Videos
|
IPL

ଲକ୍ଷ୍ନୌ ବିପକ୍ଷରେ ଛକାରୁ ଖାତା ଖୋଲିଲେ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଲକ୍ଷ୍ନୌ ବିପକ୍ଷରେ ଛକାରୁ ଖାତା ଖୋଲିଲେ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ

IPL ଇତିହାସରେ ନୂଆ କୀର୍ତ୍ତିମାନ । ଲକ୍ଷ୍ନୌ ବିପକ୍ଷରେ ଛକାରୁ ଖାତା ଖୋଲିଲେ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ । ଚର୍ଚ୍ଚାରେ IPL ଇତିହାସରେ ସର୍ବ କନିଷ୍ଟ ଖେଳାଳି ରାଜସ୍ଥାନ ରୟାଲ୍ସ ଟିମ ରେ ସାମିଲ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ । ଲକ୍ଷ୍ନୋ ବିପକ୍ଷରେ ଡେବ୍ୟୁ କରି ପ୍ରଥମ ବଲରେ ଛକା ମାରି ନୂଆ ଇତିହାସ ରଚିଛନ୍ତି ବୈଭବ ସୂର୍ଯ୍ୟବଂଶୀ । ପ୍ରଥମ ମ୍ୟାଚରେ 20ଟି ବଲରେ 34 ରନ କରିଛନ୍ତି ବୈଭବ।


ମାତ୍ର ୫ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଥିବା ସୂର୍ଯ୍ୟବଂଶୀଙ୍କୁ ରାଜସ୍ଥାନ ରୟାଲ୍‌ସ ଚଳିତବର୍ଷ ଆଇପିଏଲ୍‌ ନିଲାମରେ ୧.୧ କୋଟି ଟଙ୍କାରେ କିଣି ଚହଳ ସୃଷ୍ଟି କରିଥିଲା। ସେତେବେଳକୁ ତାଙ୍କୁ କେବଳ ୧୩ ବର୍ଷ ହୋଇଥିଲା। ଫଳରେ ଆଇପିଏଲ୍‌ରେ ନିଲାମ ହେବାରେ ସର୍ବକନିଷ୍ଠ ଖେଳାଳି ହେବାର ଗୌରବ ଅର୍ଜନ କରିଥିଲେ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୧୪ ବର୍ଷୀୟ ବୈଭବ ୧.୧ କୋଟି ଟଙ୍କାରେ ରାଜସ୍ଥାନ ରୟାଲ୍ସରେ ସାମିଲ ହୋଇଥିଲେ। ବୈଭବଙ୍କୁ କିଣିବା ପାଇଁ ରାଜସ୍ଥାନ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା। ଏହା ସହ ଆଇପିଏଲ୍‌ ଇତିହାସର ସର୍ବକନିଷ୍ଠ ଖେଳାଳି ରହିଛନ୍ତି ବୈଭବ ସୂର୍ଯ୍ୟବଂଶୀ।ବୈଭବ ସୂର୍ଯ୍ୟବଂଶୀଙ୍କୁ ୧୦ ବର୍ଷ ବୟସ ହୋଇଥିବାବେଳେ, ପିତା ସଞ୍ଜୀବ ନିଷ୍ପତ୍ତି ନେଇଥିଲେ ଯେ ସେ ତାଙ୍କ ପୁଅ କ୍ରିକେଟର ହେବ। ଏହି ସ୍ବପ୍ନକୁ ସାକାର କରିବା ପାଇଁ ସେ ନିଜ ଜମି ବିକ୍ରି କଲେ, କିନ୍ତୁ ସେ ଜାଣି ନ ଥିଲେ ଯେ ତିନି ବର୍ଷ ମଧ୍ୟରେ ତାଙ୍କ ପୁଅ ତାଙ୍କ ସ୍ବପ୍ନକୁ ପୂରଣ କରିବେ।


ଅଧିକ ପଢ଼ନ୍ତୁ ଖେଳ ଖବର:

fourteen-year-old-vaibhav-suryavanshi-hit-his-first-ball-for-six-having-become-the-youngest-player-to-feature-in-the-indian-premier-league-during-rajasthan-roya | Argus News