତ୍ତିମାନକୁ ଟପିଲେ କିଙ୍ଗ୍ କୋହଲି । ଆଇପିଏଲ୍ ଇତିହାସରେ ସର୍ବାଧିକ ଅର୍ଦ୍ଧଶତକ କରିବା ତାଲିକାରେ ଏବେ ବିରାଟ ୧ ନମ୍ବର । ୬୬ଟି ଅର୍ଦ୍ଧଶତକ କରି ଡେଭିଡ୍ ଓ୍ବାର୍ଣ୍ଣର ଏକ ନମ୍ବର ସ୍ଥାନରେ ରହିଥିଲେ । ଏବେ କୋହଲି ଏହାକୁ ଟପି ଯାଇଛନ୍ତି । ପଞ୍ଜାବ ସହ ଖାଳାଯାଇଥିବା ମ୍ୟାଚରେ ୭୩ ରନ୍‌ ସଂଗ୍ରହ କରି ଓ୍ୱାର୍ଣ୍ଣରଙ୍କୁ ଟପିଛନ୍ତି କୋହଲି । ଏଥିରେ ୮ଟି ଶତକୀୟ ଇନଂସ ବି ଅଛି ।


ସେହିପରି ଅନ୍ୟ ଭାରତୀୟ ଖେଳାଳିଙ୍କ ଭିତରେ ବି ଆଗରେ ରହିଛନ୍ତି କିଙ୍ଗ୍ । ୮ ମ୍ୟାଚରୁ ୬୪.୪୦ର ଆଭରେଜ ସହ ୩୨୨ ରନ କରିସାରିଛନ୍ତି । ଏଥିରେ ୪ଟି ଅର୍ଧଶତକ ବି ରହିଛି । ଏହାସହ ଆରସିବିକୁ ଜଏଣ୍ଟ ପ୍ରଥମ ସ୍ଥାନକୁ ଆଣିବାରେ ତାଙ୍କର ବଡ଼ ଭୂମିକା ରହିଛି । ୧୮ ବର୍ଷ ଧରି କପ୍ ପାଇଁ ଆଶା ରଖିଥିବା ଆରସିବି ଫ୍ୟାନସଙ୍କୁ କପ୍ ଦେବାକୁ କୋହଲି ଜି ଯାନ ଲଗାଉଛନ୍ତି । କେବଳ ବରିଷ୍ଠ ଭାରତୀୟ ଖେଳାଳି ନୁହନ୍ତି ୟଙ୍ଗ ଖେଳାଳିଙ୍କୁ ବି ନିଜ ଖେଳ ଦ୍ବାରା ଚ୍ୟାଲେଞ୍ଜ ଦେଉଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
BCCI contracts: Shreyas and Kishan back, Pant gets upgrade | Argus News