Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
IPL

IPL 2025: RCB vs PBKS, ଶେଷରେ ସାକାର ହେଲା ସ୍ୱପ୍ନ, ଟ୍ରଫି ଜିତିଲା RCB

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·3 min read
IPL 2025: RCB vs PBKS, ଶେଷରେ ସାକାର ହେଲା ସ୍ୱପ୍ନ, ଟ୍ରଫି ଜିତିଲା RCB

Key Points

ପଂଜାବ ପକ୍ଷରୁ ଅର୍ଶଦୀପ ସିଂ ଓ କାଇଲ ଜେମିସନ ୩ଟି ଲେଖାଏଁ ଓ୍ବିକେଟ ନେଇଛନ୍ତି ।

ଶେଷ ଓଭରରେ ଅର୍ଶଦୀପ ସିଂ ୩ ଓ୍ଵିକେଟ୍ ନେଇ ବେଙ୍ଗାଲୁରୁକୁ ୨୦୦ ରନ କରିବାକୁ ଦେଇନଥିଲେ ।

ଅର୍ଶଦୀପ ସିଂ ମୋଟ ୪୦ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି ।

IPL-୨୦୨୫ର ଫାଇନାଲ ଟକ୍କର । ବାଜି ମାରିଲା RCB । ୧୮ ବର୍ଷ ପରେ ଟାଇଟଲ ଜିତିଲା RCB ଟିମ୍‌ । ଫାଇନାଲ ମ୍ୟାଚ୍‌ ଖୁବ୍ ରୋମାଞ୍ଚକର ଥିଲା । ଖେଳ ଶେଷ ପର୍ଯ୍ୟନ୍ତ କିଏ ଜିତିବ କହିବା ମୁସ୍କିଲ ଥିଲା । କାରଣ କେତେବେଳେ RCB ହାତରେ ମ୍ୟାଚ୍‌ ରହିଥିଲା ତ କେତେବେଳେ PBKS ହାତରେ ଥିଲା ମ୍ୟାଚ୍‌ । ହେଲେ ଶେଷରେ ରୟାଲ ଚାଲେଞ୍ଜର୍ସ ବ୍ୟାଙ୍ଗଲୋର ଟିମ୍‌ ମାରିଲା ବାଜି । ଆରମ୍ଭରୁ ଆକ୍ରମଣାତ୍ମକ ଢ଼ଙ୍ଗରେ ଖେଳ ପ୍ରଦର୍ଶନ କରିଥିଲା RCB । ହେଲେ ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ୱିକେଟ୍ ହରାଇ ୧୯୦ ରନ୍‌ରେ ସୀମିତ ରହିଲା ।

୧୯୧ ରନ୍‌ର ବିଜୟ ଲକ୍ଷ ନେଇ ମଇଦାନକୁ ଓହ୍ଲାଇଥିଲା PBKS । ଫାଇନାଲ ମ୍ୟାଚରେ ପଞ୍ଜାବ ଟିମ୍‌ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ତେଣୁ ପ୍ରଥମେ ବ୍ୟାଟିଂ କରିବାକୁ RCB ମଇଦାନକୁ ଓହ୍ଲାଇଥିଲା । ଦୁଇ ଓପନର ଫିଲିପ ସଲ୍ଟ ଓ ବିରାଟ କୋହଲି ମଇଦାନରେ ଧୁଆଁଧାର ବ୍ୟାଟିଂ ଆରମ୍ଭ କରିଥିଲେ । ଉଭୟ ଓପନର ଆରମ୍ଭରୁ ସତର୍କତାର ବ୍ୟାଟିଂ କରିଥିଲେ । କିନ୍ତୁ ସଲ୍ଟ ମାତ୍ର ୧୬ ରନ କରି ଆଉଟ ହୋଇଥିଲେ । ଏହା ପରେ ବିରାଟ କୋହଲି ଓ ମୟଙ୍କ ଅଗ୍ରଓ୍ବାଲଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ ଦେଖିବାକୁ ମିଳିଥିଲା । ମୟଙ୍କ ୨୪ ରନ କରିଥିବା ବେଳେ ବିରାଟ ୪୩ ରନ କରିଥିଲେ । ସେହିପରି ରଜତ ପଟିଦାର ୨୬ ରନ କରିଥିବା ବେଳେ ଲିଆମ ଲିଭିଙ୍ଗଷ୍ଟୋନ ୨୫ ରନ କରିଥିଲେ । ଜିତେଶ ଶର୍ମା ୨୪ରନ ଓ ରୋମାରିଓ ସେଫର୍ଡ ୧୭ ରନ କରିଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୧୯୦ ରନ କରିପାରିଥିଲା ।

ପଂଜାବ ପକ୍ଷରୁ ଅର୍ଶଦୀପ ସିଂ ଓ କାଇଲ ଜେମିସନ ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ଶେଷ ଓଭରରେ ଅର୍ଶଦୀପ ସିଂ ୩ ଓ୍ଵିକେଟ୍ ନେଇ ବେଙ୍ଗାଲୁରୁକୁ ୨୦୦ ରନ କରିବାକୁ ଦେଇନଥିଲେ । ପଞ୍ଜାବ ପକ୍ଷରୁ ଅର୍ଶଦୀପ ସିଂ ମୋଟ ୪୦ ରନ ଦେଇ ୩ଟି ଓ୍ଵିକେଟ୍ ଓ କାଇଲ ଜେମିଶନ ୪୮ ରନ ଦେଇ ୩ଟି ଓ୍ଵିକେଟ୍ ଅକ୍ତିକାର କରିଥିଲେ ।

୧୯୧ ରନ୍‌ର ବିଜୟ ଲକ୍ଷ ନେଇ ମଇଦାନକୁ ଓହ୍ଲାଇଥିବା ପଞ୍ଜାବ ଟିମ୍‌ ମଧ୍ୟ ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା । ହେଲେ ପ୍ରିନ୍ସ ଆର୍ଯ୍ୟ ୧୯ ବଲ ଖେଳି ୨୪ ରନ୍‌ କରି ପ୍ରଥମେ ପ୍ୟାଭିଲିଅନ ଫେରିଥିଲେ । ଜୋସ ହେଜଲହୁଡ୍‌ ତାଙ୍କ ଓ୍ୱିକେଟ୍ ନେବାରେ ସଫଳ ହୋଇଥିଲେ । ତାପରେ ଦ୍ୱିତୀୟ ଓ୍ୱିକେଟ୍ ଭାବେ ପ୍ରଭାସିମ୍‌ରନ୍‌ ସିଂହ ପ୍ୟାଭିଲିଅନ ଫେରିଲେ । ସେ ମୋଟ ୨୨ ବଲ ଖେଳି ୨୬ ରନ୍ କରିଥିଲେ । କୃଣାଲ ପାଣ୍ଡ୍ୟା ତାଙ୍କ ଓ୍ୱିକେଟ ନେବାରେ ସଫଳ ହୋଇଥିଲେ । ଏହା ପରେ ତୃତୀୟ ଓ୍ୱିକେଟ୍ ଭାବେ ଶ୍ରେୟସ ଆୟର ପ୍ୟାଭିଲିଅନ୍‌ ଫେରିଲେ । ସେ ମାତ୍ର ୨ ବଲ ଖେଳି ୧ ରନ୍‌ କରି ଆଉଟ ହେଲେ ।

ଚତୁର୍ଥ ଓ୍ୱିକେଟ୍‌ ଭାବେ ଜୋସ ଇଂଲିସ ୨୩ ବଲ ଖେଳି ୩୯ ରନ୍‌ କରି ପ୍ୟାଭିଲିଅନ୍‌ ଫେରିଲେ । କୃଣାଲ ପାଣ୍ଡ୍ୟା ଏହି ଓ୍ୱିକେଟ୍‌ ନେବାରେ ସଫଳ ହୋଇଛନ୍ତି । ପଞ୍ଚମ ଓ୍ୱିକେଟ ଭାବେ ନେହାଲ ଓ୍ୱାଧେରା ପ୍ୟାଭିଲିଅନ୍‌ ଫେରିଲେ । ସେ ୧୮ ବଲରେ ୧୫ ରନ୍‌ କରିଛନ୍ତି । ୬ ନମ୍ବର ଓ୍ୱିକେଟ ଭାବେ ମାର୍କୋସ ଷ୍ଟୋନିସ୍‌ ୨ ବଲ ଖେଳି ୬ ରନ୍‌ କରି ପ୍ୟାଭିଲିଅନ ଫେରିଥିଲେ । ୭ମ ଓ୍ୱିକେଟ ଭାବେ ଅଜମୁତୁଲ୍ଲା ଓମାରାଜିଙ୍କ ଓ୍ୱିକେଟ୍‌ର ପତନ ଘଟିଲା । ସେ ଦୁଇଟି ବଲ ଖେଳି ୧ ରନ୍ କରି ପ୍ୟାଭିଲିଅନ ଫେରିଲେ ।


ତେବେ ନିର୍ଦ୍ଧାରିତ ୨୦ ଓଭରରେ ପଞ୍ଜାବ ଦଳ ୭ ଓ୍ୱିକେଟ୍‌ ହରାଇ ୧୮୪ ରନ୍‌ରେ ସୀମିତ ରହିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Finally, the dream came true, RCB won the IPL 2025 trophy | Argus News