'IPL ଖେଳାଳିଙ୍କୁ ନେଇ ଭୀଷଣ ରାଗିଲେ, ଖେଳିବାକୁ ନୁହେଁ ମସ୍ତି କରିବାକୁ ଆସୁଛନ୍ତି'

IPL ଖେଳାଳିଙ୍କ ଉପରେ ପ୍ରବଳ ବର୍ଷିଲେ ଭାରତର ପୂର୍ବତନ ଧୁଆଁଧାର ବ୍ୟାଟ୍ସମ୍ୟାନ୍ ବିରେନ୍ଦ୍ର ସେହଓ୍ୱାଗ । କହିଲେ ଖେଳ ନାହିଁ କେବଳ ମଜା ମସ୍ତି କରିବାକୁ ଭାରତ ଅସୁଛନ୍ତି ଖେଳାଳି । IPL ଖେଳିବାକୁ ଆସୁଥିବା ବିଦେଶୀ ଖେଳାଳିଙ୍କ ଉପରେ ବର୍ଷିଛନ୍ତି ସେହଓ୍ୱାଗ । କହିଛନ୍ତି ଏମାନେ ଖେଳିବାକୁ ନୁହେଁ ଛୁଟି କାଟିବାକୁ ଆସିଥାନ୍ତି । କ୍ରିକେଟ୍ ପାଇଁ ଭୋକ ନାହିଁ, ଏମାନଙ୍କୁ କେବଳ ପାର୍ଟି ଆଉ ମସ୍ତି ଦରକାର । ଭାରତର ଟଙ୍କା ନେଇ ମଉଜ କରିବାରେ କେବଳ ମନ । ମ୍ୟାକ୍ସଓ୍ବେଲ, ଲିଭିଙ୍ଗଷ୍ଟୋନ ଓ ଅନ୍ୟ ବିଦେଶୀ ଖେଳାଳିଙ୍କ ପାଇଁ ଏଭଳି କହିଛନ୍ତି ସେହଓ୍ବାଗ ।
ଏକ ସାକ୍ଷାତକାରରେ ଭାରତର ପୂର୍ବତନ ଧୁଆଁଧାର ବ୍ୟାଟ୍ସମ୍ୟାନ୍ ବିରେନ୍ଦ୍ର ସେହଓ୍ୱାଗ କହିଛନ୍ତି, IPLରେ ନାମ ବଡ଼େ ଦର୍ଶନ ଛୋଟେ । ଟଙ୍କା ପ୍ରବଳ, ପ୍ରଦର୍ଶନ ଦୁର୍ବଳ । ତେବେ କେଉଁ କେଉଁ ଖେଳାଳିଙ୍କୁ ସେ ଟାର୍ଗେଟ୍ କରିଛନ୍ତି ଆସନ୍ତୁ ଜାଣିବା ।
ପଞ୍ଜାବର ଗ୍ଲେନ୍ ମ୍ୟାକ୍ସଓ୍ବେଲ ଆଉ RCBର ଲିଭିଙ୍ଗଷ୍ଟୋନ। ବୀରୁ କହିଛନ୍ତି, ଏମାନଙ୍କ ଭୋକ ମରିଯାଇଛି । ଟିମ୍ ସହ ଭାବାଗତ ସଂପର୍କ ନାହିଁ । ହାରିଲେ ମନ ଦୁଃଖ ନାହିଁ । ଟିମ୍ ଜିତିବ କେମିତି ସେ ଜୋସ୍ ବି ନାହିଁ । ଏମିତିକି ଦଳ ସେମିଫାଇନାଲ ପୂର୍ବରୁ କି ସେମିରେ ହାରିବା ପରେ ଏମାନଙ୍କ ମନ ଦୁଃଖ ହୁଏନି ଯେ, ଟିମ୍ ହାରିଯାଇଛି । ତାଙ୍କୁ ପାର୍ଟି ଦରାକର, କେଉଁଠି ପାର୍ଟି ଅଛି ବୋଲି ଅନେକ ବିଦେଶୀ ଖେଳାଳି ପଚାରନ୍ତି, ଯାହାକି ଭାରତୀୟ ଖେଳାଳି ଓ ଭାରତୀୟ ହିସାବରେ ବାଧେ । କାରଣ ଆମ ଟଙ୍କା ନେଇ ଏମାନେ କେବଳ ମସ୍ତି କରିବାକୁ ଆସିଥିବାର ଲାଗେ । ୟୁବରାଜଙ୍କ ଭଳି ମହାନ ଖେଳାଳିଙ୍କୁ ବି ପଞ୍ଜାବ ଅନେକ ସମୟରେ ବସେଇଛି, ତ ମ୍ୟାକ୍ସଓ୍ବେଲଙ୍କୁ ବସେଇବାରେ ଅସୁବିଧା କେଉଁଠି ବୋଲି ପ୍ରଶ୍ନ କରିଛନ୍ତି ବୀରୁ ।
ଅନ୍ୟପଟେ କିଛି ବିଦେଶୀ ଖେଳାଳିଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି ସେହଓ୍ୱାଗ । ସେ ଡେଭିଡ୍ ଓ୍ୱାର୍ଣ୍ଣର, ଗ୍ଲେନ୍ ମ୍ୟାଗ୍ରା ଓ ଏ.ବି. ଡେଭିଲିୟର୍ସଙ୍କ ଭଳି ଖେଳାଳିଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି । ସେମାନଙ୍କ ମନରେ ଖେଳ ପାଇଁ ଜୋସ୍ ରହିଛି ବୋଲି କହିଛନ୍ତି ସେହଓ୍ୱାଗ୍ ।