ୱାଙ୍ଖେଡ଼େରେ ୧୦ ବର୍ଷ ପରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

ସୋମବାର ଆଇପିଏଲ୍ରେ ଏକ ରୋମାଞ୍ଚକର ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳା ଯାଇଛି । ଏହି ମୁକାବିଲାକୁ ୧୨ ରନ୍ରେ ଆରସିବି ଜିତିବା ସହ ୧୦ ବର୍ଷ ପରେ ୱାଙ୍ଖେଡେରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଛି । ଏହି ପରାଜୟ ମୁମ୍ବାଇ ଆଇପିଏଲ୍ର ଚଳିତ ସଂସ୍କରଣରେ ଚତୁର୍ଥଥର ପାଇଁ ହାରିଛି । ମୋଟ ୫ଟି ମ୍ୟାଚ୍ରୁ ଗୋଟିଏ ଜିତିଥିବା ମୁମ୍ବାଇ ୨ ପଏଣ୍ଟସ୍ ସହ ପଏଣ୍ଟ ଟେବୁଲର ଅଷ୍ଟମ ସ୍ଥାନରେ ରହିଛି ।
ଆରସିବି ପ୍ରଥମେ ବ୍ୟାଟିଂ କରି ମୁମ୍ବାଇକୁ ୨୨୨ ରନ୍ର ଟାର୍ଗେଟ୍ ଦେଇଥିଲା । ଆଉ ମୁମ୍ବାଇର ଆରମ୍ଭ ଭଲ ନ ଥିଲା । ସୂର୍ଯ୍ୟ କୁମାର ଯାଦବ ଆଉଟ୍ ହୋଇ ପ୍ୟାଭିଲିୟନ୍ ଫେରିବା ବେଳକୁ ମୁମ୍ବାଇ ୧୨ ଓଭରରେ ମାତ୍ର ୯୯ ରନ୍ରେ ୪ ୱିକେଟ୍ ହରାଇ ସାରିଥିଲା । ଏହା ପରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ତିଲକ ବର୍ମାଙ୍କ ଯୋଡ଼ି ମୁମ୍ବାଇ ଇଣ୍ଡିଆନ୍ସ ପାଇଣ ମୋର୍ଚ୍ଚା ସମ୍ଭାଳିଥିଲେ । ଦୁହେଁ ବିସ୍ଫୋରକ ଇନିଂସ ଖେଳି ୩୪ ବଲ୍ରେ ୮୯ ରନ୍ ଯୋଡ଼ିଥିଲେ । ଆଉ ଏମିତି ଲାଗୁଥିଲା ମୁମ୍ବାଇ ଜିତିଯିବ ।
ମ୍ୟାଚର ୧୮ତମ ଓଭରରେ ଭୁବନେଶ୍ଵର କୁମାର ବୋଲିଂ କରିବାକୁ ଆସିଥିଲେ । ଆଉ ସେତେବେଳେ ମୁମ୍ବାଇକୁ ବିଜୟ ପାଇଁ ଆବଶ୍ୟକ ଥିଲା ମାତ୍ର ୩୪ ରନ୍ । କିନ୍ତୁ ଭୁବନେଶ୍ଵର କୁମାର, ତିଲକ ବର୍ମାଙ୍କୁ ଆଉଟ୍ କରିଥିଲେ । ୱିକେଟ୍ ନେବା ସହ ସେହି ଓଭରରେ ଦେଇଥିଲେ ମାତ୍ର ୧୪ ରନ୍ । ଆଉ ତା ପରବର୍ତ୍ତୀ ଓଭରର ପ୍ରଥମ ବଲରେ ହାର୍ଦ୍ଦିକଙ୍କୁ ଆଉଟ୍ କରିଥିଲେ ହେଜଲବୁଡ୍ । ଏଭଳି ଭାବେ ଆରସିବି ମ୍ୟାଚ୍କୁ କରାୟତ୍ତ କରି ଜିତିଥିଲା ।
📱 Get Argus News App
✨
୧୦ ବର୍ଷ ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ମୁମ୍ବାଇ ଇଣ୍ଡିଆନ୍ସର ହୋମ୍ ଗ୍ରାଉଣ୍ଡ ୱାଙ୍ଖେଡେରେ ହରାଇଛି । ପ୍ରଥମେ ଟସ୍ ଜିତି ମୁମ୍ବାଇ ଇଣ୍ଡିଆନ୍ସ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଆରସିବି ୫ ୱିକେଟ୍ ହରାଇ ୨୨୧ ରନ୍ କରିଥିଲା । କୋହଲି ଓ ରଜତଙ୍କ ଯୋଡ଼ି ଭଲ ଖେଳିଥିଲେ । ୨୨୨ ରନ୍ର ବିଜୟ ପିଛା କରୁଥିବା ମୁମ୍ବାଇ ୨୦୯ ରନ୍ ହିଁ କରି ପାରିଥିଲା ।
