Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
IPL

IPL 2025: RCB vs PBKS, ଜିତିଲେ ତ ଟଙ୍କା ବର୍ଷା, ହାରିଲେ ବି ମିଳିବ ପ୍ରଚୁର ଅର୍ଥ.. ଜାଣନ୍ତୁ କେତେ ?

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
IPL 2025: RCB vs PBKS, ଜିତିଲେ ତ ଟଙ୍କା ବର୍ଷା, ହାରିଲେ ବି ମିଳିବ ପ୍ରଚୁର ଅର୍ଥ.. ଜାଣନ୍ତୁ କେତେ ?

Key Points

ନରେନ୍ଦ୍ର ମୋଦି ଷ୍ଟାଡିୟମରେ RCB ଓ PBKS ମଧ୍ୟରେ ଖେଳାଯିବ ଫାଇନାଲ ।

ଏଥର IPL ପାଇବ ନୂଆ ଚାମ୍ପିଅନ ଟିମ୍‌ ।

କେବଳ ବିଜେତା ଦଳକୁ ନୁହେଁ ହାରିବା ଦଳକୁ ମଧ୍ୟ ମିଳିବ ପ୍ରଚୁର ଟଙ୍କା ।

ମଙ୍ଗଳବାର ସନ୍ଧ୍ୟାରେ ଆରମ୍ଭ ହେବ ଆଇପିଏଲ ୨୦୨୫ର ଫାଇନାଲ ମ୍ୟାଚ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ ଏହି ଫାଇନାଲ ମ୍ୟାଚ୍‌ ଖେଳାଯିବ। ତେବେ ଏଥର ଆଇପିଏଲ ଏକ ନୂଆ ଚାମ୍ପିଅନ ଟିମ୍‌ ପାଇବ। କାରଣ ଫାଇନାଲ ଖେଳୁଥିବା ପଞ୍ଜାବ ଟିମ୍‌ ଏବଂ ବାଙ୍ଗଲୋର ଟିମ୍‌ ଗୋଟିଏ ବି ଟାଇଟଲ ହାସଲ କରିନାହାନ୍ତି ।

ତେବେ ଏଥର ବିଜେତା ଦଳ ଉପରେ କୋଟି କୋଟି ଟଙ୍କା ବର୍ଷା ହେବାକୁ ଯାଉଛି। କେବଳ ଏତିକି ନୁହେଁ, ରନର୍ସଅପ୍ ଦଳ ମଧ୍ୟ ଧନୀ ହେବ। ଆସନ୍ତୁ ଜାଣିବା ଆଇପିଏଲ ୨୦୨୫ର ଚାମ୍ପିଅନ୍ ଦଳ କେତେ ପୁରସ୍କାର ପାଇବ ଏବଂ ରନର୍ସଅପ୍ ଦଳ କେତେ ପୁରସ୍କାର ପାଇବ।

IPL 2025 ରେ ଟାଇଟଲ ଜିତିଥିବା ଦଳକୁ ୨୦ କୋଟି ଟଙ୍କା ମିଳିବ, ଯାହାକି ଏକ ବହୁତ ବଡ଼ ପରିମାଣ। ଏହା ପୂର୍ବରୁ ଅର୍ଥାତ ଗତ ସିଜିନ IPL 2024ରେ ଚାମ୍ପିଅନ ଦଳକୁ ୨୦ କୋଟି ଟଙ୍କା ମିଳିଥିଲା। ତଥାପି, BCCI ପୁରସ୍କାର ରାଶି ବୃଦ୍ଧି ଘୋଷଣା କରିନାହିଁ। ତେଣୁ ଆଶା କରାଯାଉଛି ଯେ ଏଥର ମଧ୍ୟ ବିଜେତା ଦଳକୁ ୨୦ କୋଟି ଟଙ୍କା ମିଳିବ।

IPL 2025 ର କେବଳ ଚାମ୍ପିଅନ୍ ଟିମ୍‌ ନୁହେଁ, ବରଂ ରନର୍ସଅପ୍ ଦଳକୁ ମଧ୍ୟ ପ୍ରଚୁର ଟଙ୍କା ମିଳିବ। ଗତ ସିଜିନ୍‌ରେ ରନର୍ସଅପ୍ ଦଳକୁ ୧୩.୫ କୋଟି ଟଙ୍କା ମିଳିଥିଲା। ଏଥର ଏହି ରାଶି ବୃଦ୍ଧି ସମ୍ପର୍କରେ ବୋର୍ଡ ପକ୍ଷରୁ କୌଣସି ଅପଡେଟ୍ ନାହିଁ। ତେଣୁ ଆଶା କରାଯାଉଛି ଯେ ଚାମ୍ପିଅନ୍ ଦଳ ପରି ରନର୍ସଅପ୍ ଦଳକୁ ମଧ୍ୟ ଏଥର ଗତ ଥର ଭଳି ସମାନ ପୁରସ୍କାର ରାଶି ମିଳିବ।

IPL 2025 ର ଫାଇନାଲ ମ୍ୟାଚ୍ RCB ଏବଂ PBKS ମଧ୍ୟରେ ଖେଳାଯିବ। ଗୁଜରାଟ ଟାଇଟାନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ପ୍ଲେଅଫରେ ପ୍ରବେଶ କରିଥିଲେ । GT ଏବଂ MI ଉପରେ ମଧ୍ୟ ଟଙ୍କା ବର୍ଷା ହେବ। କ୍ୱାଲିଫାୟର ୨ରେ ହାରିଥିବା ଦଳକୁ ୭ କୋଟି ଟଙ୍କା ମିଳିବ । ଏହାସହ ଏଲିମିନେଟରରେ ହାରିଥିବା ଦଳକୁ ୬.୫ କୋଟି ଟଙ୍କା ମିଳିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored