Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
IPL

ବେଙ୍ଗାଲୁରୁରେ RCB-KKR ମଧ୍ୟରେ ମୁକାବିଲା

Smruti Parija
Browse all articles by Smruti Parija
·1 year ago·1 min read
ବେଙ୍ଗାଲୁରୁରେ RCB-KKR ମଧ୍ୟରେ ମୁକାବିଲା

Key Points

ଆଜିଠୁ ପୁଣି ଆରମ୍ଭ ହେଉଛି ଆଇପିଏଲ୍‌

ଆଜି ପୁଣି ଫଟାଫଟ କ୍ରିକେଟର ମଜା ନେବେ କ୍ରୀଡ଼ାପ୍ରେମୀ । ଭାରତ-ପାକିସ୍ତାନ ଯୁଦ୍ଧ ସ୍ଥିତି ପାଇଁ ସ୍ଥଗିତ ଥିବା ଆଇପିଏଲ ଆଜିଠାରୁ ପୁଣି ଆରମ୍ଭ ହେବାକୁ ଯାଉଛି । ଆଇପିଏଲ୍‌ର ଦ୍ବିତୀୟ ପର୍ଯ୍ୟାୟ କୋଲକାତା ନାଇଟ୍ ରାଇଡର୍ସ ଏବଂ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ମ୍ୟାଚ୍‌ରୁ ଆରମ୍ଭ ହେବ । ଆଇପିଏଲ ୨୦୨୫ର ବାକି ମ୍ୟାଚ ୬ଟି ସହରରେ ଯଥା ବେଙ୍ଗାଲୁରୁ, ଜୟପୁର, ଦିଲ୍ଲୀ, ଲକ୍ଷ୍ମୌ, ମୁମ୍ବାଇ ଓ ଅହମ୍ମଦାବାଦରେ ଖେଳାଯିବ । ମେ’ ୨୯ରେ କ୍ୱାଲିଫାୟର ଏବଂ ମେ’ ୩୦ରେ ହେବ ଏଲିମିନେଟର ମ୍ୟାଚ ।


ଜୁନ ୧ରେ କ୍ୱାଲିଫାୟର-୨ ମ୍ୟାଚ ପରେ ଜୁନ ୩ ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବ । ପ୍ଲେ-ଅଫ୍ ର ମ୍ୟାଚ୍ କେଉଁ ସ୍ଥାନରେ ଖେଳାଯିବ ସେ ନେଇ ପରବର୍ତ୍ତୀ ସମୟରେ ଘୋଷଣା ହେବ ବୋଲି BCCI ପକ୍ଷରୁ କୁହାଯାଇଛି । ସେହିଭଳି ଗ୍ରାଣ୍ଡ ଫାଇନାଲ୍ କୋଲକାତା କିମ୍ବା ଅହମଦାବାଦରେ ଖେଳାଯିବ ବୋଲି ଅନୁମାନ କରାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଦ୍ବିତୀୟ ପର୍ୟ୍ୟାୟ ଆଇପିଏଲରେ ଇଂଲଣ୍ଡ ଖେଳାଳି ଡୋଫ୍ରା ଆର୍ଚର, ଜେମୀ ଓଭରଟନ, ସେମ କରଣ ବାକି ମ୍ୟାଚ ଖେଳିବାକୁ ଭାରତ ଫେରିବେ ନାହିଁ । କିନ୍ତୁ ଜୋଶ ବଟଲର, ବିଲ ଜ୍ୟାକବ୍ସ, ଲିୟାମ ଲିଭିଙ୍ଗଷ୍ଟୋନ ଓ ଜେକବ ବେଥଲ ସହିତ ଅନ୍ୟ ଖେଳାଳୀ ଭାରତ ଆସିବାକୁ ସମ୍ମତି ଜଣାଇ ସାରିଛନ୍ତି । ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନା ଯୋଗୁଁ ମେ ୯ ତାରିଖରେ ଆଇପିଏଲ୍ ଏକ ସପ୍ତାହ ପାଇଁ ସ୍ଥଗିତ ହୋଇଥିଲା । ଧର୍ମଶାଳାରେ ପଞ୍ଜାବ କିଙ୍ଗସ୍ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍ ସୁରକ୍ଷା କାରଣରୁ ଅଧାରୁ ବନ୍ଦ ହୋଇଥିଲା ।


Sponsored
ipl-match-today-rcb-vs-kkr | Argus News