Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - BCCIର ସୂଚନା ; ଆସନ୍ତା ମେ ୧୭ରୁ ଆରମ୍ଭ ହେବ ଆଇପିଏଲ

IPL

BCCIର ସୂଚନା ; ଆସନ୍ତା ମେ ୧୭ରୁ ଆରମ୍ଭ ହେବ ଆଇପିଏଲ

Swoyang prajna Mishra
Browse all articles by Swoyang prajna Mishra
·1 year ago
BCCIର ସୂଚନା ; ଆସନ୍ତା ମେ ୧୭ରୁ ଆରମ୍ଭ ହେବ ଆଇପିଏଲ

ଆସନ୍ତା ମେ 17ରୁ ଆରମ୍ଭ ହେବ ଆଇପିଏଲ। ଏନେଇ ବିସିସିଆଇ ସୂଚନା ଦେଇଛି। ବାକି ଥିବା 17ଟି ମ୍ୟାଚ୍ 6ଟି ଭେନ୍ୟୁରେ ଖେଳାଯିବ। ମେ 29ରେ ପ୍ରଥମ କ୍ବାଲିଫାୟାର, ମେ 30ରେ ଏଲିମିନେଟର, ଜୁନ 2 ଦ୍ବିତୀୟ କ୍ବାଲିଫାୟାର ଏବଂ ଜୁନ 3ରେ ଫାଇନାଲ ମ୍ୟାଚ ଖଳାଯିବ। ତେବେ ପ୍ଲେ-ଅଫ୍ ର ମ୍ୟାଚ୍ କେଉଁ ସ୍ଥାନରେ ଖେଳାଯିବ ସେ ନେଇ ପରବର୍ତ୍ତୀ ସମୟରେ ଘୋଷଣା ହେବ।


ଆଇପିଏଲ୍‌ର ଦ୍ବିତୀୟ ପର୍ଯ୍ୟାୟ କୋଲକାତା ନାଇଟ୍ ରାଇଡର୍ସ ଏବଂ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ମ୍ୟାଚ୍‌ରୁ ଆରମ୍ଭ ହେବ। ସେହିଭଳି ଗ୍ରାଣ୍ଡ ଫାଇନାଲ୍ କୋଲକାତା କିମ୍ବା ଅହମଦାବାଦରେ ଖେଳାଯିବ ବୋଲି ଅନୁମାନ କରାଯାଉଛି। ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନା ଯୋଗୁଁ ମେ ୯ ତାରିଖରେ ଆଇପିଏଲ୍ ଏକ ସପ୍ତାହ ପାଇଁ ସ୍ଥଗିତ ହୋଇଥିଲା। ଧର୍ମଶାଳାରେ ପଞ୍ଜାବ କିଙ୍ଗସ୍ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍ ସୁରକ୍ଷା କାରଣରୁ ମଝିରେ ବନ୍ଦ ହୋଇଯାଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
BCCI information; IPL will start from May 17 | Argus News