Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
IPL

IPL 2025: RCB vs PBKS, ଫାଇନାଲ ଜିତିବ RCB ! ରହିଛି ୩ ବଡ଼ କାରଣ, ଜାଣନ୍ତୁ..

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
IPL 2025: RCB vs PBKS, ଫାଇନାଲ ଜିତିବ RCB ! ରହିଛି ୩ ବଡ଼ କାରଣ, ଜାଣନ୍ତୁ..

Key Points

ଫାଇନାଲରେ RCBକୁ ଟାଇଟଲ ଜିତିବାର ଏକ ଦୃଢ଼ ଦାବିଦାର ବୋଲି ବିବେଚନା କରାଯାଉଛି।

ଏହି ଦାବି କରିବା ପଛରେ ୩ ବଡ଼ କାରଣ ମଧ୍ୟ ରହିଛି ।

ଯେଉଁଥିପାଇଁ ପଞ୍ଜାବ ହାତକୁ ଟ୍ରଫି ଯିବାକୁ ଦେବନି RCB ।

ମଙ୍ଗଳବାର ସନ୍ଧ୍ୟାରେ ଆରମ୍ଭ ହେବ ଆଇପିଏଲ ୨୦୨୫ର ଫାଇନାଲ ମ୍ୟାଚ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ ଏହି ଫାଇନାଲ ମ୍ୟାଚ୍‌ ଖେଳାଯିବ। ତେବେ ଏଥର ଆଇପିଏଲ ଏକ ନୂଆ ଚାମ୍ପିଅନ ଟିମ୍‌ ପାଇବ। କାରଣ ଫାଇନାଲ ଖେଳୁଥିବା ପଞ୍ଜାବ ଟିମ୍‌ ଏବଂ ବାଙ୍ଗଲୋର ଟିମ୍‌ ଗୋଟିଏ ବି ଟାଇଟଲ ହାସଲ କରିନାହାନ୍ତି । ଉଭୟ ଦଳ ୨୦୦୮ ମସିହାରୁ IPL ଲିଗ୍ ଖେଳୁଛନ୍ତି। ଏହି ଦୁଇ ଟିମ୍‌ ୧୮ ବର୍ଷ ଧରି ଟାଇଟଲ ପିଛା କରୁଛନ୍ତି । କିନ୍ତୁ କେବେ ବି ସଫଳ ହୋଇପାରି ନାହାନ୍ତି ।

ତେବେ ଫାଇନାଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ଟାଇଟଲ ଜିତିବାର ଏକ ଦୃଢ଼ ଦାବିଦାର ବୋଲି ବିବେଚନା କରାଯାଉଛି। ଏହି ଦାବି କରିବା ପଛରେ ୩ ବଡ଼ କାରଣ ମଧ୍ୟ ରହିଛି । ତେବେ ଆସନ୍ତୁ ଜାଣିବା ଏହା ପଛର ୩ ମୁଖ୍ୟ କାରଣ । ଯେଉଁଥିପାଇଁ ପଞ୍ଜାବ ହାତକୁ ଟ୍ରଫି ଯିବାକୁ ଦେବନି RCB ।

୧-ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ଆଇପିଏଲ 2025 ରେ ଖୁବ୍‌ ଦମ୍‌ଦାର ଫର୍ମରେ ରହିଛନ୍ତି । ଧୁଆଁଧାର ବ୍ୟାଟିଂ କରି ଟିମ୍‌କୁ ଫାଇନାଲରେ ପହଞ୍ଚାଇଛନ୍ତି । ସେ ୧୪ ମ୍ୟାଚରେ ୬୧୪ ରନ କରିଛନ୍ତି । କୋହଲି ପଞ୍ଜାବ କିଙ୍ଗସ ବିପକ୍ଷରେ ଫାଇନାଲ ମ୍ୟାଚରେ ତାଙ୍କ ଅଭିଜ୍ଞତାକୁ ନିଶ୍ଚୟ ବ୍ୟବହାର କରିବେ। ବିରାଟଙ୍କ ପାଖରେ ୩ଟି ଆଇପିଏଲ ଫାଇନାଲ ଖେଳିବାର ଅଭିଜ୍ଞତା ମଧ୍ୟ ରହିଛି। ଯାହା ତାଙ୍କ ପାଇଁ ଭଲ ପ୍ରମାଣିତ ହୋଇପାରେ।

୨-ଜୋଶ ହାଜେଲଉଡ୍ ମଧ୍ୟ ଏହି ସିଜିନରେ ବହୁତ ଭଲ ଫର୍ମରେ ଅଛନ୍ତି। ହେଜେଲଉଡ୍ ୧୧ଟି ମ୍ୟାଚ୍‌ରେ ୨୧ଟି ୱିକେଟ୍ ହାସଲ କରିଛନ୍ତି। ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ତାଙ୍କର ପ୍ରଦର୍ଶନ ଅତି ଚମତ୍କାର ରହିଛି। ଅନ୍ୟପଟେ ଜୋଶ ହାଜେଲଉଡ୍ ଆଜି ପର୍ଯ୍ୟନ୍ତ ଗୋଟିଏ ବି ଫାଇନାଲ୍ ମ୍ୟାଚ୍ ହାରି ନାହାଁନ୍ତି।

୩-ପଞ୍ଜାବ କିଙ୍ଗସ୍ ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଶେଷ ୨ଟି ମ୍ୟାଚ୍ ଜିତିଛି । ଯାହା ସେମାନଙ୍କ ମନୋବଳ ପାଇଁ ଆହୁରି ସୁଦୃଢ଼ କରୁଛି । ଏହି ସିଜନରେ ପଞ୍ଜାବ ମଧ୍ୟ ଗୋଟିଏ ମ୍ୟାଚ୍ ଜିତିଛି। ଏପରି ପରିସ୍ଥିତିରେ, ଆରସିବିର ଆତ୍ମବିଶ୍ୱାସ ବହୁତ ଉଚ୍ଚ ରହିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
IPL 2025: RCB vs PBKS, RCB will win the final! There are 3 big reasons, know.. | Argus News